ରାତିରେ ରାସ୍ତା ଭୟ

ବଇଣ୍ଡା,୧୩ା୧୧(ଡି.ଏନ.ଏ.) – କିଛି ବର୍ଷ ହେଲା ଗାଁର ସହରୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେଥିପାଇଁ ପ୍ରତି ପଞ୍ଚାୟତକୁ ପ୍ରଥମେ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏଥିସହ ପାଇପ୍‌ ପାଣି, ବିଦ୍ୟୁତ୍‌, ବଜାର ସୁବିଧା ସହ ଇଣ୍ଟରନେଟ୍‌ ସଂଯୋଗର ପ୍ରୟାସ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ବହୁ ପଞ୍ଚାୟତ ଏ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଛି। ବିଶେଷକରି ସାନହୁଲା ଓ କୁରୁମଟାପ ପଞ୍ଚାୟତକୁ ଗମନାଗମନ ବ୍ୟବସ୍ଥା ଏତେ ଶୋଚନୀୟ ଯେ ରାତି ହେଲେ ରାସ୍ତାକୁ ଭୟ କରୁଛନ୍ତି ଲୋକେ।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ସାନହୁଲା ପଞ୍ଚାୟତ ଅଧୀନରେ ଥିବା ସିନ୍ଦୂରଖୋଳ-ଜୟପୁର ୭ କିଲୋମିଟର ମାଟି ରାସ୍ତାରେ ଦୀର୍ଘବର୍ଷ ହେଲା ମାଟି ମୁଠାଏ ପଡ଼ିନାହିଁ। ଏହାକୁ ପକ୍କା କରିବା ପାଇଁ ମିଣ୍ଡୋଳ ଗ୍ରାମବାସୀ ୨୦୧୪ରୁ ଉଦ୍ୟମ କରି ଆସୁଛନ୍ତି। ସେମାନେ ବ୍ଲକ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଜନପ୍ରତିନିଧିମାନେ ମଧ୍ୟ ପଞ୍ଚାୟତବାସୀଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି। ସେହିପରି ଗୁଣ୍ଡୁରୀ-ଘୋଡ଼ାବାନ୍ଧୁଣୀ ୧୦ କିଲୋମିଟର ରାସ୍ତାକୁ ମଧ୍ୟ ପକ୍କା କରାଯାଉ ନାହିଁ। ଜଙ୍ଗଲିଆ ଏହି ରାସ୍ତାର ଖଇରାବସା ନାଳ ଉପରେ ପୋଲଟିଏ ନ ଥିବାରୁ ବର୍ଷ ତମାମ ଲୋକେ ପାଣିରେ ପଶି ଯାତାୟାତ କରୁଛନ୍ତି। ବର୍ଷାଦିନେ ଏହି ନାଳ ଯୋଗୁ ଗଁା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି। ଦିନବେଳା ଯାହା ଯେମିତି ଅସୁବିଧାରେ ଯାତାୟାତ ହେଉଥିଲେ ମଧ୍ୟ ରାତି ଅନ୍ଧାରକୁ ନାଳ ପାଣି ଲୋକଙ୍କ ଛାତି ଥରାଇ ଦେଉଛି। ତେଣୁ ବାହାରକୁ ଯାଇଥିବା ଲୋକେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିବାକୁ ବାଧ୍ୟ ହେଉଛନ୍ତି। ସେହିପରି କୁରୁମଟାପ ପଞ୍ଚାୟତର କୁରୁମଟାପ -ଗୁଣ୍ଡୁରୁଖଳୀ ୫ କିଲୋମିଟର, ଦାମଦରପୁର-ଧଉରାଗୋଠ ୪ କିଲୋମିଟର, ମନ୍ଦରବାହାଳ-କିଷାନସାହି ଅଢ଼େଇ କିଲୋମିଟର ମାଟି ରାସ୍ତାକୁ ପକ୍କା କରାଯାଉ ନାହିଁ। ଭଲ ସଡ଼କ ନ ଥିବାରୁ ଏହି ଦୁଇ ପଞ୍ଚାୟତବାସୀ କେବଳ ଗମନାଗମନ ନୁହେଁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ସୁବିଧା ମଧ୍ୟ ପାଇପାରୁ ନାହାନ୍ତି। ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ରୋଗୀଙ୍କୁ ମେଡିକାଲ ନେବାକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୂର ସ୍ଥାନରୁ ସରକାରୀ ରାଶନ ସାମଗ୍ରୀ ଆଣିବାକୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ବିଶେଷକରି ବର୍ଷା ଦିନେ କାଦୁଅ ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇଯାଉଛି। କୁରୁମଟାପ-ଗୁଣ୍ଡୁରୀଖଳି ରାସ୍ତାକୁ ପକ୍କା କରିବା ପାଇଁ ୨୦୧୯ରେ ସର୍ଭେ କରାଯାଇଥିଲେ ମଧ୍ୟ ତାହା ସେତିକିରେ ସୀମିତ ରହିଯାଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ସନ୍ଧ୍ୟା ପରେ ଯାତାୟାତ ଠପ୍‌
ପକ୍କା ରାସ୍ତା ନିର୍ମାଣ ପାଇଁ ବହୁବାର ପଲ୍ଲିସଭାରେ ଦାବି କରାଯାଇଛି। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ଦିନରେ ବହୁ କଷ୍ଟରେ ଦେଖି ଚାହିଁ ଯିବାଆସିବା କରୁଛୁ। ସନ୍ଧ୍ୟା ପରେ ଯାତାୟାତ ଅତି କଷ୍ଟକର ହୋଇପଡୁଛି।
-ସଂସାର ପ୍ରଧାନ, କିଷାନସାହି
ପ୍ରଶାସନିକ ଅବହେଳାର ଶିକାର
୨ଟି ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଛି। ଫଳରେ ବିକାଶଠାରୁ ଅଞ୍ଚଳବାସୀ ବହୁ ଦୂରରେ ରହିଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳୁନି।
-ଅର୍ଜୁନ ପ୍ରଧାନ, ମନ୍ଦରବାହାଳ
ତୁରନ୍ତ ପଦକ୍ଷେପ ନିଆଯାଉ
ପକ୍କା ରାସ୍ତା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରାଯାଉଛି। କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ଅଣଦେଖା କରୁଛି। ଭତ୍ତା, ରାଶନ ସାମଗ୍ରୀ ଆଣିବାକୁ ପଞ୍ଚାୟତ ଅଫିସ୍‌ ଯିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛୁ। ତୁରନ୍ତ ପଦକ୍ଷେପ ନିଆଯାଉ।
-ଅନାମ ରାଉଳ, ମିଣ୍ଡୋଳ
ବର୍ଷାଦିନେ ବେଶି କଷ୍ଟ
ବର୍ଷା ଦିନେ ଖଇରବସା ନାଳରେ ପ୍ରଖର ସ୍ରୋତ ଯୋଗୁ ଯାତାୟାତ ଠପ୍‌ ହୋଇଯାଉଛି। ରାସ୍ତା ଓ ପୋଲ ନିର୍ମାଣ ହେଉ ନ ଥିବାରୁ ଗ୍ରାମରୁ ବାହାରକୁ ଯିବା କଷ୍ଟସାଧ୍ୟ ହେଉଛି। ପ୍ରଶାସନଠାରୁ ଜନପ୍ରତିନିଧିଙ୍କ ଯାଏ କେହି ବି ପ୍ରତିକାର କରୁନାହାନ୍ତି।
-କନ୍ଦର୍ପ ବେହେରା, ଖଇରା
ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯିବ
୨ ପଞ୍ଚାୟତବାସୀଙ୍କ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯିବ। କିଭଳି ତୁରନ୍ତ ସର୍ଭେ କରାଯାଇପାରିବ ସେଥିପାଇଁ ଆଠମଲ୍ଲିକ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri