Posted inଫୁରସତ

୧୬ ଗର୍ଲଫ୍ରେଣ୍ଡ୍‌ଙ୍କ ଇଚ୍ଛା ପୂରଣ ପାଇଁ ଯୁବକ କଲେ ଏମିତି କିଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହରିୟାଣାରେ ଏକ ଅଜବ ଘଟଣା ଘଟିଛି। ପୋଲିସ ଏକ ଏମିତି ଚୋରକୁ ଧରିଛି ଯେ କି ନିଜ ୧୬ ଜଣ ଗର୍ଲଫ୍ରେଣ୍ଡଙ୍କ ପାଇଁ ମହଙ୍ଗା ଗାଡି ଚୋରି କରୁଥିଲେ। ରବିନ ନାମକ ଏହି ଚୋର ହିସାରର ବାସିନ୍ଦା ବୋଲି ଜଣାପଡିଛି। ଦେଶର ବିଭିନ୍ନ ରାଜ୍ୟରୁ ୫୦ରୁ ଅଧିକ ଦାମୀ କାର ଚୋରି କରିଥିଲେ। ତାଙ୍କୁ ଫରିଦାବାଦରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସୂଚନାନୁସାରେ, ଅଭିଯୁକ୍ତ ରବିନ ମଧ୍ୟ ତାଙ୍କ ଚୋରି କରିବା ଶୈଳୀ ପରିବର୍ତ୍ତନ କରି ପୋଲିସକୁ ଅନେକ ଥର ହରଡହଣାରେ ପକାଇଥିଲା। ଧରାପଡ଼ିବା ପରେ ସେ ନିଜ ଠିକଣାକୁ ମଧ୍ୟ ଅଲଗା ଭାବରେ କହିଥିଲେ। ପୋଲିସର ସୂଚନାନୁସାରେ, ସେ ହିସାରରେ ଅନେକ ଦାମୀ କାର ମଧ୍ୟ ଚୋରି କରିଥିଲେ। ହିସାରରେ ତାଙ୍କର ପ୍ରାୟ ୧୫ରୁ ୨୦ଟି ଭିନ୍ନ ଠିକଣା ପୋଲିସ ପାଖରେ ହସ୍ତଗତ ହୋଇଛି। ରବିନ ଆଉ ହିସାରରେ ରହୁ ନାହାନ୍ତି। ସେ ବାହାର ରାଜ୍ୟରେ ରହୁଛନ୍ତି। ସେ ହିସାର ବ୍ୟତୀତ ଏନସିଆର ସମେତ ଦେଶର ଅନ୍ୟ ରାଜ୍ୟରୁ ବିଳାସପୂର୍ଣ୍ଣ ଗାଡି ଚୋରି କରୁଥିଲେ। ପୋଲିସ ଦାବି କରିଛି ଯେ ଅଭିଯୁକ୍ତର ୧୬ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି। ସେ ନିଜର ଏବଂ ଗର୍ଲଫ୍ରେଣ୍ଡଙ୍କ ଇଚ୍ଛା ପୂରଣ କରିବା ପାଇଁ କାର ଚୋରି କରୁଥିଲେ। ଅଭିଯୁକ୍ତଙ୍କୁ ପ୍ରାୟ ଏକ ବର୍ଷ ପୂର୍ବେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ନିକଟରେ ସେ ଜେଲରୁ ବାହାରି ପୁଣି କାର ଚୋରି କରିବା ଆରମ୍ଭ କରିଥିଲେ। ଅଗଷ୍ଟ ୩୧ରେ ସେକ୍ଟର-୨୮ ଫରିଦାବାଦରେ ଘର ବାହାରେ ପାର୍କିଂ ହୋଇଥିବା ଏକ ଫର୍ଚୁନର କାର ଚୋରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri