Posted inଖେଳ

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅନେକ ଜଣାଶୁଣା ତଥା ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଅନେକ ଆନ୍ତର୍ଜାତୀୟ ଖେଳାଳି ପୂର୍ବବତ୍‌ ଟୁର୍ନାମେଣ୍ଟରେ ନିଜର ଦବ୍‌ଦବା ଜାହିର କରିଥିଲେ। ତେବେ ନିକଟରେ ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର୍‌ ବିରେନ୍ଦ୍ର ସେହୱାଗ ଆଇପିଏଲ୍‌ ୨୦୨୦ ପାଇଁ ତାଙ୍କର ସର୍ବୋତ୍ତମ ଦଳ ଚୟନ କରିଥିଲେ। ବିରୁ ତାଙ୍କ ଦଳର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ବାଛି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

ସେହୱାଗ ନିଜ ଟିମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ୪ ଜଣ, କିଙ୍ଗସ ଏକାଦଶ ପଞ୍ଜାବର ୨ ଜଣ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରୁ ଜଣେ ଖେଳାଳିଙ୍କୁ ଦଳରେ ଚୟନ କରିଛନ୍ତି। ଆଇପିଏଲ ନିୟମକୁ ଧ୍ୟାନରେ ରଖି ବିରୁ ଦଳରେ ୭ ଜଣ ଭାରତୀୟ ଏବଂ ୪ ଜଣ ବିଦେଶୀ ଖେଳାଳିଙ୍କୁ ଚୟନ କରିଥିଲେ।

ବିରେନ୍ଦର ସେହୱାଗଙ୍କ ଆଇପିଏଲ୍‌-୨୦୨୦ ଶ୍ରେଷ୍ଠ ଦଳ:
କେ.ଏଲ୍‌ ରାହୁଲ (କିଙ୍ଗସ ଏକାଦଶ ପଞ୍ଜାବ)
ଦେବଦତ୍ତ ପାଦିକ୍କାଲ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
ସୂର୍ଯ୍ୟକୁମାର ଯାଦବ (ମୁମ୍ବାଇ ଇଣ୍ଡିଆନ୍ସ)
ବିରାଟ କୋହଲି (କ୍ୟାପଟେନ) (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
ଡେଭିଡ ୱାର୍ନର (ସନରାଇଜର୍ସ ହାଇଦ୍ରାବାଦ)
ଏବି ଡି ଭିଲିୟର୍ସ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
ରସିଦ ଖାନ (ସନରାଇଜର୍ସ ହାଇଦ୍ରାବାଦ)
ୟୁଜଭେନ୍ଦ୍ର ଚହଲ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
କାଗିସୋ ରାବାଡା (ଦିଲ୍ଲୀ ରାଜଧାନୀ)
ଜସପ୍ରୀତ ବୁମ୍ରା (ମୁମ୍ବାଇ ଇଣ୍ଡିଆନ୍ସ)
ମହମ୍ମଦ ଶାମି (କିଙ୍ଗସ ଏକାଦଶ ପଞ୍ଜାବ)


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri