ଲକ୍‌ଡାଉନ୍‌ରେ ଚାଲିଯାଇଥିଲା ଚାକିରି, ଭାଙ୍ଗିପଡ଼ିଥିଲେ ଯୁବକ: ରାତାରାତି ସାମାନ୍ୟ ଘାସ କରିଦେଲା ଲକ୍ଷପତି

କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିଲା। ଆଉ ଏହି ଲକ୍‌ଡାଉନ୍‌ କେତେକଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଥିଲା। ଏ ନେଇ ପ୍ରାୟ କେତେ ଲୋକ ଚାକିରି ହରାଇଥିବା ବେଳେ ବ୍ୟବସାୟୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ଚାକିରି ଚାଲି ଯାଇଥିଲେ ସୁଦ୍ଧା ଏହି ସମୟରେ ହାର ମାନି ନ ଥିଲେ ଉତ୍ତରାଖଣ୍ଡ ଅଲ୍‌ମୋରା ଜିଲାରେ ରହୁଥିବା ଦାନ ସିଂ। ସେ ଦିଲ୍ଲୀ ମେଟ୍ରୋରେ କାମ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ସେ ଚାକିରି ହରାଇଥିଲେ। ପରେ ଦାନ ଅନେକ ସ୍ଥାନରେ କାମ ଖୋଜାଖୋଜି ମଧ୍ୟ କରିଥିଲେ। ହେଲେ ତାଙ୍କୁ କୌଣସି ସ୍ଥାନରେ ଆଉ ସୁଯୋଗ ମିଳିଲା ନାହିଁ। ଏହି ସମୟରେ ସେ ନିଜ ଗାଁ ପାହାଡ଼ରେ ଉଠିଥିବା ଘାସରୁ ହର୍ବାଲ ଚା’ ତିଆରି କରିବା ଆରମ୍ଭ କରିଥିଲେ। ଲାଭ ଦେଖି ଉତ୍ପାଦନର ଚାହିଦା ମଧ୍ୟ ବଢ଼ିଥିଲା। ତେବେ ଆଜି ହର୍ବାଲ ଚା’ ବିକ୍ରି କରି ଦାନ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଭାରତରେ କରୋନା ବିସ୍ତାର ହେବାର କିଛି ଦିନ ପୂର୍ବରୁ ଦାନ ଗାଁକୁ ଆସିଥିଲେ। ଏଭଳି ପରିସ୍ଥିତିରେ ଲକ୍‌ଡାଉନ୍‌ ହେବାରୁ ସେ ବାହାରକୁ ଯାଇପାରି ନ ଥିଲେ। କରୋନାକୁ ଏଡାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦିଆଯାଉଥିଲା। ଯାହା ଡିକୋସନ ଏବଂ ହର୍ବାଲ ଚା’ ର ଚାହିଦା ବଢ଼ାଉଥିଲା। ଏହି ସମୟରେ, ଦାନ ପର୍ବତରେ ବଢ଼ୁଥିବା ଏକ ବିଶେଷ ପ୍ରଜାତିର ଘାସକୁ ଆଣି ଚା’ ତିଆରି କରିଥିଲେ। ପରେ ଲୋକମାନେ ଥଣ୍ଡା ଜ୍ୱରରେ ଘରୋଇ ଉପଚାର ଭାବରେ ଏହାକୁ ଗ୍ରହଣ କରିବାକୁ ଲାଗିଲେ।

ଦୁଇଥର ପରୀକ୍ଷଣରେ, ଦାନ ଏହି ହର୍ବାଲ ଘାସରୁ ଚା’ ତିଆରି କରିବାର ସଠିକ ଉପାୟ ପାଇଲେ। ଏହା ପରେ ସେ ନିଜ ସାଙ୍ଗମାନଙ୍କୁ ଏହି ସୂଚନା ଦେଇଥିଲେ। ଦାନ ସାଙ୍ଗମାନେ ତୁରନ୍ତ ଏଥିପାଇଁ ଅର୍ଡର ଦେଇଥିଲେ। ଅର୍ଡର ପାଇବା ପରେ ଦାନ ସିଂଙ୍କ ମନୋବଳ ବଢ଼ିଥିଲା। ଏହା ପରେ ସେ ଏହି ଚା’ର ସୂଚନା ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ। ଲୋକମାନଙ୍କୁ ତାଙ୍କର ଉତ୍ପାଦ ବିଷୟରେ ଅବଗତ କରାଇଲେ । ବହୁ ସଂଖ୍ୟକ ଲୋକଙ୍କ ଅର୍ଡର ମଧ୍ୟ ରଖିଲେ। କିଛି ଦିନ ପରେ ଦାନ ଆମାଜନ ସହିତ ଏକ ଚୁକ୍ତି ମଧ୍ୟ କଲେ।

ଦାନ ପ୍ରତିଦିନ ସକାଳେ ପାହାଡ଼କୁ ଯାଇ ଘାସ ଆଣି ଘରକୁ ଆସନ୍ତି। ପରେ, ପତ୍ର ତାହାକୁ ଶୁଖାନ୍ତି । ପତ୍ର ଦୁଇ-ତିନି ଦିନରେ ଶୁଖିଲା ପରେ ତାହାକୁ ଗୁଣ୍ଡ କରନ୍ତି। ପ୍ୟାକ ପ୍ରସ୍ତୁତ କରି ସେଥିରେ ଲେମ୍ବୁ, ଅଦା, ତୁଳସୀ ଓ ତେଜପତ୍ର ମିଶାନ୍ତି। ଦାନଙ୍କ ପରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ଏହି ଘାସ ବ୍ୟବହାର କରୁଛନ୍ତି।

ଏହି ଘାସକୁ କାନ୍ଦାଲି କୁହାଯାଏ। ଦାନ ତାଙ୍କ ଚା’ କୁ ‘ମାଉଣ୍ଟେନ ଚା’ ନାମରେ ନାମିତ କରିଛନ୍ତି। ଦାନଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ଏହି ଚା’ ତିଆରି କାମରେ କାମରେ ଅଛନ୍ତି। ଆଜି ଏହି ଚା’ ଉତ୍ତର ପ୍ରଦେଶ , ବିହାର, ରାଜସ୍ଥାନ, ଦିଲ୍ଲୀ ଭଳି ରାଜ୍ୟରେ ଅନେକ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri