ଟେଲି ମେଡିସିନରେ ଅଶ୍ଳୀଳତା

ନୂଆଦିଲ୍ଲୀ, ୩୦ା୧୨: କରୋନା ସଂକ୍ରମଣବେଳେ ଅନ୍‌ଲାଇନ ସେବାକୁ ମିଳିଛି ପ୍ରାଥମକିତା। ଦିନକୁ ଦିନ ବଢ଼ୁଛି ଓ୍ବେବସାଇଟ୍‌, ଆପ୍‌ର ମାତ୍ରା ଏବଂ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ବେପାର ବଢ଼ାଇବାକୁ ଚାଲିଛି ପ୍ରତିଯୋଗିତା। ସ୍ବାସ୍ଥ୍ୟସେବାର ଗୁରୁତ୍ୱ ବଢ଼ିଥିବାରୁ ଡାକ୍ତରଙ୍କ ସହ ଘରେ ବସି ପରାମର୍ଶ ନେବାର ସୁବିଧା ମଧ୍ୟ ଏବେ ଉପଲବ୍ଧ। ଏଥିପାଇଁ ମାଳମାଳ ଓ୍ବେବସାଇଟ୍‌ ଓ ଆପ୍ଲିକେଶନ କିଛି ମାତ୍ରାରେ ଟଙ୍କା ନେଇ ଲୋକଙ୍କୁ ସିଧାସଳଖ ଡାକ୍ତରଙ୍କ ସହ ଯୋଡୁଛନ୍ତି। କିନ୍ତୁ ଏଥିରେ ପ୍ରିଭେସି ଓ ସିକ୍ୟୁରିଟିକୁ ଅଣଦେଖା ଯୋଗୁ ଏହାର ଦୁରୁପଯୋଗ ବଢ଼ୁଛି। ରୋଗ ସମ୍ପର୍କିତ କଥା ହେବା ଆଳରେ ଅସାମାଜିକମାନେ ମହିଳା ଡାକ୍ତରଙ୍କ ସହ ଅଶ୍ଳୀଳ ଆଚରଣ କରୁଛନ୍ତି। ଏଥିଯୋଗୁ ଫୋନ୍‌ ଯୋଗେ ସେବା ପ୍ରଦାନ ପାଇଁ ଇଚ୍ଛା କମୁଥିବା ସେମାନେ କୁହନ୍ତି।
ଡାକ୍ତରଖାନା ଯିବାକୁ ଇଚ୍ଛା କରୁ ନ ଥିବା ଲୋକଙ୍କ ପାଇଁ ଉତ୍ତମ ମାଧ୍ୟମ ପାଲଟିଛି ଇ-କନ୍‌ସଲଟେଶନ। ହେଲେ ଏଭଳି ସୁବିଧାର ଦୁରୁପଯୋଗ ଏବେ ବଢ଼ିବାରେ ଲାଗିଛି, ଯାହା କି ଚିନ୍ତାର ବିଷୟ। କୌଣସି ସାଇଟ୍‌ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ପୂର୍ବରୁ ପ୍ରଥମେ ସମ୍ପୃକ୍ତ ରୋଗୀଙ୍କ ନାଁ ଠିକଣା ପଞ୍ଜୀକରଣ କରିବାକୁ ପଡେ। ଧାର୍ଯ୍ୟ ଦେୟ ଦେବା ପରେ ପଞ୍ଜୀକରଣ କରାଇଥିବା ଓ୍ବେବସାଇଟ୍‌ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତରଙ୍କ ସହ ଯୋଡିଥାଏ। କେତେକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ଏଥିଯୋଗେ ହୋଇପାରୁ ଥିବାରୁ ବହୁ ସଂଖ୍ୟାରେ ଲୋକ ଏବେ ଟେଲିମେଡିସିନ ସେବା ଉପରେ ନିର୍ଭରଶୀଳ। କିନ୍ତୁ ଅନେକ ରୁଗ୍‌ଣ ମାନସିକଧାରୀ ବ୍ୟକ୍ତି ମହିଳା ଡାକ୍ତରଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ପାଇଁ ଏଭଳି ସାଇଟ୍‌କୁ ବାଛୁଛନ୍ତି। ପ୍ରଥମେ ଉକ୍ତ ସାଇଟ୍‌ରେ ନିଜର ଭୁଲ ନାଁ ଓ ପରିଚୟ ଦେଇ ପଞ୍ଜୀକରଣ କରାଇବା ପରେ ମହିଳା ଡାକ୍ତରଙ୍କ ସହ ଖରାପ ଆଚରଣ କରୁଛନ୍ତି। ଏପରିକି ଡାକ୍ତରଙ୍କୁ ଯୌନ ନିବେଦନ କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି। କେତେଜଣ ବ୍ୟକ୍ତି ନିଜକୁ ମହିଳା ଦର୍ଶାଇ କଥା ହେଉଛନ୍ତି। ବିଶେଷକରି ରାତିରେ ଏଭଳି ଫୋନ୍‌ କଲ ଅଧିକ ମାତ୍ରାରେ ଆସୁଥିବା ଇ-କନ୍‌ସଲଟାନ୍ସିରେ ସେବା ଯୋଗାଉଥିବା କେତେଜଣ ଡାକ୍ତର ପ୍ରକାଶ କରିଛନ୍ତି। ଫୋନ କଲ୍‌ କାଟି ନମ୍ବର ବ୍ଲକ କରିବା ପରେ ଅନ୍ୟ ଜଣେ ଡାକ୍ତରଙ୍କ ସହ ଏପରି କରୁଛନ୍ତି ଦୁର୍ବୃତ୍ତ। ଏଥିଯୋଗୁ ଡାକ୍ତରଙ୍କ ମାନସିକ ସ୍ଥିତି ବିଗୁଡୁଥିବାରୁ ଅନେକ ସମୟରେ ସେମାନଙ୍କ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ପରିସ୍ଥିତିର ସାମ୍‌ନା କରିପାରୁ ନ ଥିବା ଡାକ୍ତରମାନେ ସେବା ଯୋଗାଇବାକୁ ଇଚ୍ଛା କରୁ ନ ଥିବା ଜଣାଯାଇଛି। କେତେକ ଓ୍ବେବସାଇଟ୍‌ ଅଧିକ ଟଙ୍କା ଅଫର କରୁଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ସମ୍ପୃକ୍ତ ଓ୍ବେବସାଇଟ୍‌ଗୁଡ଼ିକ ନିୟମ ପାଳନ କରୁ ନ ଥିବା ଅଭିଯୋଗ ଆସିବାରେ ଲାଗିଛି। ଅଧିକାଂଶ ସମୟରେ କୌଣସି ରୋଗୀ ନିଜକୁ ପଞ୍ଜୀକୃତ କରିବା ପରେ ତାହା ଠିକ୍‌ ପରିଚୟ କି ନା ତାହା ଯାଞ୍ଚ କରାଯାଉ ନାହିଁ। ପରିଚୟ ପତ୍ର ସ୍ଥାନରେ ଯେ କୌଣସି ଡକ୍ୟୁମେଣ୍ଟ ଏଭଳି ବ୍ୟକ୍ତିମାନେ ଦାଖଲ କରୁଥିଲେ ହେଁ ତାହାକୁ ଖାରଜ କରାଯାଉନାହିଁ। ଏପରି ଘଟଣାକୁ କେତେକ ଓ୍ବେବସାଇଟ୍‌ ଗୁରୁତ୍ୱର ସହ ନ ନେଇ ଏହାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। ମହିଳା ଡାକ୍ତରଙ୍କ ପକ୍ଷରୁ ଆପତ୍ତି ପରେ ବି ସାଇଟ୍‌ଗୁଡ଼ିକ ସେପରି କୌଣସି ପଦକ୍ଷେପ ନେଉ ନ ଥିବା ସେମାନେ କହିଛନ୍ତି। ତେବେ ଏ ସବୁ ଦିଗପ୍ରତି ନଜର ରଖାଯାଉଛି ବୋଲି ଅଗାଧାଡ଼ିର ଓ୍ବେବସାଇଟ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri