Posted inଜାତୀୟ

ଚାଷୀଙ୍କ କଥା ଶୁଣନ୍ତୁ ସରକାର, ସେମାନେ ନୁହନ୍ତି ପାକିସ୍ତାନୀ: ଆନ୍ନା ହଜାରେ

ନୂଆଦିଲ୍ଲୀ,୨୯।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶର ଚାଷୀ ସଂଗଠନ ଏକଜୁଟ ହୋଇଛନ୍ତି। ଚାଷୀ ସଂଗଠନକୁ ଏବେ ସମାଜସେବୀ ଆନ୍ନା ହଜାରେ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, କୃଷି ଆଇନ୍‌କୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ଭାରତ ପାକିସ୍ତାନ ଭଳି ସ୍ଥିତି ସୃଷ୍ଟି ହୋଇଛି। ସରକାର ଚାଷୀଙ୍କ କଥା ଶୁଣିବା ଆବଶ୍ୟକ ବୋଲି ସେ କହିଛନ୍ତି। ଚାଷୀମାନେ ପାକିସ୍ତାନୀ ନୁହନ୍ତି। ସେମାନେ ଦେଶର ଅନ୍ନଦାତା ବୋଲି ଆନ୍ନା କହିଛନ୍ତି। ନିର୍ବାଚନ ସମୟରେ ସେମାନଙ୍କ ପାଖକୁ ଯେଉଁଭଳି ଭୋଟ ମାଗିବା ପାଇଁ ଯାଉଥିଲେ ତାହାକୁ ଦୃଷ୍ଟିରେ ରଖି ଏବେ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନଦେବା ଉଚିତ ବୋଲି ସେ କହିଛନ୍ତି। ଏବେ ଚାଷୀ ଅହିଂସା ମାର୍ଗରେ ଆନ୍ଦୋଳନ କରୁଛନ୍ତି। ଯଦି ସେମାନେ ହିଂସା ମାର୍ଗ ଆପଣେଇବେ ତାହାର ଦାୟିତ୍ୱ କିଏ ନେବ ବୋଲି ଆନ୍ନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରବଳ ଥଣ୍ଡାରେ କରୋନା ମହାମାରୀ ସଂକ୍ରମଣ ସମୟରେ ଚାଷୀଙ୍କ ଉପରେ ପାଣି ବର୍ଷା କରାଗଲା। ଏହା ଠିକ ନୁହେଁ। ଚାଷୀ ଦେଶର ଶତ୍ରୁ ନୁହନ୍ତି। ସରକାର ସେମାନଙ୍କ ଦାବି ମାନିନେବା ଉଚିତ ବୋଲି ଆନ୍ନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଦୁଇ ଜିଲା ପାଇଁ କଲେ ବଡ ଦାବି

ଭୁବନେଶ୍ୱର,୮ା୧: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦୁଇ ଜିଲା ପାଇଁ ବଡ ଦାବି ଜଣାଇଛନ୍ତି। ଅନୁଗୋଳ ଏବଂ...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

‘ସବୁକିଛି ତେଲ ପାଇଁ’: ଆମେରିକାର ଉପରେ ବର୍ଷିଲେ ଭେନେଜୁଏଲା ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮ା୧: ଆମେରିକା ପକ୍ଷରୁ କରାଯାଉଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍।...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ...

ପରମାଣୁ କ୍ଷମତା ବୃଦ୍ଧି କରିବ ଭାରତ: ଓଡ଼ିଶା ସମେତ ୩୦ଟି ସ୍ଥାନରେ ହେବ ନୂତନ ପ୍ରକଳ୍ପ

ନୂଆଦିଲ୍ଲୀ,୮ା୧: ଓଡ଼ିଶାରେ ସ୍ଥାପନା ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ଦେଶରେ ପରମାଣୁ ଶକ୍ତି କ୍ଷମତା...

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri