ଚାଇନାର ଠକାମୀ ପଡ଼ିଲା ଧରା: ୪ ବନ୍ଧୁଦେଶଙ୍କୁ ବିକ୍ରି କରିଛି ନକଲି ଅସ୍ତ୍ରଶସ୍ତ୍ର

ବେଜିଂ,୭।୧୧: ଚାଇନାକୁ ବିଶ୍ୱାସ କରିଥିବା ଦେଶ ଏବେ ପଶ୍ଚାତାପ କରୁଛନ୍ତି। ବନ୍ଧୁ ବୋଲି କହି ଚାଇନା ସେମାନଙ୍କୁ ଠକି ଦେଇଛି। ୪ଟି ବନ୍ଧୁଦେଶକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଏବେ ଏହି ଘଟଣା ଧରା ପଡ଼ିଛି। ବାଂଲାଦେଶ, ନେପାଳ, ପାକିସ୍ତାନ ଏବଂ କେନିଆକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛି। ବାଲାଂଦେଶକୁ ୨୦୧୭ରେ ଚାଇନା ୦୩୫-ଜି ବୁଡ଼ାଜାହାଜ ବିକ୍ରି କରିଥିଲା। ଏହାର ଦାମ ୧୦୦ ନିୟୁତ ଡଲାର ଥିଲା। ତେବେ ଏଥିରେ ବହୁ ତ୍ରୁଟି ରହିଥିବା ଜଣାପଡ଼ିଛି। ସେହିପରି ୨୦୦୩ର କିଇାଯାଇଥିବା ଏକ ମିଙ୍ଗ୍‌ ବର୍ଗର ଯୁଦ୍ଧପୋତ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅପରପକ୍ଷରେ ବିଏନ୍‌ଏସ୍‌ ଓମାର ଫାରୁକ୍‌ ଏବଂ ବିଏନ୍‌ଏସ୍‌ ଅବୁ ଉବୈଦାହର ନାଭିଗେଶନ ରାଡ଼ାର ଏବଂ ଗନ୍‌ ସିଷ୍ଟମ୍‌ରେ ତ୍ରୁଟି ରହିଥିବା ଜଣାପଡ଼ିଛି। ନେପାଳ ଚାଇନାଠାରୁ ୬ଟି ବିମାନ କିଣିଥିଲା। ଓ୍ବାଇ-୧୨-ଇ ଏବଂ ଏମ୍‌ଏ-୬୦ ବର୍ଗର ଏହି ବିମାନ ଗୁଡ଼ିକୁ ବାଲାଂଦେଶ କିଣିବାକୁ ମନା କରି ଫେରାଇ ଦେବାରୁ ଏସବୁକୁ ନେପାଳକୁ ବିକ୍ରି କରାଯାଇଥିଲା। ବିମାନ ଗୁଡ଼ିକ ନେପାଳକୁ ଆସିବା ପରେ ଖରାପ ହୋଇଯାଇଥିଲା। ବିମାନଗୁଡ଼ିକର ଯନ୍ତ୍ରାଶଂ ଏବେ ଆଉ ବଜାରରେ ଉପଲବ୍ଧ ହେଉ ନ ଥିବାରୁ ନେପାଳରେ ଏସବୁ ଖତ ଖାଉଛି। ସେହିପରି ପାକିସ୍ତାନର ମିତ୍ର ଦେଶ ବୋଲାଉଥିବା ଚାଇନା ଯୁଦ୍ଧପୋତ ଏଫ୍‌-୨୨-ପି ବିକ୍ରି କରିଥିଲା। ତେବେ ଏଥିରେ ବହୁ ଯାନ୍ତ୍ରିକ ତ୍ରୁଟି ରହିଥିବା ଜଣାପଡ଼ିଥିଲା। ଏହାର ସର୍ଭିସିଂ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ତେବେ ଆଉ ଲାଭ ନ ମିଳିବା ଜାଣିବା ପରେ ଚାଇନା ଅନୁରୋଧକୁ ଅଣଦେଖା କରିଥିଲା। କେନିଆକୁ ମଧ୍ୟ ଚାଇନା ଠକିଥିବା ଜଣାପଡ଼ିଛି। କେନିଆ ଚାଇନାଠାରୁ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି କିଣିଥିଲା। ଚାଇନାର ସେଲସ୍‌ ରିପ୍ରେଜେଣ୍ଟଟିଭ୍‌ ଏଥିରେ ବସି ଟେଷ୍ଟ୍‌ କରିବାକୁ ମନା କରିଥିଲେ। ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପରବର୍ତ୍ତୀ ସମୟରେ ଏହି ଗାଡ଼ିରେ ଯାଉଥିବା ସମୟରେ ବିସ୍ଫୋରଣ ଯୋଗୁ ବହୁ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri