Posted inଫୁରସତ

ଇ-ଓ୍ବେଷ୍ଟରୁ ଇନୋଭେସନ

ଟେକ୍ନୋଲୋଜୀର ବିକାଶ ଏବଂ କ୍ରମାଗତ ପରିବର୍ତ୍ତନ ଦ୍ୱାରା ସମଗ୍ର ବିଶ୍ୱରେ ଇ-ଓ୍ବେଷ୍ଟ୍‌ର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନିୟମିତ ବ୍ୟବଧାନରେ ନିଜ କମ୍ପ୍ୟୁଟର, ମୋବାଇଲ୍‌ ଫୋନ୍‌, ଟାବ୍‌ଲେଟ୍‌ସ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ଅପ୍‌ଗ୍ରେଡ୍‌ କରିବା ଦ୍ୱାରା ଇ-ଓ୍ବେଷ୍ଟ୍‌ର ବୋଝ ପୃଥିବୀପୃଷ୍ଠରେ ବଢିବାରେ ଲାଗିଛି। ୨୦୧୬ରେ ସମଗ୍ର ବିଶ୍ୱରୁ ୪୯ ମିଲିୟନ୍‌ ଟନ୍‌ର ଇଲେକ୍ଟ୍ରୋନିକ୍ସ ଓ୍ବେଷ୍ଟ୍‌ ବାହାରିଥିବା ବେଳେ ଏହା ୪୫୦୦ଟି ଏଫିଲ୍‌ ଟାଓ୍ବାର ସଦୃଶ ବୋଲି କୁହାଯାଉଛି। ତେବେ ୨୦୨୧ ସୁଦ୍ଧା ବିଶ୍ୱରେ ଇ-ଓ୍ବେଷ୍ଟ୍‌ର ପରିମାଣ ୫୭ ମିଲିୟନ ଟନ୍‌ରୁ ଊର୍ଦ୍ଧ୍ୱ ହେବାନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଚୀନ୍‌ ଏବଂ ଆମେରିକା ପଛକୁ ଭାରତ ୩ୟ ରାଷ୍ଟ୍ରଭାବେ ସର୍ବାଧିକ ଇ-ଓ୍ବେଷ୍ଟ୍‌ ସୃଷ୍ଟି କରୁଥିବା ନିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏପରିସ୍ଥଳେ କିଛି ଟେକ୍‌ କମ୍ପାନୀ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଇ-ଓ୍ବେଷ୍ଟ୍‌ର ସୁପରିଚାଳନା ସହ ଏ କ୍ଷେତ୍ରରେ ସଷ୍ଟେନେବୁଲ୍‌ ହେବାଲାଗି ଉଦ୍ୟମ କରୁଛନ୍ତି। ଏହାଦ୍ୱାରା ବିଶ୍ୱରେ ସୃଷ୍ଟି ହେଉଥିବା ଇଲେକ୍ଟ୍ରୋନିକ୍ସ ଓ୍ବେଷ୍ଟ୍‌ର ପରିମାଣ ଅନେକାଂଶରେ କମିପାରିଛି।

ଆପଲ୍‌
ଟେକ୍‌ ଜାୟାଣ୍ଟ୍‌ କମ୍ପାନୀ ଆପଲ୍‌ର ସମସ୍ତ କାର୍ଯ୍ୟ ନବୀକରଣ ଶକ୍ତି ବା ରିନିଓ୍ବେବୁଲ୍‌ ଏନର୍ଜି ଦ୍ୱାରା ପରିଚାଳିତ ହୋଇଥାଏ। ଆପଲ୍‌ ଏହାର ସମସ୍ତ ଉତ୍ପାଦର ଉତ୍ପାଦର ପ୍ରସ୍ତୁତିଠାରୁ ପ୍ୟାକେଜିଂ ପର୍ଯ୍ୟନ୍ତ, ସବୁଥିରେ ପରିବେଶ ଉପରେ ଏହାର ପ୍ରଭାବକୁ ଗୁରୁତ୍ୱ ଦେଇଥାଏ। ଆପଲ୍‌ର ଆସେମ୍ବଲି ସାଇଟ୍‌ଗୁଡ଼ିକ ଜିରୋ ଓ୍ବେଷ୍ଟ୍‌ର ମାନ୍ୟତା ପାଇଥିବା ବେଳେ ଗତ ୧୦ବର୍ଷ ମଧ୍ୟରେ ଆପଲ୍‌ ଏହାର ଉତ୍ପାଦଗୁଡ଼ିକରେ ବ୍ୟବହୃତ ଶକ୍ତିର ପରିମାଣକୁ ୭୦% ପର୍ଯ୍ୟନ୍ତ କମାଇପାରିଛି। ସେହିଭଳି ଆପଲ୍‌ ଏବଂ ଏହାର ସପ୍ଲାୟରମାନେ ମିଳିତଭାବେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନକୁ ୪୬୬,୦୦୦ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ କମାଇପାରିଛନ୍ତି, ଯାହାକି ଗୋଟିଏ ବର୍ଷରେ ୧ ଲକ୍ଷ କାର୍‌ରୁ ନିର୍ଗତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ସହ ସମାନ।

ଏଚ୍‌ପି
ଟେକ୍ନୋଲୋଜୀରେ ଇନୋଭେସନ ଆଣିବା ଭଳି ଏଚ୍‌ପି ସଷ୍ଟେନେବିଲିଟିରେ ଇନୋଭେସନ ଆଣି ବିଶେଷ ଲୋକପ୍ରିୟତା ହାସଲ କରିଛି। ଏଚ୍‌ପି ଏହାର ଅଧିକାଂଶ ଉତ୍ପାଦକୁ ରିସାଇକଲ୍‌ ହୋଇଥିବା ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ କରୁଛି। ୨୦୨୫ ସୁଦ୍ଧା ଏଚ୍‌ପି ଏହାର ୩୦% ଅଧିକ ଉତ୍ପାଦରେ ରିସାଇକଲ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଏଚ୍‌ପି ବ୍ରାଣ୍ଡ୍‌ର ପେପର ଦ୍ୱାରା କମ୍ପାନୀ ନିର୍ଦ୍ଧାରିତ ସମୟର ଦୁଇବର୍ଷ ପୂର୍ବରୁ ୧୦୦% ଜିରୋ ଡିଫରେଷ୍ଟେସନ୍‌ ଲକ୍ଷ୍ୟ ହାସଲ କରିପାରିଛି। ଗତ କିଛିବର୍ଷ ମଧ୍ୟରେ ଏଚ୍‌ପି ଏହାର କାର୍ବନ ଫୁଟ୍‌ପ୍ରିଣ୍ଟକୁ ଏକ ତୃତୀୟାଂଶ କମାଇପାରିଛି। ତେବେ ଏଚ୍‌ପିର ଏହି ପ୍ରୟାସ କେବଳ ପରିବେଶ ପାଇଁ ଉପଯୋଗୀ ହୋଇନି, ବରଂ କମ୍ପାନୀର ଲାଭାଂଶକୁ ମଧ୍ୟ ବୃଦ୍ଧିପାଇଛଇ।

ସାମ୍‌ସଙ୍ଗ୍‌
ଦକ୍ଷିଣ କୋରିଆର ମଲ୍ଟିନ୍ୟାସନାଲ କମ୍ପାନୀ ‘ସାମ୍‌ସଙ୍ଗ୍‌ ଗ୍ରୁପ୍‌’ ୨୦୧୯ରେ ଏହାର ଉତ୍ପାଦଗୁଡ଼ିକରେ ପରିବେଶ ଉପଯୋଗୀ ତଥା ସଷ୍ଟେନେବୁଲ୍‌ ପ୍ୟାକେଜିଂ ବ୍ୟବହାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛି। ରିସାଇକେଲ୍‌ ହୋଇଥିବା ବିଭିନ୍ନ ସାମଗ୍ରୀକୁ ଏହା ପ୍ୟାକେଜିଂରେ ବ୍ୟବହାର କରୁଛି। ଉଭୟ ମ୍ୟାନୁଫ୍ୟାକ୍‌ଚରିଂ ଏବଂ ପ୍ୟାକେଜିଂରେ ଏହା ଡିସ୍‌ପୋଜେବୁଲ୍‌ ମ୍ୟାଟେରିଆଲର ବ୍ୟବହାର କମାଇଦେଇଛି। ଆଗାମୀ ୨୦୩୦ ସୁଦ୍ଧା ସାମ୍‌ସଙ୍ଗ୍‌ ୭.୫ ବିଲିୟନ୍‌ ପାଉଣ୍ଡର ଇ-ଓ୍ବେଷ୍ଟ୍‌କୁ ରିସାଇକେଲ ବା ପୁନଃ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ନବୀକରଣ ଯୋଗ୍ୟ ଶକ୍ତି ବା ରିନିଓ୍ବେବୁଳ୍‌ ଏନର୍ଜିର ବ୍ୟବହାରକୁ ମଧ୍ୟ ଏହି କମ୍ପାନୀ ବିଶେଷ ଗୁରୁତ୍ୱ ଦେଉଛି।

ମାଇକ୍ରୋସଫ୍ଟ
ମଲ୍ଟିନ୍ୟାସନାଲ ଟେକ୍ନୋଲୋଜୀ କମ୍ପାନୀ ‘ମାଇକ୍ରୋସଫ୍ଟ’ ଏହାର ସମସ୍ତ କାର୍ଯ୍ୟରେ ସଷ୍ଟେନେବିଲିଟିକୁ ଗୁରୁତ୍ୱ ଦେଇଥାଏ। ୨୦୨୩ ସୁଦ୍ଧା ମାଇକ୍ରୋସଫ୍ଟର ୭୦% ମାସିଭ୍‌ ଡାଟା ସେଣ୍ଟରଗୁଡ଼ିକୁ ନବୀକରଣ ଯୋଗ୍ୟ ଶକ୍ତିରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୩୦ ସୁଦ୍ଧା ଏହି କମ୍ପାନୀ କାର୍ବନ୍‌ ନେଗେଟିଭ୍‌ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୫୦ ସୁଦ୍ଧା ଏହା ନିଜର କାର୍ବନ ନିଗମନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି। ପ୍ରତି ମେଟ୍ରିକ୍‌ ଟନ୍‌ କାର୍ବନ ଏମିସନ ପିଛା ମାଇକ୍ରୋସଫ୍ଟ ୧୫ ଡଲାରର ଇଣ୍ଟରନାଲ କାର୍ବନ ଫି ଚାର୍ଜ କରି ଏହି ଲକ୍ଷ୍ୟ ହାସଲ ଦିଗରେ ଉତ୍ସାହିତ କରୁଛି। ଏହି ଫାଇନ୍‌ ଅର୍ଥରେ ମାଇକ୍ରୋସଫ୍ଟ ବିଭିନ୍ନ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ମାନ କରିଥାଏ। ସେହିଭଳି ମାଇକ୍ରୋସଫ୍ଟ ଏହାର ଉତ୍ପାଦଗୁଡ଼ିକରେ ମଧ୍ୟ ରିସାଇକେଲ ଓ ପୁନଃ ବ୍ୟବହୃତ ସାମଗ୍ରୀ ବ୍ୟବହାର କରିଥାଏ।

ଲିନେଭୋ

ଲିନେଭୋ ସମଗ୍ର ବିଶ୍ୱରେ ଏହାର ଜନଉପଯୋଗୀ କାର୍ଯ୍ୟ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିଛି ପରିବେଶ ଉପଯୋଗୀ କାର୍ଯ୍ୟ ଲାଗି ମଧ୍ୟ ସେତିକି ପ୍ରଶଂସିତ ହୋଇଛି। ଲିନୋଭୋର କର୍ପୋରେଟ୍‌ ଅଫିସ୍‌ରୁ ଆରମ୍ଭକରି ମ୍ୟାନୁଫାକ୍‌ଚରିଂ ହବ୍‌ ପର୍ଯ୍ୟନ୍ତ, ସବୁଠାରେ ସଷ୍ଟେନେବିଲିଟିକୁ ଗୁରୁତ୍ୱ ଦିଆଯାଇଥାଏ। ୨୦୨୧ ସୁଦ୍ଧା ଲିନୋଭୋ ଏହାର ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ଏମିଶନକୁ ୪୦% ପର୍ଯ୍ୟନ୍ତ କମାଇବାକୁ ଲକ୍ଷ୍ୟ ରଖିଛି। ସେହିଭଳି ପ୍ରଡକ୍ଟ ପ୍ୟାକେଜିଂରେ ମଧ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିଥାଏ। ପ୍ଲାଷ୍ଟିକ୍‌ ଓ ଅନ୍ୟା ସାମଗ୍ରୀ ପରିବର୍ତ୍ତେ ଏହା ଆଖୁ ଓ ବାଉଁଶକୁ ବ୍ୟବହାର କରି ପ୍ୟାକେଜିଂକୁ ଅଧିକ ପତଳା ଓ ହାଲ୍‌କା କରିଥାଏ। କେବଳ ଏତିକି ନୁହେଁ, ଇଣ୍ଟେଲ୍‌, ଆସସ୍‌ ଭଳି ଟେକ୍‌ କମ୍ପାନୀ ମଧ୍ୟ ସଷ୍ଟେନେବିଲିଟିକୁ ପ୍ରାଥମିକତା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

 

ଡେଲ୍‌

ଆମେରିକାନ୍‌ ମଲ୍ଟିନ୍ୟାସନାଲ କମ୍ପ୍ୟୁଟର ଟେକ୍ନୋଲୋଜୀ କମ୍ପାନୀ ‘ଡେଲ୍‌’ ପରିବେଶ ଉପଯୋଗୀ ବିଭିନ୍ନ ଦୀର୍ଘକାଳୀନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସେମାନେ ଇତିମଧ୍ୟରେ ୭୫% ଟାର୍ଗେଟ୍‌ ହାସଲ କରିସାରିଛନ୍ତି। ଡେଲ୍‌ ଏହାର ବିଭିନ୍ନ ଉତ୍ପାଦରେ ୧୦୦ ମିଲିୟନ୍‌ ପାଉଣ୍ଡ୍‌ର ରିସାଇକେଲ୍‌ ହୋଇଥିବା ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ଉପକରଣ ବ୍ୟବହାର କରି ରେକର୍ଡ ସୃଷ୍ଟିକରିଛି। ସେହିଭଳି ବିଶ୍ୱର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଏହା ଆବଶ୍ୟକ ସମୟରେ ଜରୁରୀ ସେବା ଯୋଗାଇଦେଇଛି। ମ୍ୟାନୁଫ୍ୟାକ୍‌ଚରିଂରୁ ନିର୍ଗତ ଓ୍ବେଷ୍ଟ୍‌ ଓ୍ବାଟର୍‌ ବା ବର୍ଜ୍ୟଜଳର ପରିମାଣକୁ ୪.୫୬ ମିଲିୟନ୍‌ କ୍ୟୁବିକ୍‌ ମିଟର କମାଇପାରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri