କଟକ ଅଫିସ,୧୬ା୧୨: କଟକ ଜିଲାର ମୋଟ ୨୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ହେଲେ ପ୍ରାଣୀଧନ ନିରୀକ୍ଷକ, ଡାକ୍ତର, ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଥିବାରୁ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ବିଭାଗୀୟ ସୂଚନା ଅନୁଯାୟୀ, ଜିଲାର ପ୍ରାୟ ୧୧୪ଟି କେନ୍ଦ୍ରରେ ଆଟେଣ୍ଡାଣ୍ଟ ପଦବୀ ଖାଲିପଡିଛି। ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା ଓ କ୍ଷେତ୍ର ସର୍ବେକ୍ଷଣ ଭଳି ସମସ୍ତ କାର୍ଯ୍ୟରେ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଭୂମିକା ବେଶ୍ ଗୁରୁତ୍ୱ ବହନ କରିଥାଏ ା ସରକାର ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏହି କର୍ମଚାରୀଙ୍କ ଅଭାବ ଯୋଜନାର ସଫଳତାକୁ ପ୍ରଭାବିତ କରିଛି ା ହେଲେ ଏତେ ମାତ୍ରାରେ ପଦବୀ ଖାଲି ପଡିଥିବାରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ୯୬ଟି ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୩୬ଟି ପଦବୀ ଖାଲି ପଡିଛି। ଏହାବ୍ୟତୀତ ଜିଲାରେ ୫୯ ଡାକ୍ତର ପଦବୀ ଅନୁମୋଦନ ଥିବାସ୍ଥଳେ ୧୫ଟି ସ୍ଥାନରେ ଡାକ୍ତର ନାହାନ୍ତି ା ମୁଖ୍ୟତଃ ବାଙ୍କୀ ଉପଖଣ୍ଡରେ ଏସ୍ଡିଭିଓ ପଦବୀ ଖାଲି ପଡିଥିବାରୁ ଗୋ-ପାଳକମାନଙ୍କ ନଥିପତ୍ର କାମ ଦୀର୍ଘଦିନ ଧରି ପଡିରହିଛି। କମ୍ କର୍ମଚାରୀରେ ଜିଲାରେ ସମସ୍ତ ଯୋଜନା ପାଇଁ ଟାର୍ଗେଟ ଅଧିକ ଦିଆଯାଇଛି। ଫଳରେ ଟାର୍ଗେଟ୍ ପୂରଣ କରି ନ ପାରି ଅନେକ କର୍ମଚାରୀ ମାନସିକ ଚାପରେ ରହୁଛନ୍ତି ା କଟକ ଜିଲାରେ ପ୍ରାୟ ୨୦ହଜାର ପ୍ରବାସୀଙ୍କ ପାଇଁ ମତ୍ସ୍ୟଚାଷ, ଗୋପାଳନ ଓ କୁକୁଡା ଚାଷ ଲାଗି ଯୋଜନା ରଖାଯାଇଛି। କିନ୍ତୁ ମାନବ ସମ୍ବଳର ଅଭାବ ଯୋଗୁ ଉପରୋକ୍ତ ଯୋଜନା ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ପ୍ରାଣୀଧନ ଅଧିକାରୀ ଡା. କେଶବ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସରକାରଙ୍କ ପକ୍ଷରୁ କରୋନା ପାଇଁ କଟକଣା ରହିଛି। ତଥାପି ଖାଲି ପଦବୀଗୁଡିକ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି ା
Posted inଆମ ଜିଲା ଖବର, କଟକ View All
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି
ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...
ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’
ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ
ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
Archives


