Posted inଫୁରସତ

ଏହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେଉଛନ୍ତି ସାପ: ଥରେ କି ଦୁଇଥର ନୁହେଁ, କାମୁଡ଼ିଲେଣି ୭୨ ଥର; ତଥାପି..

ଅନିଷ୍ଟ କରିଥିବା ବ୍ୟକ୍ତିଠାରୁ ସାପ ପ୍ରତିଶୋଧ ନିଏ ବୋଲି କୁହାଯାଏ। ଏହା କେତେ ସତ କେତେ ମିଛ କେହି ବି ଜାଣେନା। ମାତ୍ର ଏଭଳି ଏକ ଘଟଣାକ୍ରମରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲାର କୁମ୍ମାରା ଗୁଣ୍ଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଯାହା ହେଉଛି ତାହା ଜାଣିଲେ ଆପଣ କହିବେ ଏହା ସତ ବୋଲି। ବ୍ୟକ୍ତିଜଣଙ୍କ ହେଲେ ସୁବ୍ରମଣ୍ୟମ(୪୫)। ତାଙ୍କୁ ଥରେ କି ଦୁଇ ଥର ନୁହେଁ ବରଂ ୭୨ ଥର ସାପ କାମୁଡ଼ିସାରିଲାଣି।

ସୁବ୍ରମଣ୍ୟମ ୫ମ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଥମ ଥର ପାଇଁ ସାପ ତାଙ୍କୁ କାମୁଡ଼ିଥିଲା। ଏହାପରେ ବର୍ଷକୁ ୨ଥର ତାଙ୍କୁ ସାପ କାମୁଡୁଛନ୍ତି। ପ୍ରତି ବର୍ଷ ଅମାବାସ୍ୟା ଦିନ ସାପ ତାଙ୍କ ଘର ସାମ୍ନାକୁ ଆସନ୍ତି। ଏଣୁ ସେଦିନ ସେ ବାହାରକୁ ଆସିବାକୁ ଡରନ୍ତି। ୩୨ ବର୍ଷ ଧରି ତାଙ୍କ ସହ ଏପରି ହୋଇଆସୁଛି। ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ସାପମାନେ ତାଙ୍କଠାରୁ କେଉଁ କାରଣକୁ ନେଇ ପ୍ରତିଶୋଧ ନେଉଛନ୍ତି ତାହା ସେ ଜାଣି ନ ଥିବା କୁହନ୍ତି। ସାପଙ୍କ ଭୟ ଯୋଗୁ ସେ କାମ ପାଇଁ ବାହାରକୁ ଯାଇପାରି ନ ଥାନ୍ତି। ସେ ଜଣେ କୃଷକ। ବାରମ୍ବାର ସାପ କାମୁଡ଼ିବା ଯୋଗୁ ତାଙ୍କୁ ବର୍ଷକୁ ପ୍ରାୟ ୫୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ। ଏହା ତାଙ୍କ ପାଇଁ ଏବେ କଷ୍ଟକର ହୋଇପଡ଼ିଛି ବୋଲି ସୁବ୍ରମଣ୍ୟମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri