ଟ୍ରମ୍ପ୍‌ ଯୁଗର ଅବସାନ

ଓ୍ବାଶିଂଟନ,୬ା୧୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋଶେଫ୍‌ ଆର୍‌ ବାଇଡେନ୍‌ ଜୁନିୟରଙ୍କଠାରୁ ପରାସ୍ତ ହୋଇଛନ୍ତି। ସମ୍ପୂର୍ଣ୍ଣ ଫଳାଫଳ ଆସିବା ବାକି ଥିଲେ ମଧ୍ୟ ଟ୍ରମ୍ପ୍‌ ଯେଉଁ ସ୍ଥିତିରେ ରହିଛନ୍ତି, ସେଠାରୁ ଉଠି ନିର୍ବାଚନ ଜିତିବା ଏକପ୍ରକାର ଅସମ୍ଭବ ମନେହେଉଛି। କାରଣ ଆଉ ମାତ୍ର ୫ଟି ରାଜ୍ୟର ପରିଣାମ ଆସିବା ବାକି ଅଛି।
ବାଇଡେନ୍‌ଙ୍କଠାରୁ ଟ୍ରମ୍ପ୍‌ଙ୍କ ପରାଜୟ ପାଇଁ ଅନେକ କାରଣକୁ ଦାୟୀ କରାଯାଉଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବାର ଟ୍ରମ୍ପ୍‌ଙ୍କ ବିଫଳତାକୁ ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି। ସେହିପରି କୋଭିଡ୍‌-୧୯ ଆସିବା ପରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ମହାମାରୀରେ ଅଦ୍ୟାବଧି ୨୩୯,୮୯୪ ଜଣଙ୍କ ଜୀବନ ଯାଇଥିବାବେଳେ ୯,୮୦୬,୯୬୦ ସଂକ୍ରମିତ ହୋଇଛନ୍ତି। ଏଥିଯୋଗୁ ଆମେରିକାରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆର୍ଥିକ ସଙ୍କଟ ଯୋଗୁ ବେକାର ସମସ୍ୟା ବଢ଼ିବା ସହ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି। ଶରଣାର୍ଥୀଙ୍କ ପ୍ରତି ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟ, ବହିର୍ବ୍ୟାପାର, ବର୍ଣ୍ଣବୈଷମ୍ୟ ଓ ଆପ୍ରବାସନ ନୀତିକୁ ମଧ୍ୟ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ସେହିପରି ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ମଧ୍ୟ ମହିଳା ଓ ଯୁବବର୍ଗର ଭୋଟରଙ୍କୁ ସେତେଟା ଆକୃଷ୍ଟ କରିପାରି ନ ଥିବା କୁହାଯାଉଛି। ଟ୍ରମ୍ପ୍‌ ନିର୍ବାଚନ ହାରିଯିବା ପରେ ଏବେ ୭୬ ଦିନ ହ୍ବାଇଟ୍‌ ହାଉସ୍‌ରୁ ନିଜ କ୍ଷମତା ପ୍ରୟୋଗ କରିପାରିବେ। ଏହି ସମୟ ମଧ୍ୟରେ ସେ କେତେକ ନକାରାମତ୍କ ପଦକ୍ଷେପ ମଧ୍ୟ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ପରାଜୟରେ ଜର୍ଜରିତ ଟ୍ରମ୍ପ୍‌ ତାଙ୍କ ସ୍ବପ୍ନ ସାକାର କରିବାରେ ବିଫଳ ହୋଇଥିବା କେତେଜଣ ବରିଷ୍ଠ ଅଧିକାରୀଙ୍କୁ ବିଦା କରିପାରନ୍ତି। ଏପରି କି ଜାନୁୟାରୀ ୨୦ରେ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ ଖାଲି କରିବାକୁ ବାଧ୍ୟ କରାଗଲେ ସେ ଆହୁରି ଅନେକ କଡ଼ା ପଦକ୍ଷେପ ନେଇପାରନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ ୬୮ ନିୟୁତ ଭୋଟ ପାଇଛନ୍ତି, ଯାହାକି ୨୦୧୬ ତୁଳନାରେ ୫ ନିୟୁତ କମ୍‌। ପପୁଲାର ଭୋଟ କଥା ଦେଖିଲେ ତାଙ୍କ ସପକ୍ଷରେ ୪୮% ଯାଇଛି। ଅର୍ଥାତ୍‌ ୪ ବର୍ଷ ମଧ୍ୟରେ ଅନେକ ସ୍କାଣ୍ଡାଲ, ମହାଭିଯୋଗ ଓ କରୋନା ଭାଇରସ୍‌ ସମେତ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସତ୍ତ୍ୱେ ଟ୍ରମ୍ପ୍‌ଙ୍କୁ ପ୍ରାୟ ଅଧା ଆମେରିକୀୟ ସମର୍ଥନ କରିଛନ୍ତି।
୨୮ ବର୍ଷ ପରେ ଏହା ହେଉଛି ଜଣେ ରାଷ୍ଟ୍ରପତିଙ୍କ ପ୍ରଥମ ପରାଜୟ। ପୂର୍ବରୁ ୧୯୯୨ରେ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ ବୁଶ୍‌ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇପାରି ନ ଥିଲେ। ସେ ଡେମୋକ୍ରାଟ୍‌ ବିଲ୍‌ କ୍ଲିଣ୍ଟନଙ୍କଠାରୁ ପରାଜିତ ହୋଇଥିଲେ। ବୁଶ୍‌ଙ୍କ ପରେ ଆମେରିକାର ୩ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ, ଜର୍ଜ ଡବ୍ଲ୍ୟୁ ବୁଶ୍‌ ଓ ବାରାକ୍‌ ଓବାମା ଦୁଇଥର ଲେଖାଏ ବିଜୟୀ ହୋଇ ହ୍ବାଇଟ୍‌ ହାଉସ୍‌ ଦଖଲ କରିଥିଲେ। ସେହିପରି ବିଗତ ୧୦୦ ବର୍ଷରେ ମାତ୍ର ୪ ଜଣ ରାଷ୍ଟ୍ରପତି ପୁନଃ ନିର୍ବାଚିତ ହେବାରେ ବିଫଳ ହୋଇଥିଲେ। ସେମାନେ ହେଲେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ (୧୯୯୨), ଜିମି କାର୍ଟର (୧୯୮୦), ଗେରାଲ୍ଡ ଫୋର୍ଡ (୧୯୭୬) ଓ ହେର୍ବର୍ଟ ହୁଭର୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri