ଅସୁସ୍ଥ ସ୍ତ୍ରୀଙ୍କୁ ୯୦କି.ମି. ବୋହିଲେ

କଟକ ଅଫିସ/ସାକ୍ଷୀଗୋପାଳ,(ଡି.ଏନ୍‌.ଏ)୧୧। ୧୦:ରାଜ୍ୟରେ ଚିକିତ୍ସା ସେବା ସମସ୍ତଙ୍କୁ ଯେପରି ଠିକ୍‌ଭାବେ ମିଳିପାରିବ ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ କିଛି ଘଟଣାକୁ ଅନୁଧ୍ୟାନ କଲେ ଏହି ସବୁ ଯୋଜନା ଫେଲ୍‌ ମାରିବା ଭଳି ମନେହେଉଛି। ଅର୍ଥାଭାବରୁ ଜଣେ ବ୍ୟକ୍ତି ଅସୁସ୍ଥ ସ୍ତ୍ରୀଙ୍କୁ ଏକ ଟ୍ରଲିରେ ପୁରୀ ଜିଲା ସତ୍ୟବାଦୀ ବ୍ଲକରୁ ଦୀର୍ଘ ୯୦କି.ମି ଦୂର କଟକ ବଡ଼ ଡାକ୍ତରଖାନାକୁ ବୋହି ଆଣୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କଟକ ଓଏମ୍‌ପି ଛକ ନିକଟରେ କେତେଜଣ ସାମାଜିକ କର୍ମୀ ଏହା ଦେଖିବା ପରେ ଅଟୋରେ ଅସୁସ୍ଥ ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର କବୀର ଭୋଇଙ୍କ ସ୍ତ୍ରୀ ସୁକାନ୍ତି ଦୀର୍ଘ ଦିନ ଧରି ପେଟ ରୋଗରେ ପୀଡ଼ିତ ଥିଲେ। କବୀର ପୂର୍ବରୁ ଭୁବନେଶ୍ୱର, ପୁରୀ ଓ ସ୍ଥାନୀୟ ସାକ୍ଷୀଗୋପାଳ ଡାକ୍ତରଖାନାରେ ସୁକାନ୍ତିଙ୍କ ଚିକିତ୍ସା କରାଇଥିଲେ। କିନ୍ତୁ ସୁକାନ୍ତି ପେଟରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କବୀର ଶୁକ୍ରବାର ଟ୍ରଲିରେ ୧୦କି.ମି ଦୂର ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସୁକାନ୍ତିଙ୍କ ଅବସ୍ଥା ଦେଖି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ନେଇଯିବାକୁ ଜଣେ ଡାକ୍ତର କବିରଙ୍କୁ ପରାମର୍ଶ ଦେଇଥିଲେ। କଟକ ଆସିବା ପାଇଁ କବୀର ଜଣେ ଅଟୋ ଚାଳକଙ୍କୁ ଅନୁରୋଧ କରିଥିଲେ। ହେଲେ ଅଟୋ ଚାଳକ ଏଥିପାଇଁ ୧୨୦୦ଟଙ୍କା ଭଡ଼ା କହି ଥିଲେ। ଏତେ ଟଙ୍କା ପାଖରେ ନ ଥିବାରୁ କବୀର ନିରାଶ ହୋଇଥିଲେ। ଏପରି କି ସେଠାରେ ତାଙ୍କୁ ଆମ୍ବୁଲାନ୍ସ ସୁବିଧା ମଧ୍ୟ ମିଳି ନ ଥିଲା। ତେଣୁ ନିଜ ଟ୍ରଲିରେ କବୀର ସ୍ତ୍ରୀ ସୁକାନ୍ତିଙ୍କୁ ଶୁଆଇ କଟକ ଅଭିମୁଖେ ବାହାରିଥିଲେ। ସନ୍ଧ୍ୟାରେ କଟକ ତେଲେଙ୍ଗାପେଣ୍ଠରେ ପହଞ୍ଚତ୍ବାପରେ ସାମାଜିକ କର୍ମୀଙ୍କ ନଜର ଏମାନଙ୍କ ଉପରେ ପଡ଼ିଥିଲା। ସବୁକଥା ବୁଝିବା ପରେ ସମ୍ପୃକ୍ତ ସାମାଜିକକର୍ମୀ ସେମାନଙ୍କୁ ସେଠାରେ ରାତିରେ ଖାଇବା ଓ ରହିବାର ବ୍ୟବସ୍ଥା କରାଇଥିଲେ। ଶନିବାର ସକାଳେ କବୀର ଟ୍ରଲିରେ ସ୍ତ୍ରୀଙ୍କୁ ବୋହି କଟକ ଅଭିମୁଖେ ପୁଣି ବାହାରିଥିଲେ। କଟକ ଓଏମ୍‌ପି ଛକରେ ସାମାଜିକ କର୍ମୀ ଅଭିମନ୍ୟୁ ଏହା ଦେଖି ଅଟକାଇବା ସହ ସେମାନଙ୍କୁ ଏକ ଅଟୋରେ ବଡ଼ ଡାକ୍ତରଖାନା ନେଇଥିଲେ। ସୁକାନ୍ତିଙ୍କୁ ଏସ୍‌ସିବି ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ଚାଲିଛି ବୋଲି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।
ଅପରପକ୍ଷରେ କବିର ପୂର୍ବରୁ ଅନେକ ଥର ସାକ୍ଷୀଗୋପାଳ ଡାକ୍ତରଖାନାରେ ସ୍ତ୍ରୀ ସୁକାନ୍ତିଙ୍କ ଚିକିତ୍ସା କରାଇଛନ୍ତି। ହେଲେ ଶୁକ୍ରବାର ସେ ଡାକ୍ତରଖାନା ଆସିଥିବା ନେଇ କୌଣସି ସୂଚନା ନାହିଁ ବୋଲି ସାକ୍ଷୀଗୋପାଳ ମେଡିକାଲ ଅଫିସର ବିଶ୍ୱଜିତ୍‌ ମିଶ୍ର କହିଛନ୍ତି। ଆମ୍ବୁଲାନ୍ସ ନ ମିଳିବା ସଂକ୍ରାନ୍ତରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି, ଅଭିଯୋଗ ବିଶ୍ୱାସଯୋଗ୍ୟ ନୁହେଁ। ଜିଲାରେ ୧୮ଟି ୧୦୨ ଆମ୍ବୁଲାନ୍ସ ରହିଛି। ଯୋଗାଯୋଗ କରିଥିଲେ ନିଶ୍ଚିତ ସେବା ମିଳିଥାନ୍ତା। ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ହିଂସା: ଉସମାନ ହାଦିଙ୍କ ହତ୍ୟା ପରେ, ଗଣମାଧ୍ୟମ କାର୍ଯ୍ୟାଳୟରେ ନିଆଁ, ୨୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇନଥିଲା ଖବରକାଗଜ

ଢାକା,୨୦।୧୨: ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ରାଜଧାନୀ ଢାକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଯେତେବେଳେ ଜନତା ଦେଶର ଦୁଇଟି...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା । ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

ପାକିସ୍ତାନକୁ ଧନ୍ୟବାଦ ଦେଲା ଆମରିକା, ଖୁସିରେ ଗଦଗଦ ହେଲେ ଶେହବାଜ

ଇସଲାମାବାଦ,୨୦।୧୨: ଗାଜାରେ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ପ୍ରତିଷ୍ଠା ପାଇଁ ଆମେରିକାର ପ୍ରୟାସ ମଧ୍ୟରେ, ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ଗାଜା...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri