ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ

ନୂଆଦିଲ୍ଲୀ, ୨୪।୧୧(ପି.ଟି.): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି। ଏହି ଟିକା ପ୍ରସ୍ତୁତିରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ସାମିଲ ଥିବାରୁ ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟିକା କୋଭିଡ୍‌-୧୯ ବିରୋଧରେ ଖୁବ୍‌ ପ୍ରଭାବୀ ଓ ନିରାପଦ। ଏହା ତୁରନ୍ତ କାର୍ଯ୍ୟ କରିଥାଏ ବୋଲି ଅଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍‌କାଲ ସୋରିଅଟ୍‌ କହିଛନ୍ତି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଏହି ଟିକାକୁ ବ୍ରିଟେନ୍‌ ଓ ବ୍ରାଜିଲରେ ପରୀକ୍ଷା କରାଯାଇଥିଲା। ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ଟିକାର ଅଧା ଡୋଜ୍‌ ଓ ମାସେ ପରେ ପୂରା ଡୋଜ୍‌ ଦିଆଯାଇଥିଲା, ଯେଉଁଥିରୁ ୯୦ ପ୍ରତିଶତ ସଫଳତା ମିଳିପାରିଛି। ତେବେ ଅନ୍ୟ ଏକ ପରୀକ୍ଷାରେ ଦୁଇଟି ପୂରା ଡୋଜ୍‌ ମାସେ ଅନ୍ତରରେ ଦିଆଯାଇଥିବାବେଳେ ତାହା ୬୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି। ଉଭୟ ପରୀକ୍ଷାର ଫଳାଫଳକୁ ମିଶାଇ ହାରାହାରି ସଫଳତା ୭୦ ପ୍ରତିଶତ ବୋଲି କୁହାଯାଉଛି। ଭାରତରେ ଏହାର ପରୀକ୍ଷା ଚାଲିଥିବାରୁ ଉତ୍ସାହଜନକ ଫଳାଫଳ ଆସିବା ଆଶା କରାଯାଉଛି। ଅପେକ୍ଷାକୃତ ଶସ୍ତାରେ ମିଳିବାକୁ ଥିବା ଏହି ଟିକା ଭାରତରେ ମହାମାରୀ ରୋକିବାରେ ସହାୟକ ହୋଇପାରିବ। ଦେଶର ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକମାନଙ୍କ ଲାଗି ଆଗାମୀ ଜାନୁୟାରୀ ସୁଦ୍ଧା ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଲକ୍ଷ୍ୟ ରଖିଛି। ଭାରତରେ ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ୍‌ ଦାମ୍‌ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ। ୨୦୨୧ ପ୍ରଥମ ତ୍ରୈମାସିକ ସୁଦ୍ଧା ଭାରତରେ ୩୦ରୁ ୪୦ କୋଟି ଅକ୍ସଫୋର୍ଡ ଭାକ୍ସିନ ଡୋଜ୍‌ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri