ପ୍ରଦୂଷଣ ଯୋଗୁ ବଢିଛି ୧୫ ପ୍ରତିଶତ କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ,୨୮ ।୧୦: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାରି ଭିତରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ଏହି କରୋନା ମହାମାରୀ ଯୋଗୁ । ଏବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରଦୂଷଣ ଯୋଗୁ ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୫ ପ୍ରତିଶତ ବୃଦ୍ଧି ପାଇଛି । କାର୍ଡିଓଭାସ୍କୁଲାର ରିସର୍ଚ୍ଚରେ ମଙ୍ଗଳବାର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ସାରା ବିଶ୍ୱରେ ବହୁ ସମୟ ପର୍ଯ୍ୟନ୍ତ ଲୋକେ ବାୟୁ ପ୍ରଦୂଷଣ ମଧ୍ୟରେ ରହିବାରୁ କୋଭିଡ-୧୯ରେ ୧୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି । ୟୁରୋପରେ ଏହା ପାଖାପାଖି ୧୯ ପ୍ରତିଶତ ବୋଲି କୁହାଯାଇଛି । ଆମେରିକାରେ ଏହା ୧୭ ପ୍ରତିଶତ ଓ ପୂର୍ବ ଏସିଆରେ ଏହା ୨୭ ପ୍ରତିଶତ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଉକ୍ତ ଅଧ୍ୟୟନ ଅନୁଯାୟୀ ଚେକୋସ୍ଲୋଭାକିଆରେ ସବୁଠାରୁ ଅଧିକ ୨୯ ପ୍ରତିଶତ ଲୋକଙ୍କର ପ୍ରଦୂଷଣ ଯୋଗୁ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଚାଇନାରେ ୨୭ ପତିଶତ, ଜର୍ମାନୀରେ ୨୬, ସ୍ୱିଜରଲ୍ୟାଣ୍ଡରେ ୨୨, ବେଲଜିୟମରେ ୨୧, ନେଦରଲ୍ୟାଣ୍ଡସ୍‌ରେ ୧୯, ଫ୍ରାନ୍ସରେ ୧୮, ଜର୍ମାନୀରେ ୧୬, ସ୍ୱିଡେନରେ ୧୬, ଇଟାଲୀରେ ୧୫, ବ୍ରିଟେନରେ ୧୪, ବ୍ରାଜିଲରେ ୧୨, ପର୍ତ୍ତୁଗାଲରେ ୧୧ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି । ହେଲେ ନ୍ୟୁଜିଲାଣ୍ଡରେ ସବୁଠାରୁ କମ୍ ମାତ୍ର ଏକ ପ୍ରତିଶତ ଲୋକ ପ୍ରଦୂଷଣ କାରଣରୁ କରୋନାରେ ମୃତ୍ୟୁ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri