କାମରେ ଲାଗୁନି ୪ ପର୍ଯ୍ୟଟନ ପ୍ରକଳ୍ପ

ଚଣ୍ଡିଖୋଲ,୧୨।୧୨(ଡି.ଏନ.ଏ.): ବୌଦ୍ଧ ହୀରକ ତ୍ରିଭୁଜ ଉଦୟଗିରି-ରତ୍ନଗିରି-ଲଳିତଗିର ଏବଂ ପରିବେଶ ପର୍ଯ୍ୟଟନସ୍ଥଳ ଓଳାଶୁଣୀ ପୀଠକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା ୪ ପ୍ରକଳ୍ପ। ଏସବୁ ମଧ୍ୟରେ ୫୩ ନଂ ଜାତୀୟ ରାଜପଥର ପତରାଜପୁର ନିକଟରେ ପାନ୍ଥଶାଳା ଓ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ରହିଥିବାବେଳେ ଓଳାଶୁଣୀ ପାହାଡ଼ ଶୀର୍ଷଦେଶ ଓ ମଧ୍ୟ ଭାଗରେ ମଧ୍ୟ ଦୁଇ ପ୍ରକଳ୍ପ ରହିଛି। ତେବେ ବିପୁଳ ଟଙ୍କାରେ ନିର୍ମାଣ କରାଯାଇଥିବା ଏସବୁ ପ୍ରକଳ୍ପ ଏବେ ଅଦରକାରୀ ହୋଇପଡ଼ିଛି। ସେଗୁଡ଼ିକର ଆସବାବପତ୍ର ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘାନାହିଁ । ଏସବୁ ପ୍ରକଳ୍ପ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନିକ୍ଷେପ କରୁ ନ ଥିବାରୁ ତଳିଆ କର୍ମଚାରୀ ମୂଲ୍ୟବାନ ସାମଗ୍ରୀଗୁଡିକୁ ଖୋଲି ନେଇ ଚୋରି ଆଖ୍ୟା ଦେଉଥିବା ଅଭିଯୋଗ ହୋଇଛି।
ଉଦୟଗିରି-ରତ୍ନଗିରି-ଲଳିତଗିରିକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପତରାଜପୁରଠାରେ ବଙ୍ଗଳା ନିର୍ମାଣ କରାଯାଇ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ସମ୍ପୃକ୍ତ ସଂସ୍ଥା ଓ ବିଭାଗ ମଧ୍ୟରେ ବିବାଦ ଉପୁଯିବାରୁ କିଛି ବର୍ଷହେବ ଘରୋଇ ସଂସ୍ଥା ଉକ୍ତବଙ୍ଗଳାକୁ ବିଭାଗକୁ ହସ୍ତାନ୍ତର କରିଦେଇଥିଲା। ବଙ୍ଗଳାକୁ ପର୍ଯ୍ୟଟନ ବିଭାଗ ନିଜ ଅଧୀନକୁ ନେବା ପରେ ପୁନରୁଦ୍ଧାର କରାଯାଇ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ରରେ ପରିଣତ କରାଯାଇଥିଲା। ଅଗଷ୍ଟ ୩, ୨୦୧୨ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ୧୦ ବର୍ଷୀୟା ଲିଜସୂତ୍ରରେ ଘରୋଇ କମ୍ପାନୀ ଟି.କେ. ଇଣ୍ଟରନ୍ୟାଶନାଲକୁ ହସ୍ତାନ୍ତର କରାଯାଇଥିଲା। ଲିଜ ପାଇଁ ୪୭ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ପୃକ୍ତ ସଂସ୍ଥା ଦ୍ୱାରା କରାଯିବା ନେଇ ଚୁକ୍ତି ପତ୍ର ହୋଇଥିଲା। ତେବେ ୨୦୧୯ ମଧ୍ୟଭାଗରୁ ଲିଜ ଧାରୀ ଘରୋଇ ସଂସ୍ଥା ଆଉ ଏହି ପ୍ରକଳ୍ପ ପ୍ରତି ଦୃଷ୍ଟି ଦେଇ ନାହିଁ । ସଂସ୍ଥା ଏଠାରୁ ତାର ସମସ୍ତ କର୍ମଚାରୀ ଅପସାରଣ କରି ନେଇ ସାରିଥିବା ବେଳେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇସାରିଛି। ଏବେ ଏହା ଭାଙ୍ଗିରୁଜି ଗଲାଣି। ୨୬, ଜୁନ ୨୦୧୪ରେ ଓଳାଶୁଣୀ ପାହାଡ଼ର ପୂର୍ବ ପାର୍ଶ୍ୱରେ ଓଟିଡିସି ପକ୍ଷରୁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଉଦ୍‌ଘାଟନ ଦିନ ଠାରୁ ତାଲା ଝୁଲୁଛି। କୌଣସି କାର୍ଯ୍ୟରେ ନ ଲାଗିବାରୁ ଏହା ନିଜର ମୂଳଲକ୍ଷ ଠାରୁ ଦୂରକୁ ଚାଲିଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ପାହାଡ଼ ଶୀର୍ଷ ଭାଗରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ନିକଟରେ ୪୮ ଲକ୍ଷ ଟଙ୍କା ବ୍ୟାୟରେ ଏକ ଡୁପ୍ଲେକ୍ସ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ଉଦ୍ଦେଶ୍ୟଥିଲା ଏକ ବୈଠକ ସ୍ଥଳ ନିର୍ମାଣ କରାଯିବ। ୨୦୧୪ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏବେ କେବଳ ଏକ ତଳ ବିଶିଷ୍ଟ ଗୃହ ନିର୍ମାଣ ସରିଛି। କିଭଳି ଓ କେଉଁ ପରିସ୍ଥିତିରେ ଏହାର ନକ୍ସାକୁ ବଦଳାଯାଇ କାର୍ଯ୍ୟ ସମାପନ କରାଗଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ନିର୍ମାଣ ସମୟରେ ତ୍ରୁଟି ଯୋଗୁ ଏବେ ସାମାନ୍ୟ ବର୍ଷାରେ ଉକ୍ତ ଗୃହରେ ଆଣ୍ଠୁଏ ପାଣି ଜମି ରହୁଛି। ଏହି ସବୁ ପ୍ରକଳ୍ପ ଯେଉଁ ସବୁ ଅଧିକାରୀଙ୍କ ଦାୟିତ୍ୱ ହିନତା ପାଇଁ ନଷ୍ଟ ହୋଇଛି ସମ୍ପୃକ୍ତ ଅଧିକାରୀଙ୍କଠାରୁ କ୍ଷତି ଭରଣା କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ନିରୋଦ କୁମାର ସାହୁ କହିଛନ୍ତି, ଓଳାଶୁଣୀର ଦୁଇ ପ୍ରକଳ୍ପକୁ ଆମେ ଦର୍ପଣ ତହସିଲଦାରଙ୍କୁ ହସ୍ତାନ୍ତର କରିଛୁ। ପତରାଜପୁରଠାରେ ଥିବା ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଟି.କେ. ଇଣ୍ଟରନ୍ୟାଶନାଲ ଅଧୀନରେ ରହିଛି। ତେବେ ଆମ ବିଭାଗରେ କର୍ମଚାରୀ ଅଭାବ ଯୋଗୁ ସବୁ ପ୍ରକଳ୍ପର ତଦାରଖ ହୋଇପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri