ଡିସେମ୍ବର ୧୪ ମଧ୍ୟରାତ୍ରରୁ ବଦଳିଯିବ ଟଙ୍କା ନେଣଦେଶ ସମ୍ପର୍କିତ ଏସବୁ ନିୟମ, ଲାଭବାନ ହେବେ..

ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିଅଲ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ(ଆର୍‌ଟିଜିଏସ୍‌) ସିଷ୍ଟମ୍‌ ଡିସେମ୍ବର ୧୪ ତାରିଖରୁ ୨୪ ଘଣ୍ଟା ଧରି କାମ କରିବ ବୋଲି କହିଥିଲା। ଏବେ ଏହା ସପ୍ତାହର ସମସ୍ତ କାର୍ଯ୍ୟଦିବସ(ମାସର ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାରକୁ ଛାଡ଼ି)ରେ ସକାଳ ୭ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି। ଅଧିକ ଟଙ୍କାର ନେଣଦେଣ ପାଇଁ ଏହି ସିଷ୍ଟମର ବ୍ୟବହାର କରାଯାଇଥାଏ। ଜାଣନ୍ତୁ  ଅନ୍ୟ ପରିବର୍ତ୍ତନ ବିଷୟରେ:

ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀଗୁଡିକ ପାଇବେ ଦୀର୍ଘକାଳୀନ ଲାଇସେନ୍ସ :
ଅନ୍ୟ ଏକ ଦେୟ ବ୍ୟବସ୍ଥା ଏନ୍‌ଇଏଫଟି ପୂର୍ବରୁ ୨୪ ଘଣ୍ଟା ଉପଲବ୍ଧ ହେଉଛି। ଦୀର୍ଘକାଳୀନ ଭିତ୍ତିରେ ପେମେଣ୍ଟ ସିଷ୍ଟମ ଚଳାଉଥିବା କମ୍ପାନୀମାନଙ୍କୁ ଲାଇସେନ୍ସ ଦେବାକୁ ମଧ୍ୟ ଆର୍‌ବିଆଇ ନିଷ୍ପତ୍ତି ନେଇଛି। ଆବେଦନ ପ୍ରତ୍ୟାଖ୍ୟାନ ହେବାର କିମ୍ବା ଲାଇସେନ୍ସ ପ୍ରତ୍ୟାହାର ହେବାର ଗୋଟିଏ ବର୍ଷ ପରେ ସେମାନେ ପୁନର୍ବାର ଲାଇସେନ୍ସ ପାଇଁ ଆବେଦନ କରିପାରିବେ ବୋଲି କମ୍ପାନୀଗୁଡ଼ିକୁ କୁହାଯାଇଛି।

ବର୍ତ୍ତମାନ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଯୋଗହୀନ(କନେକ୍ଟଲେସ୍‌ କାରବାର:
ଏହା ସହ ଆରବିଆଇ ଯୋଗାଯୋଗହୀନ କାରବାରର ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିଛି। ସୁରକ୍ଷିତ ଭାବେ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବାକୁ, ୟୁପିଆଇ ଅଥବା କାର୍ଡ ମାଧ୍ୟମରେ ଯୋଗାଯୋଗହୀନ(କନେକ୍ଟଲେସ୍‌) କାରବାରର ସୀମା ୨୦୨୧ ଜାନୁୟାରୀ ପହିଲାରୁ ୨୦୦୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହ ଜଡିତ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ପୃଥକ ଭାବରେ ଜାରି କରାଯିବ ବୋଲି ଆର୍‌ବିଆଇ ମଧ୍ୟ କହିଛି।

ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ନେଣଦେଣ ଉପରେ ଚାର୍ଜ ବନ୍ଦ:
ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ଜୁଲାଇ ୨୦୧୯ରୁ ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ନ୍‌ ମାଧ୍ୟମରେ ନେଣଦେଣ ପାଇଁ ଶୁଳ୍କ ବନ୍ଦ କରି ଦେଇଛି। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ଏନ୍‌ଇଏଫଟି ବ୍ୟବହୃତ ହେଉଥିବାବେଳେ ଆର୍‌ଟିଜିଏସ୍‌ ମାଧ୍ୟମରେ ବଡ଼ ନେଣଦେଣ କରାଯାଇଥାଏ।

ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ମାଣ କରାଯିବ କେନ୍ଦ୍ର:
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ ଆର୍ଥିକ ସାକ୍ଷରତା କେନ୍ଦ୍ର (ସିଏଫ୍‌ଏଲ୍‌) ବର୍ତ୍ତମାନ ୧୦୦ଟି ବ୍ଲକରେ କାର୍ଯ୍ୟ କରୁଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ବ୍ଲକରେ ପର୍ଯ୍ୟାୟ କ୍ରମେ ଏହିପରି କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri