Posted inଖେଳ

ସେନା ଅଧିକାରୀ ହେବାର ସ୍ବପ୍ନ ଥିଲା, ମା’ କହିବାରୁ କ୍ରିକେଟକୁ କରିଥିଲେ କ୍ୟାରିୟର

ନୂଆଦିଲ୍ଲୀ,୮।୧୨: ଆର୍ମି ଅଫିସର(ସେନା ଅଧିକାରୀ) ହେବାର ସ୍ବପ୍ନ ଥିଲା। ହେଲେ ମା’ଙ୍କ ପରାମର୍ଶ ମୁତାବକ ସେ କ୍ରିକେଟର ହୋଇଥିଲେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର। ୟୁଟ୍ୟୁବର ଗୌରବ କପୁରଙ୍କ ଶୋ’ ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିଆନ୍ସରେ କେଉଁ କଥାକୁ ସେ ସବୁବେଳେ ମନେପକାନ୍ତି ପ୍ରଶ୍ନରେ ଗମ୍ଭୀର କହିଛନ୍ତି, ପିଲାଟିବେଳୁ ସେନାରେ ଭର୍ତ୍ତି ହେବାକୁ ସେ ଲକ୍ଷ୍ୟ ରଖିଥିଲେ। ଦ୍ୱାଦଶ ପରେ ଏନ୍‌ଡିଏରେ ଦାଖଲ ହୋଇଥାନ୍ତେ। ସେଠାରୁ ଆଇଏମ୍‌ଏ ଯାଇଥାନ୍ତେ। ହେଲେ ଠିକ୍‌ ସେତିକିବେଳେ ରଣଜୀ ଟ୍ରଫି ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। କ୍ରିକେଟ ଖେଳିବେ ନା ସେନାରେ ଯୋଗଦେବେ, ଉଭୟକୁ ନେଇ ଦ୍ୱନ୍ଦରେ ଥିଲେ ସେ। ଏଭଳି ପରିସ୍ଥିତି ଦେଖି ତାଙ୍କ ମା’ ରଣଜୀ ଖେଳିବାକୁ ପରାମର୍ଶ ଦେଇଥିଲେ। ଭାରତ ପାଇଁ ଖେଳିବାରୁ ସେ ଗୋଟିଏ ପାଦ ଦୂରରେ ବୋଲି ସେ କହିଥିଲେ। ସେତେବେଳେ କ୍ରିକେଟରେ ତିନୋଟି ସୋପାନ ଥିଲା। ଗୋଟିଏ ଅଣ୍ଡର-୧୯, ରଣଜୀ ଟ୍ରଫି ଏବଂ ତା ପରେ ସିଧା ଭାରତ ପାଇଁ ଖେଳିବା। ଯଦି ସେ କଠିନ ପରିଶ୍ରମ କରନ୍ତି ତେବେ ରଣଜୀରେ ଭଲ ପ୍ରଦର୍ଶନ କରିବେ। ଏହାପରେ ଭାରତ ପାଇଁ ଖେଳିବାକୁ ତାଙ୍କୁ ସୁଯୋଗ ମିଳିଯିବ ବୋଲି ମା’ କହିଥିଲେ। ଏହାପରେ ସେ ତାହା ହିଁ କରିଥିଲେ। ହେଲେ ସେନାବାହିନୀ ପ୍ରତି କିଛି କରିବାକୁ ସେ ନିର୍ଣ୍ଣୟ ନେଇଥିଲେ। ଏବେ ସେ ସୁକମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ର ୨୫ଜଣ ଯବାନଙ୍କ ପିଲାମାନଙ୍କୁ ସାରା ଜୀବନ ଭରଣପୋଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଶିକ୍ଷାଦାନ ନିମନ୍ତେ ସବୁ ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ସେ ଅଧିକ କାମ କରିବେ ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri