କୋଭିଡ୍‌, ଆର୍ଥିକ ସୁଧାରକୁ ପ୍ରାଥମିକତା

ଓ୍ବାଶିଂଟନ, ୧୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ମୁକାବିଲା, ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ସୁଧାର ଆଣିବା, ବର୍ଣ୍ଣଗତ ସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବ। ବାଇଡେନ୍‌ ଓ ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସେମାନଙ୍କ ଟିମ୍‌ ସୂତ୍ରରୁ ଜଣାପଡିଛି।
ନିର୍ବାଚନ ଫଳାଫଳକୁ ନେଇ କିଛିଦିନର ଉତ୍କଣ୍ଠା ଓ ଉତ୍ତେଜନା ପରେ ଶନିବାର ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ବାଇଡେନ୍‌ ପେନ୍‌ସିଲଭାନିଆରେ ବିଜୟୀ ହୋଇ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ତାଙ୍କ ସହଯୋଗୀ କମଲା ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏବେ ବାଇଡେନ୍‌ଙ୍କ ଟିମ୍‌ ଓ୍ବେବ୍‌ସାଇଟରେ ପରିବର୍ତ୍ତନ କରି ଆଗାମୀ ପ୍ରଶାସନ ୪ଟି ନୀତି କୋଭିଡ୍‌-୧୯, ଆର୍ଥତ୍କ ସୁଧାର, ଜାତିଗତ ସମାନତା ଓ ଜଳବାୟୁ ପରିବର୍ତ୍ତନକୁ ସର୍ବାଧିକ ଗୁରୁତ୍ୱ ଦେବ ବୋଲି ଉଲ୍ଲେଖ କରିଛନ୍ତି। ପୂର୍ବ କାର୍ଯ୍ୟକୁ ଜାରି ନ ରଖି ଯାହା ସବୁଠୁ ଭଲ ହେବ ତାହା କରାଯିବ ବୋଲି ବାଇଡେନ୍‌-ହାରିସ୍‌ ଟ୍ରାଞ୍ଜିଶନ ଟିମ୍‌ ସୂଚନା ଦେଇଛନ୍ତି। ତଦନୁଯାୟୀ ଶପଥ ଗ୍ରହଣ ପରେ କରୋନା କବଳରୁ କିପରି ଦେଶବାସୀ ମୁକ୍ତ ହେବେ ତାହା ଉପରେ ନୂଆ ନେତୃତ୍ୱ ଧ୍ୟାନ ଦେବେ। କରୋନା ମହାମାରୀରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ପାଖାପାଖି ୧ କୋଟି ଲୋକ ସଂକ୍ରମିତ ହୋଇଥିବାବେଳେ ୨ ଲକ୍ଷ ୩୭ ହଜାର ଲୋକଙ୍କ ଜୀବନ ଗଲାଣି। ସେହିପରି ଆର୍ଥତ୍କ ସୁଧାରକୁ ଦ୍ୱିତୀୟ ପ୍ରାଥମିକତା ଦିଆଯିବ। ନବନିର୍ବାଚିତ ରାଷ୍ଟ୍ରପତି ଲକ୍ଷାଧିକ ନୂତନ ନିଯୁକ୍ତି ସୃଷ୍ଟି କରିବା ଲାଗି ଯୋଜନା କରୁଛନ୍ତି। କର୍ମଚାରୀମାନଙ୍କୁ ସଂଘ ଗଢ଼ିବା ଓ ସମ୍ମିଳିତ ଭାବେ ମୂଲଚାଲ କରିବା ଲାଗି ସୁଯୋଗ ମିଳିବ। ନିଯୁକ୍ତି ସଙ୍କଟ ଟାଳିବାକୁ ହେଲେ ପ୍ରଥମେ ଜନସ୍ବାସ୍ଥ୍ୟ ସଙ୍କଟର ସମାଧାନ କରିବାକୁ ହେବ ବୋଲି ବାଇଡେନ୍‌ କହିଛନ୍ତି। ଦେଶରେ ବଢ଼ୁଥିବା ଆର୍ଥତ୍କ ଅସମାନତାକୁ ଦୂର କରିବାକୁ ହେବ।
ଦେଶର ଅଣଶ୍ୱେତାଙ୍କ ଓ ଧୂସର (ବ୍ରାଉନ୍‌) ସମ୍ପ୍ରଦାୟର ଆର୍ଥତ୍କ ବିକାଶ ଲାଗି ବାଇଡେନ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ। ପ୍ରତି ଆମେରିକୀୟ ଯେପରି କାର୍ଯ୍ୟକ୍ଷେତ୍ରକୁ ଫେରିବେ ଓ ଆଗକୁ ଯିବା ଲାଗି ସମାନ ସୁଯୋଗ ପାଇବେ ଅର୍ଥନୀତିକୁ ସେହିଭଳି ପ୍ରସ୍ତୁତ କରିବା ଦିଗରେ ବାଇଡେନ୍‌ ପ୍ରଶାସନ କାର୍ଯ୍ୟ କରିବ। ଜଳବାୟୁକୁ ନେଇ ବିଶ୍ୱରେ ଯେଉଁଭଳି ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ସମାଧାନରେ ନୂତନ ରାଷ୍ଟ୍ରପତି ନେତୃତ୍ୱ ନେବେ। ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନଠାରୁ ନୂତନ ପ୍ରଶାସନକୁ କିପରି ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ହେବ ସେହି ଦାୟିତ୍ୱ ଟ୍ରାଞ୍ଜିଶନ ଟିମ୍‌କୁ ଦିଆଯାଇଛି।
ବାଣିଜ୍ୟ ଯୋଜନା ଓ ଭାରତ ଉପରେ ପ୍ରଭାବ

ବାଇଡେନ୍‌ ପ୍ରଶାସନ ଏହାର କେତେକ ନୀତିକୁ ଅନୁମୋଦନ କରାଇବାରେ ସିନେଟ ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ସେଥିପାଇଁ ତାଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କେତେକ ନୀତି ସହ କାର୍ଯ୍ୟ କରିବାକୁ ପଡ଼ିପାରେ। ତେବେ ଭାରତର କେତେକ ସେକ୍ଟେରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବା ଆଶା କରାଯାଉଛି। ଭାରତୀୟ ଶେୟାର ବଜାରରେ ଓ୍ବାଲ ଷ୍ଟ୍ରିଟ୍‌ର ଅନୁକୂଳ ପ୍ରଭାବ ପଡ଼ିବ। ଅନିଶ୍ଚିତତାର ଅନ୍ତ ହୋଇଥିବାରୁ ନିବେଶ ମନୋଭାବ ବୃଦ୍ଧି ପାଇବ। ଭାରତ ସହ ରଣନୀତି, ଆର୍ଥିକ ଓ ବାଣିଜ୍ୟ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଆମେରିକାର ନୀତି କାଏମ ରହିବାକୁ ଥିବାରୁ ଚାଇନା ସହ ବାଣିଜ୍ୟ ଯୁଦ୍ଧ ବଢ଼ିପାରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ବାଇଡେନ୍‌ ପ୍ରଶାସନ ଅଧିକ ନିବେଶ କରିବାକୁ ଥିବାରୁ ଭାରତର ଫାର୍ମା ସେକ୍ଟର ଲାଭବାନ ହୋଇପାରନ୍ତି।
ଭିଜା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାର ନ ଥିଲେ ମଧ୍ୟ ବାଇଡେନ୍‌ଙ୍କ ପ୍ରସ୍ତାବିତ ଏଚ୍‌-୧ବି ଭିଜା ସଂସ୍କାର ଯୋଗୁ ଆଇଟି କମ୍ପାନୀଗୁଡ଼ିକ ଆଶ୍ୱସ୍ତ ହେବେ। ଆମେରିକା ବାଣିଜ୍ୟ ନୀତିରେ ବିଶେଷ ପରିବର୍ତ୍ତନ ହୋଇ ନ ପାରେ। ତେଣୁ ଭାରତ ଟ୍ରାନ୍ସ-ପାସିଫିକ୍‌ ପାର୍ଟନରଶିପ୍‌ ଚୁକ୍ତିନାମାରେ ସାମିଲ ହେବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ଚାଇନାରୁ ଯୋଗାଣ ଶୃଙ୍ଖଳକୁ ବଦଳାଇବାକୁ ଆମେରିକା ଚାହୁଁଥିବାରୁ ଏଥିରୁ ଭାରତ ଲାଭବାନ ହୋଇପାରେ। ବାଇଡେନ୍‌ ପ୍ରଶାସନ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବାକୁ ଥିବାରୁ ଆର୍ଥତ୍କ ସହାୟତା ଦୃଷ୍ଟିରୁ ଭାରତ ଲାଭରେ ରହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri