ହାଜତ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୁରୀ ଓ ସୁନ୍ଦରଗଡ଼ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ ମଙ୍ଗଳବାର ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ଉଭୟ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାରେ ଏନ୍‌ଏଚ୍‌ଆର୍‌ସିର ସମସ୍ତ ଗାଇଡ୍‌ଲାଇନକୁ ଅନୁସରଣ କରାଯିବ। ପୁରୀ ଜେଏମ୍‌ଏଫ୍‌ସି ସିଦ୍ଧାର୍ଥ ମିଶ୍ରଙ୍କୁ ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେହିଭଳି ସୁନ୍ଦରଗଡ଼ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାର ତଦନ୍ତ ଏସ୍‌ଡିଜେଏମ୍‌ ଆର୍‌.କେ. ପ୍ରଧାନ କରିବେ। ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତେ ବିଶ୍ୱାସ ଓ ଆସ୍ଥା ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ରଖିଥିବା ବିବୃତିରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇନି, ବରଂ ଆଇନ ଶୃଙ୍ଖଳା ପରିସ୍ଥିିତି ଶାନ୍ତିପୁର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି। ସରକାର ସଦାସର୍ବଦା ଆଇନଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନ ଜୀବନକୁ ପ୍ରାଥମିକତା ଦେଇଆସୁଛନ୍ତି। ରାଜ୍ୟ ସରକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରି ଆଇନଶୃଙ୍ଖଳା ରକ୍ଷା ଦିଗରେ ପ୍ରତିଶ୍ରୁତିବଦ୍ଧ। ପୋଲିସ ବିଭାଗର କଠିନ ପରିଶ୍ରମ ଲାଗି ଆଜି ରାଜ୍ୟରେ କରୋନା ନିୟନ୍ତ୍ରଣାଧିନ ରହିଛି। ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଉପରେ ପୋଲିସର ତୀକ୍ଷ୍ଣ୍ନ ଦୃଷ୍ଟି ରହିଥିବାରୁ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଦେଖାଯାଇନାହିଁ କି ବଡ଼ ଧରଣର ଛାତ୍ର ଅଶାନ୍ତି ମଧ୍ୟ ଦେଖାଯାଇନି। ଡକାୟତି ୫.୫%, ବଳାତ୍କାର ୧୮% ଓ ଅନ୍ୟାନ୍ୟ ଆପରାଧିକ ମାମଲାରେ ୩୦% ହ୍ରାସ ଦେଖାଯାଇଛି। ମାଓବାଦୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଆଖିଦୃଶିଆ ସଫଳତା ମିଳିଛି। କଟକ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ ଘଟଣାରେ ପୋଲିସ ସଫଳତାର ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଅଟକ ରଖିଥିବା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ବିବୃତିି ରଖି ମନ୍ତ୍ରୀ ପୋଲିସର ସଫଳତା ବିଷୟରେ କହିଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ହାଜତ ମୃତ୍ୟୁ ପ୍ରସଙ୍ଗ ଗୃହରେ ଉଠାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ବ୍ରିଟିଶ ଯୁଗ ଚାଲିଥିବା କହିଥିଲେ। ହାଜତ ମୃତ୍ୟୁ ଘଟଣାରେ ସରକାର ଅପରାଧୀଙ୍କୁ ଚତୁରତାର ସହ ଘଣ୍ଟ ଘୋଡ଼ାଉଛନ୍ତି। ଆଇନ ଅନୁଯାୟୀ ହାଜତ ମୃତ୍ୟୁ ପାଇଁ ପୋଲିସ ଦାୟୀ। ୨୦୧୯ରୁ ଇତିମଧ୍ୟରେ ଓଡ଼ିଶାରେ ୭ଟି ହାଜତ ମୃତ୍ୟୁ ଘଟିଛି। କିନ୍ତୁ ଜଣେ ହେଲେ ବି ଦୋଷୀଙ୍କୁ ଦଣ୍ଡ ଦିଆଯାଇନାହିଁ। ୨୦୧୯ ମାର୍ଚ୍ଚରୁ ୨୦୨୦ ଜାନୁୟାରୀ ମଧ୍ୟରେ ୫ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ୬୦% ଶିଶୁଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳୁନି। ୨୦ରୁ ଅଧିକ ଆଦିବାସୀ ନାବାଳିକା ନିର୍ଯାତନାର ଶିକାର ହୋଇଛନ୍ତି। ୯୪% ମହିଳା ବିରୋଧୀ ହିଂସାରେ ପୋଲିସ ଦୋଷୀଙ୍କୁ ଚିହ୍ନଟ କରିପାରୁନି କି ସେମାନଙ୍କୁ ନ୍ୟାୟ ମିଳିପାରୁ ନାହିଁ। ମାତ୍ର ୬% ମହିଳା ବିରୋଧୀ ହିଂସାରେ ଦୋଷୀଙ୍କୁ ଦଣ୍ଡଦେଇ ପୋଲିସ ବାହାବା ନେଉଛି। ପୁରୀ ଜିଲା ଥାନାଗୁଡ଼ିକ ଏବେ ଥାର୍ଡ ଡିଗ୍ରୀ କେନ୍ଦ୍ରରେ ପରିଣତ ହୋଇଛି। ହେଲେ ସରକାର ଘଟଣାକୁ ଚାପିବାର ଉଦ୍ୟମ ଜାରି ରଖିଥିବା ସେ କହିଥିଲେ। ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ସହ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ସେ ଦାବି କରିଥିଲେ। ସେହିଭଳି ଗତ ୬ମାସ ହେଲା ପୁରୀରେ ପୋଲିସର ଦମନଲୀଳା ଚାଲିଥିବା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ। ହାଜତ ମୃତ୍ୟୁର ଶିକାର ହୋଇଥିବା କେ. ରମେଶଙ୍କ ମା’, ବାପାଙ୍କୁ ପୋଲିସ ଉଠାଇନେଇଛି। ଥାନା ଅଧିକାରୀମାନେ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପୁରୀ ସହରରେ ଶାନ୍ତି ଫେରାଇ ଆଣିବାକୁ ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମନ୍ତ୍ରୀ ଏସି ଚାମ୍ବରରେ ବସି ବିଭାଗ ସମ୍ଭାଳୁଥିବା କହିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସାଲୁଜା କହିଥିଲେ। ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଅଖିଳେଶ୍ୱର ସିଂଙ୍କ ଉପରେ ବର୍ଷିଥିଲେ। ତାଙ୍କୁ ତୁରନ୍ତ ଗିରଫ କରିବା ସହ ପୁରୀ ହାଜତ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଥିଲେ। ବିହାର, ଉତ୍ତରପ୍ରଦେଶ ଠାରୁ ଓଡ଼ିଶା ପୋଲିସର ଦାଦାଗିରି ବଢ଼ିଯାଇଥିବା କଂଗ୍ରେସ ବିଧାୟକ କହିଥିଲେ। ଭାଜପା ବିଧାୟକ ଜୟନାରାୟଣ ମିଶ୍ର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଥିଲେ। ଗତ ଅକ୍ଟୋବରରୁ ଭୁବନେଶ୍ୱରରେ ଲୁଟେରା ଇନିଂସ ଆରମ୍ଭ ହୋଇଛି। ୨୦୧୯ରୁ ଓଡ଼ିଶା ଅଶାନ୍ତ ରାଜ୍ୟରେ ପରିଣତ ହୋଇଛି। ପୋଲିସର ଅତ୍ୟାଚାର ରାଜ୍ୟରେ ବଢିଯାଇଥିବା ସେ କହିଥିଲେ। ଅପରପକ୍ଷେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ପ୍ରତାପ ଦେବ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟବସ୍ଥିତ ଥିବା କହିଥିଲେ। ବିରୋଧୀ ମିଛ କହୁଛନ୍ତି। କେ. ରମେଶଙ୍କ ପୋଷ୍ଟମର୍ଟମବେଳେ ତାଙ୍କ ମା’, ବାପା ହସ୍ପିଟାଲରେ ଉପସ୍ଥିତ ଥିବା ପ୍ରତାପ ଦେବ ଭାଜପାକୁ ଟାର୍ଗେଟ କରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri