Posted inଫୁରସତ

ହନିମୁନ୍‌ର ୨ ସପ୍ତାହ ପରେ ସ୍ବାମୀ ଦେଲେ ଧୋକା, ଗୋଟିଏ ଚାବିରୁ ଖୋଲିଲା ରାଜ୍‌

ଦୁନିଆରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସବୁଠୁ ପବିତ୍ର ବୋଲି ଧରାଯାଏ। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ସାତ ଜନ୍ମ ପାଇଁ ରହିବାର ଶପଥ ନିଅନ୍ତି। କିନ୍ତୁ ଆଜିକାଲି ବିବାହ ଏକ ପ୍ରହଶନରେ ପରିଣତ ହୋଇଛି। କିଛି ବ୍ୟକ୍ତି ନିଜ ସ୍ବାର୍ଥ ହାସଲ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନିକଟରେ ଜଣେ ଯୁବତୀ ବ୍ରାଣ୍ଡନ ନାମକ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ସେ ତାଙ୍କୁ ଧୋକା ଦେଇଥିବା ଯୁବତୀ ଜଣଙ୍କ କହିଥିଲେ। ସମ୍ପୃକ୍ତ ଯୁବତୀ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ମଧ୍ୟ ଅଛି। କିନ୍ତୁ ତାଙ୍କ ସ୍ବାମୀ ଛାଡିଦେବାରୁ ସେ ଏକୁଟିଆ ରହୁଥିଲେ। ଏହି ସମୟରେ ବ୍ରାଣ୍ଡନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିନ୍ତୁ ଯୁବତୀଙ୍କ ବନ୍ଧୁମାନେ ବ୍ରାଣ୍ଡନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ତାଙ୍କ ପ୍ରେମରେ ଏତେ ଅନ୍ଧ ଥିଲେ ଯେ ବନ୍ଧୁଙ୍କ କଥା ଶୁଣି ନ ଥିଲେ। ବ୍ରାଣ୍ଡନ ତାଙ୍କ ଉପରେ ବିବାହ ଚାପ ପକାଉଥିଲେ। ଶେଷରେ ଉଭୟ ବିବାହ କରିଥିଲେ। ବିବାହ ପରେ ତାଙ୍କୁ ସିଙ୍ଗାପୁର ହନିମୁନ୍‌ ପାଇଁ ନେଇଥିଲେ। ସେଠାରେ ଏକ ଜରୁରୀ କାମ ଥିବା କହି ବ୍ରାଣ୍ଡନ ପଳାଇଥିଲେ। ସେ ଆସିବା ପରେ ଯୁବତୀ ଜଣଙ୍କ ତାଙ୍କ ପକେଟରୁ ଏକ ଚାବି ପାଇଥିଲେ। ସେହି ଚାବିରୁ ହିଁ ବ୍ରାଣ୍ଡନଙ୍କ ସବୁ ରାଜ୍‌ ଖୋଲିଥିଲା। ଚାବି କଥା ପଚାରିବାରୁ ବ୍ରାଣ୍ଡନ ଅନ୍ୟ ଯୁବତୀଙ୍କୁ ପ୍ରେମ କରୁଥିବା କହିଥିଲେ। ଏହି ସମୟରେ ଯୁବତୀଙ୍କ ପାଦ ତଳୁ ମାଟି ଖସିପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri