ମୁମ୍ବାଇରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଭାଇଜାନ୍‌, ଜାଣନ୍ତୁ କାହିଁକି

ଭାଇଜାନ୍ ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ରାଧେ ଇୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ଶୁଟିଂ କାର୍ଯ୍ୟ ଅକ୍ଟୋବର ୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ଅବଶିଷ୍ଟ ଶୁଟିଂ ପାଇଁ ସଲମାନ ମୁମ୍ବାଇରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ତାଙ୍କ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହାର ଶୁଟିଂ ମାର୍ଚ୍ଚ ମାସରେ ଶେଷ ହୋଇଥାନ୍ତା। ମାତ୍ର ଲକ୍‌ଡାଉନ୍‌ ନେଇ ନିର୍ମାତାଙ୍କ ସମସ୍ତ ଯୋଜନା ବୃଥା ହୋଇଥିଲା। ସେବେଠୁ ସଲମାନ ଖାନ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ ରହି ଚାଷ କରୁଥିଲେ। ପ୍ରାୟ ୬ରୁ ୭ ମାସ ବିଶ୍ରାମ ନେବା ପରେ ସଲମାନ ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଲୋକପ୍ରିୟ ରିଆଲିଟି ସୋ ‘ବିଗ ବସ’ର ସିଜନ ୧୪ ପାଇଁ ସେ ଶୁଟିଂ ଆରମ୍ଭ କରିସାରିଛନ୍ତି।

ଅକ୍ଟୋବର ୧ ରୁ ସଲମାନ ‘ବିଗବସ’ ପାଇଁ ସୁଟିଂ ଆରମ୍ଭ କରିବେ। ଏହି ଦିନ ତାଙ୍କୁ ‘ବିଗ ବସ’ର ପ୍ରିମିୟର ପାଇଁ ଶୁଟିଂ କରିବାକୁ ପଡିବ। ଏହାକୁ ଶେଷ କରିବା ପରେ ସେ ପରଦିନ ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବେ। ଏହି ଚଳଚ୍ଚିତ୍ରର ନିର୍ମାତା ସୋହେଲ ଖାନ ଶୁଟିଂ ପାଇଁ ସରକାର ଦେଇଥିବା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ସମସ୍ତ ସ୍ବାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖିଛନ୍ତି। ଶୁଟିଂର ଅଂଶବିଶେଷ ଥିବା ସମସ୍ତ ଲୋକଙ୍କୁ ଥରେ କରୋନା ପରୀକ୍ଷା କରାଯାଇଛି। ଶୁଟିଂ ଆରମ୍ଭ ହେବା ପୂର୍ବରୁ ଆଉଥରେ ପରୀକ୍ଷା ହେବାର ଯୋଜନା ରହିଛି। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେମାନେ ଶୁଟିଂ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri