Posted inଜାତୀୟ

ଏଇଏସ୍‌-ଲିଚୁ ସମ୍ପର୍କର ତଦନ୍ତ ନିର୍ଦ୍ଦେଶ

ପାଟନା,୨୨ା୬: ବିହାରରେ ମସ୍ତିଷ୍କ ଜ୍ୱର ୧୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ନେଲାଣି। ରାଜ୍ୟର ୧୬ଟି ଜିଲାକୁ ଏହି ରୋଗ ବ୍ୟାପିଥିବାବେଳେ ଛତିଶଗଡ଼ରେ ମଧ୍ୟ ୩ ଶିଶୁ ଏଇଏସ୍‌ (ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଣ୍ଡ୍ରୋମ୍‌)ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିହାର ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଜୁନ୍‌ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୬୨୬ ଜଣ ଏନ୍‌ସେଫାଲାଇଟ୍ସ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୧୫୮ରେ ପହଞ୍ଚତ୍ଥିବାବେଳେ କେବଳ ମୁଜାଫରପୁର ଜିଲାରେ ୧୧୭ ଶିଶୁଙ୍କ ଜୀବନ ଯାଇଛି। ଏହାବ୍ୟତୀତ ଭାଗଲପୁର, ପୂର୍ବ ଚମ୍ପାରନ୍‌, ବୈଶାଳୀ, ସୀତାମଢ଼ି ଓ ସମସ୍ତିପୁରରେ ମଧ୍ୟ ମସ୍ତିଷ୍କ ଜ୍ୱରରେ ଶିଶୁଙ୍କ ମୃତ୍ୟୁ ହୋଇଛି। ରୋଗୀଙ୍କଠାରେ ଏଇଏସ୍‌ ଲକ୍ଷଣ ସମେତ ରକ୍ତଶର୍କରା ସ୍ତର ହ୍ରାସ ଦେଖାଦେଉଛି। କଞ୍ଚା ଲିଚୁରେ ଥିବା ବିଷାକ୍ତ ପଦାର୍ଥ ଯୋଗୁ ରକ୍ତଶର୍କରା ହ୍ରାସ ପାଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନେ ଏହି ଲିଚୁ ଖାଇ ରୋଗରେ ପଡୁଥିବା ବିଶ୍ୱାସ କରାଯାଉଛି।
ଲିଚୁ ଖାଇବା ଯୋଗୁ ଶିଶୁମାନଙ୍କର ମୃତ୍ୟୁ ହେଉଛି କି ନାହିଁ ତାହାର ତଦନ୍ତ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରେମ କୁମାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। କୃଷିବିଜ୍ଞାନୀ ଓ ଉଦ୍ୟାନ କୃଷିବିଭାଗର ଅଧିକାରୀମାନେ ଏଇଏସ୍‌ ପ୍ରଭାବିତ ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ମୁଜାଫରପୁର ଲିଚୁର ପେଣ୍ଠସ୍ଥଳ ଭାବେ ଜଣାଶୁଣା। ଯଦିଓ ଲିଚୁରୁ ଏଇଏସ୍‌ ଭୂତାଣୁ ସୃଷ୍ଟି ହେଉଥିବା କୁହାଯାଉଛି, ତେବେ ସରକାରୀ ଭାବେ ଏପର୍ଯ୍ୟନ୍ତ ତାହାର ଯାଞ୍ଚ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri