Posted inଖେଳ

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର ୩ଟି ମ୍ୟାଚ୍‌ରେ ସେ ହେଜେଲଉଡଙ୍କ ଶିକାର ହୋଇଛନ୍ତି। ଏହା ସହ ଡେବ୍ୟୁ ମ୍ୟାଚ୍‌ ପରେ ପ୍ରଥମଥର ପାଇଁ କୋହଲି ଗୋଟିଏ ବର୍ଷରେ ବିନା ଶତକ ମାରି ବର୍ଷ ଶେଷ କରିଛନ୍ତି। ଚଳିତବର୍ଷ ଭାରତୀୟ ଦଳର ଏହା ଶେଷ ଏକଦିବସୀୟ ମ୍ୟାଚ୍‌ ଥିଲା। ତେବେ ଶେଷ ମ୍ୟାଚ୍‌ରେ ସେ ଏକ ଶତକର ନିକଟତର ହୋଇଥିଲେ। କିନ୍ତୁ ତାଙ୍କୁ ୮୯ ରନ ପାଇଁ ହେଜେଲଉଡ ପ୍ୟାଭିଲିୟନକୁ ପଠାଯାଇଥିଲା। କୋହଲି ୨୦୦୮ରେ ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ। ତା’ପରେ ସେ ପାଞ୍ଚ ଇନିଂସ ଖେଳି ଶତକ ହାସଲ କରିପାରି ନ ଥିଲେ। ସେବେଠାରୁ ସେ ପ୍ରତିବର୍ଷ ଏକଦିବସୀୟ କ୍ରିକେଟରେ ଏକ ଶତକ ହାସଲ କରିଛନ୍ତି। ସେ ୨୦୧୭ ଏବଂ ୨୦୧୮ରେ ସର୍ବାଧିକ ଶତକ ମାରିଥିଲେ। ୨୦୧୭ରେ କୋହଲି ୨୬ଇନିଂସ ଏବଂ ପରବର୍ତ୍ତୀ ସିଜନରେ ସେ ୧୪ ଇନିଂସରେ ଯଥାକ୍ରମେ ୬-୬ଟି ଶତକ ହାସଲ କରିଥିଲେ।

୨୦୦୮ – ୦
୨୦୦୯ – ୧
୨୦୧୦ -୩
୨୦୧୧ -୪
୨୦୧୨-୫
୨୦୧୩-୪
୨୦୧୪-୪
୨୦୧୫-୨
୨୦୧୬-୩
୨୦୧୭-୬
୨୦୧୮-୬
୨୦୧୯-୫
୨୦୨୦-୦

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଏକଦିବସୀୟ ସିରିଜରୁ କୋହଲି ବର୍ଷ ଆରମ୍ଭ କରିଥିଲେ। ଏହା ପରେ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲା ଏବଂ ପରେ କରୋନା ପରେ କ୍ରିକେଟ କିଛି ସମୟ ପାଇଁ ଅଟକି ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ ହେଉଛି କରୋନା ପରେ ଟିମ ଇଣ୍ଡିଆର ପ୍ରଥମ ସିରିଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri