Odisha Elections 2024

ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!

ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର ଏଠାରେ ୧୮,୨୮୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୩୫୫ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ କପାଇ ଦେଇଛି । ଏହାକୁ ଦେଖି ମସ୍କୋ ପ୍ରଶାସନ ଆସନ୍ତା ମାସରେ ଲୋକଙ୍କୁ କରୋନା ଟିକା ଦେବାକୁ ବ୍ୟବସ୍ଥା ଆରମ୍ଭ କରିଦେଇଛି । ମସ୍କୋର ଉପ ମେୟରଙ୍କ ସୂଚନା ଅନୁଯାୟୀ, ଯଦି ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହେବ ତେବେ ଆସନ୍ତା ମାସରୁ ଏହା ଲୋକଙ୍କୁ ଦେବା କାର୍ଯ୍ୟ ଆରମ୍ଭ କରାଯିବ । ଅନ୍ୟପଟେ କରୋନା ସକ୍ରମଣକୁ ନେଇ ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଏକ ଭିଡିଓରେ ଦେଖାଯାଇଛି, ସାଇବେରିଆ ସହରର ବାରନାଉଲରେ ଥିବା ହସ୍ପିଟାଲର ଶବ ଗୃହରେ ରୋଗୀଙ୍କ ମୃତଦେହ ସଂଖ୍ୟା ଏବେ ବଢିଯାଇଛି ଯେ ରଖିବାକୁ ସ୍ଥାନର ଅଭାବ ପଡୁଛି । ଫଳରେ କରୋନାରେ ମୃତଶରୀର ଗୁଡିକୁ କଳା ପଲିଥିନରେ ଗୁଡାଇ ବାହାରେ ରଖାଯାଇଥିବାରୁ ଏହା ସାଧାରଣ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ବସନ୍ତ ଋତୁ ଚାଲିଥିବାରୁ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହାର ପ୍ରଭାବ ସବୁଠାରୁ ଅଧିକ ମସ୍କୋ ଉପରେ ପଡିଛି । ଏତେ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ଦେଖି ହସ୍ପିଟାଲ ଓ ଶବଗୃହର କର୍ମଚାରୀମାନେ ମଧ୍ୟ ଭୟ କରିଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର...

କିର୍ଗିଜସ୍ଥାନରେ ହିଂସାର ବାତାବରଣ, ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ବିଦେଶୀ ଛାତ୍ର

ବିଶକେକ,୨୪।୫: କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ

କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ...

କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁଙ୍କ ପାଇଁ ବିପଦ ହୋଇଚାଲିଛି ଟ୍ରୁଡୋଙ୍କ ଦେଶ

ଓଟାଓ୍ବା,୨୪।୫: ଖାଲିସ୍ତାନର ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ମୂଳବାସିନ୍ଦାଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ...

ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ...

ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଞ୍ଚ ଭୁଶୁଡ଼ିଲା: ୯ ମୃତ

ମେକ୍ସିକୋ ସିଟି, ୨୪।୫:ମେକ୍ସିକୋର ନୁଏଭୋ ଲିୟୋନ୍‌ ରାଜ୍ୟରେ ଗୁରୁବାର ସିଟିଜେନ ମୁଭ୍‌ମେଣ୍ଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଲ୍‌ଭାରେଜ ମେନେଜ୍‌ଙ୍କ ଏକ ନିର୍ବାଚନୀ ସଭା ସମୟରେ ଅଘଟଣ...

ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ...

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri