ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ହେଲେଣି ଟ୍ରମ୍ପ!

ୱାଶିଂଟନ,୨୪ ।୧୧: ଶେଷରେ ଆମେରିକା ରାଷ୍ଟ୍ରପତି ପଦ ଓ ହ୍ୱାଇଟ ହାଉସ ଛାଡିବାକୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବା ସୂଚନା ମିଳିଛି । ସୋମବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପାଇଁ ସରକାର ଗଠନ କରିବାକୁ ଯାଉଥିବା ସରକାରୀ ଏଜେନ୍ସି କହିଥିଲା କି ଶାସନ ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉଛି । ଏହାପରେ ଟ୍ରମ୍ପ ସଙ୍କେତ ଦେଇଥିଲେ କି ଏବେ ଜେନରାଲ ସର୍ଭିସେସ୍ ଆଡିନିଷ୍ଟ୍ରେଶନକୁ ଯାହା ଆବଶ୍ୟକ ତାହା କରିବା ଦରକାର । ଏହିପରି ଭାବେ ଟ୍ରମ୍ପ ଜୋ ବାଇଡେନ୍‌ଙ୍କ ବିଜୟକୁ ସ୍ୱୀକାର କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ଶାସନ ହସ୍ତାନ୍ତର ପାଇଁ ଦାୟୀ ସଂଘିୟ ଏଜେନ୍ସିର ମୁଖ୍ୟ କହିଥିଲେ କି ସେ ବାଇଡେନ୍‌ଙ୍କ ହ୍ୱାଇଟ୍ ହାଉସ୍ ଆଗମନକୁ ନେଇ ଜରୁରୀ ସାମଗ୍ରୀ ଯୋଗାଇ ଦେବେ । ଏହା ଜାଣିବା ପରେ ଟ୍ରମ୍ପ ଏବେ ଏଭଳି ବୟାନ ଦେଇଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍ ବିଜୟୀ ହୋଇଥିଲେ ବି ଟ୍ରମ୍ପ ଆଜି ପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରିବାକୁ ରାଜି ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri