ଗର୍ଲଫ୍ରେଣ୍ଡଙ୍କ ସହ ବିବାହ କଲେ ଆଦିତ୍ୟ: କହିଲେ ପୂରା ହେଲା ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ଆକ୍ଟର-ହୋଷ୍ଟ-ସିଙ୍ଗର ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି। ବି-ଟାଉନର ଏହି ଲଭ୍‌ବାର୍ଡ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ମନ୍ଦିରରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି। ବିବାହ ସମୟରେ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁହେଁ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି।

ତେବେ ବିବାହ ପରେ ଆଦିତ୍ୟ କହିଛନ୍ତି, ଶେଷରେ ତାଙ୍କର ଓ ଶ୍ୱେତାଙ୍କ ବିବାହ ହୋଇଛି। ଏହା ଏକ ସ୍ବପ୍ନ ଭଳି ଥିବା ବେଳେ ଆଜି ପୂରା ହୋଇଛି। ଶ୍ୱେତାଙ୍କ ଭଳି ଜୀବନସାଥି ପାଇ ବେଶ୍‌ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ତେବେ ସବୁଠାରୁ ବିଶେଷତଃ କଥା ହେଲା ବାପା ଆଦିତ୍ୟ ନାରାୟଣଙ୍କ ଜନ୍ମଦିନ ଅବସରରେ ଆଦିତ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଆଦିତ୍ୟ ଘରକୁ ବୋହୁ ଆଣି ବାପାଙ୍କୁ ବଡ଼ ଉପହାର ଦେଇଛନ୍ତି ବୋଲି ଉଦିତ କହିଛନ୍ତି। କରୋନା ମହାମାରୀ ଯୋଗୁ ବିବାହ ଉତ୍ସବରେ ବହୁ କମ୍‌ ଲୋକ ସାମିଲ ହୋଇଥିଲେ। ସେହିପରି କୋଭିଡ-୧୯ ପ୍ରୋଟୋକଲକୁ ପାଳନ କରି କମ୍‌ ଲୋକଙ୍କ ଉପସ୍ଥିତିରେ ରିସେପ୍ସନ ପାର୍ଟି ରଖାଯିବ। ଏହାକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଗୀତ ‘ପହଲା ନଶା’ରେ ଆଦିତ୍ୟ ଓ ଶ୍ୱେତା ଡାନ୍ସ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri