ଭିତରକନିକା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ: ଜନପ୍ରତିନିଧିଙ୍କ ସହ ମନ୍ତ୍ରୀ ଆଲୋଚନା କରନ୍ତୁ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର,୩୦ା୧୧(ଡି.ଏନ.ଏ.):ଭିତରକନିକା ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରବିବାର ଶୂନ୍ୟକାଳରେ ଭିତରକନିକାର ସୀମା ନିର୍ଦ୍ଧାରଣ ନେଇ କେନ୍ଦ୍ରାପଡ଼ା ଜିଲାର ବିଧାୟକମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିବା ପରେ ବାଚସ୍ପତି ଏନେଇ ରୁଲିଂ ଦେଇଥିଲେ। ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଜଙ୍ଗଲ ଓ ପରିବେଶ ବିଭାଗ ଭିତରକନିକା ଅଭୟାରଣ୍ୟର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ହେଲେ ଏନେଇ ଜିଲାର ଲୋକ ପ୍ରତିନିଧିମାନଙ୍କ ପରାମର୍ଶ ନିଆଯାଇନାହିଁ କିମ୍ବା ଆଲୋଚନା କରାଯାଇନାହିଁ। ନୂତନ ସୀମା ନିର୍ଦ୍ଧାରଣ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ୪୦ ପ୍ରତିଶତ ଅଞ୍ଚଳ ଅଭୟାରଣ୍ୟ ଭିତରକୁ ଚାଲିଯିବ। ଅଭୟାରଣ୍ୟ ପରିସର ମଧ୍ୟକୁ ମହାକାଳପଡ଼ା, ଆଳି, ରାଜନଗର ନିର୍ବାଚନମଣ୍ଡଳୀର ଯେଉଁ ଅଞ୍ଚଳ ନିଆଯାଇଛି ସେଠାରେ ଆଦୌ ଜଙ୍ଗଲ ନାହିଁ। ଉକ୍ତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ପ୍ରକଳ୍ପ ଚାଲିଥିବାରୁ ଅଭୟାରଣ୍ୟ ମଧ୍ୟକୁ ଗଲେ ଉକ୍ତ କାମ ଅଟକିଯିବ। ତେଣୁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ କହିଥିଲେ।
ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ପ୍ରକୃତି ସଙ୍ଗେ ସଙ୍ଗେ ମଣିଷ ମଧ୍ୟ ବଞ୍ଚତ୍ବା ଆବଶ୍ୟକ। ବାସ୍ତବତାକୁ ଦେଖି ସରକାର ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ସେ କହିଥିଲେ। ଅଭୟାରଣ୍ୟ ଭିତରକୁ ଜନବସତି ଅଞ୍ଚଳ ଚାଲିଗଲେ ସେଠାରେ ଖୁଣ୍ଟଟିଏ ପୋତିହେବ ନାହିଁ କି ମୋରମ ଗଣ୍ଡାଏ ପକାଇ ହେବ ନାହିଁ। ରାସ୍ତା, ସ୍କୁଲ୍‌, ହସ୍ପିଟାଲ କିଛି ନିର୍ମାଣ କରାଯାଇପାରିବ ନାହିଁ। ସୀମା ପୁନଃ ନିର୍ଦ୍ଧାରଣରେ ଗୁଗୁଆ, ସୁନିତି, ଲାଞ୍ଜୁଡ଼ା ଓ ଜମ୍ବୁ ଆଦି ପଞ୍ଚାୟତ ଅଭୟାରଣ୍ୟ ପାଲଟିଯିବ। ଏହି ଇଲାକାରେ ଥିବା ଲୋକେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଥିଲେ। ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଇ ଡିଲିମିଟେଶନ ପ୍ରକ୍ରିୟାରୁ ଜଙ୍ଗଲ ବିଭାଗ ଓହରିବାକୁ ସେ ଦାବି କରିଥିଲେ। ବିଜେଡି ବିଧାୟକ ଧ୍ରୁବଚରଣ ସାହୁ କହିଥିଲେ ଯେ, ୪୫ବର୍ଷ ପରେ ଭିତରକନିକାର ସୀମା ପୁନଃ ନିର୍ଦ୍ଧାରଣ କରାଯାଉଛି। ୫୨ଟି ଗ୍ରାମକୁ ବାଦ୍‌ ପକାଇଥିଲେ ମଧ୍ୟ ୫୫ ବର୍ଗ କିଲୋମିଟରକୁ ଅଭୟାରଣ୍ୟ ପରିସର ମଧ୍ୟରେ ଯୋଡ଼ିଛନ୍ତି। ଏଥିରେ ରାଜନଗରର ୨୫ ପଞ୍ଚାୟତର ୨୨୬ ଗ୍ରାମ, ଆଳିର ୧୨ ପଞ୍ଚାୟତର ପାଖାପାଖି ୯୨ ଗ୍ରାମ ଏବଂ ମହାକାଳପଡ଼ାର ଅନେକ ଅଞ୍ଚଳ ଏଥିରେ ରହିଛି। ପ୍ରାୟ ୨.୫ଲକ୍ଷ ଜନବସତି ଏହାମଧ୍ୟରେ ରହିଛନ୍ତି। ସ୍ଥାନୀୟ ଲୋକ ଓ ଜନପ୍ରତିନିଧିଙ୍କ ମତାମତକୁ ନେଇ ଅଭୟାରଣ୍ୟ ଘୋଷଣା କରିବା କଥା। ମାତ୍ର ତାହା ହୋଇନାହିଁ। ଏହାଦ୍ୱାରା ଆଗାମୀ ଦିନରେ ୩ଟି ନିର୍ବାଚନମଣ୍ଡଳୀର ଜନସାଧାରଣ ସମସ୍ୟା ଭୋଗିବେ। କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ସେ କହିଥିଲେ। ବିଧାୟକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri