ପୁରୀ ଅଫିସ,୪ା୧୧: ଚଳିତବର୍ଷ ଭଳି ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇପାରେ। ୨୦୨୧ ମସିହାର କ୍ୟାଲେଣ୍ଡର ବଜାରକୁ ଆସିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ବର୍ଷ ନଭେମ୍ବର ୧୫ରେ ନାଗାର୍ଜୁନ ବେଶ ପଡୁଥିବା ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ତେବେ ଏହା ଜଣାପଡ଼ିିବା ପରେ ଚଳିତବର୍ଷ କରୋନା କଟକଣା ପାଇଁ ଦାରୁଦିଅଁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚତ୍ତ ଭକ୍ତ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏଥର ନ ହେଲା ନାହିଁ ୨୦୨୧ରେ ମହାପ୍ରଭୁଙ୍କ ଏହି ବୀର ବେଶ ଦର୍ଶନ କରିବା ନେଇ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତା ବର୍ଷ ଦୋଳ ପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେଲେ ସ୍ପଷ୍ଟ ଜଣାପଡ଼ିବ ବୋଲି କୁହାଯାଇଛି।
ଯେଉଁବର୍ଷ କାର୍ତ୍ତିକ ମାସରେ ପାଞ୍ଚଦିନ ପରିବର୍ତ୍ତେ ପଞ୍ଚକ ୬ଦିନ ପଡ଼େ ସେହିବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଆସନ୍ତା ୨୭ତାରିଖରେ ନାଗାର୍ଜୁନ ବେଶ ହେବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ସହ କାମ ଆଗେଇ ଚାଲିଛି। କିନ୍ତୁ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚତ୍ତ ହେବେ। ମାତ୍ର ଆସନ୍ତା ବର୍ଷ ପୁଣି ନାଗାର୍ଜୁନ ବେଶ ପଡୁଥିବା ପାଞ୍ଜି ଗଣନାକାରଙ୍କ ସଙ୍କେତ ଏବେ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଆଣିଛି। ଭକ୍ତଙ୍କ ମନ ଓ ନୟନ ଉତ୍କଣ୍ଠିତ ହେଲାଣି। ସେବାୟତ ବି କହିଲେଣି ଲଗାତର ଦୁଇବର୍ଷ ନାଗାର୍ଜୁନ ବେଶ ପଡ଼ିବା କିଛି ନୂଆ କଥା ନୁହେଁ। ୧୯୯୩ ଓ ୧୯୯୪ ମସିହାରେ ଲଗାତର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତା ଦୋଳପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେବ। ତେଣୁ ଏତେ ଆଗରୁ କିଛି କହି ହେବ ନାହିଁ। ଆମକୁ ନୂଆ ପାଞ୍ଜିକୁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ ପାଞ୍ଜି ବାହାରି ନାହିଁ ଏବଂ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ମୁକ୍ତିମଣ୍ଡପ ପାଞ୍ଜିକୁ ଅନୁମୋଦନ କରିନାହାନ୍ତି ସେ ପର୍ଯ୍ୟନ୍ତ ଆସନ୍ତାବର୍ଷ ନାଗାର୍ଜୁନ ବେଶ ପଡ଼ିିବ ବୋଲି ଆମେ ଦୃଢତାର ସହ କହିପାରିବା ନାହିଁ। ଯଦି ହେବ ତାହା ଅତ୍ୟନ୍ତ ସୌଭାଗ୍ୟର କଥା, ନ ହେଲେ ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…
ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...
‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’
ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...
କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା
ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...
ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ
ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...
ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ
ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...
ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା
ଜଗତ୍ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...
ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…
ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...
ଦାମୀ କାର ଭିତରେ ସିକ୍ରେଟ୍ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…
ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...
Archives


