Posted inଜାତୀୟ

ଇତିହାସ ରଚିବେ ନୀତିଶ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିହାରରେ ଆରଜେଡି ହଟାଇ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିବା ନୀତୀଶ କୁମାର ତାଙ୍କ ହାତରୁ କ୍ଷମତା ଖସିଯିବାକୁ ଦେଇନାହାନ୍ତି। ୨୦୦୦ ମସିହାରେ ସେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ କିଛି ଦିନ ପରେ ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ସରକାର ଭାଙ୍ଗିଯାଇଥିଲା। ତା’ପରେ ୨୦୦୫ ରେ ନୀତୀଶ କୁମାର ଭାଜପା ଏବଂ ଜେଡିୟୁର ନିର୍ବାଚନ ପ୍ରଚାରର ମୁଖ୍ୟ ହୋଇଥିଲେ। ୨୦୦୫ ନଭେମ୍ବର ୨୪ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏଥର ସେ ପାଞ୍ଚ ବର୍ଷ ପାଇଁ ସରକାର ଚଳାଇଲେ। ୨୦୧୦ ବିଧାନସଭା ନିର୍ବାଚନରେ ପୁଣି ଥରେ ଭାଜପା-ଜେଡିୟୁ ମିଳିତ ମେଣ୍ଟ ଉପରେ ରାଜ୍ୟବାସୀ ଆସ୍ଥା ପ୍ରକଟ କରିଥିଲେ। ଏହା ପରେ ନୀତୀଶ ନଭେମ୍ବର ୨୬, ୨୦୧୦ ରେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ୨୦୧୪ରେ ଲୋକସଭା ନିର୍ବାଚନରେ ଖରାପ ପରାଜୟ ପରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଏହା ତାଙ୍କର ନୈତିକ ନିଷ୍ପତ୍ତି ଭାବରେ ବିବେଚନା କରାଯାଉଥିଲା। ସେ ତାଙ୍କର ପୁରୁଣା ସାଥୀ ଭାଜପାଠାରୁ ଅଲଗା ହୋଇଥିଲେ ଏବଂ ଲୋକସଭା ନିର୍ବାଚନରେ ଭାଜପା ଜବରଦସ୍ତ ପ୍ରଦର୍ଶନ କରିଥିଲା। ନୀତୀଶ ଜିତାନ ରାମ ମାନଝୀଙ୍କୁ ବିହାରର ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ତା’ପରେ ୨୦୧୫, ଫେବୃୟାରୀ ୨୨ରେ ସେ ଚତୁର୍ଥ ଥର ପାଇଁ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ସେହି ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦଶନ୍ଧି ଧରି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ ଏକାଠି ହୋଇଥିଲେ। ମହାମେଣ୍ଟ ଅଧୀନରେ ଉଭୟ ଏନଡିଏ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ପକ୍ଷର ଏକ ଐତିହାସିକ ବିଜୟ ହୋଇଥିଲା ଏବଂ ନୀତୀଶ କୁମାର ୨୦୧୫, ନଭେମ୍ବର ୨୦ରେ ୫ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତା’ପରେ ପ୍ରାୟ ଦୁଇ ବର୍ଷ ପରେ ନୀତୀଶ କୁମାର ଆରଜେଡିଠାରୁ ଅଲଗା ହୋଇଥିଲେ। ଫଳରେ ସରକାର ଭାଙ୍ଗିଯାଇଥିଲା। ସେ ପୁଣିଥର ଭାଜପା ସହ ମେଣ୍ଟ କରିଥିଲେ। ୨୦୧୭, ଜୁଲାଇ ୨୭ରେ ଷଷ୍ଠ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୨୦ ଏନଡିଏ ପୁଣି ଥରେ ନିର୍ବାଚନ ଜିତିଛି। ନୀତୀଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri