Posted inଜାତୀୟ

ଅଚାନକ ଆକ୍ରମଣ ଯୋଜନା କରୁଛି ଚାଇନା !

ନୂଆଦିଲ୍ଲୀ, ୨୪।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହେବାରେ ଲାଗିଛନ୍ତି। ତେବେ ଚାଇନା ୧୯୬୨ ଭଳି ଭାରତ ଉପରେ ଅଚାନକ ଆକ୍ରମଣ ଯୋଜନା କରୁଛି। ଚାଇନା ପକ୍ଷରୁ ଏଭଳି ଆଶଙ୍କା ଥିବାରୁ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ପକ୍ଷରୁ ପାହାଡ଼ ଉପରେ ଥିବା ଶିବିରଗୁଡ଼ିକର କ୍ଷମତାକୁ ବୃଦ୍ଧି କରାଯାଉଛି। ଦୁଇପକ୍ଷ ସୀମାରରେ ନିଜ ନିଜର ସୈନ୍ୟବଳ ବଢ଼ାଇବା ସହିତ ଅସ୍ତ୍ରଶସ୍ତ୍ର ଠୁଳ କରୁଛନ୍ତି। କେତେକ ବିଶେଷଜ୍ଞଙ୍କ ଅନୁସାରେ ଚାଇନା ସବୁବେଳେ ସର୍ପାଇଜ୍‌ ଆଟାକ୍‌ ରଣନୀତିକୁ ଗୁରୁତ୍ୱ ଦେଇଥାଏ। ଏହା ଦ୍ୱାରା ପ୍ରତିପକ୍ଷ ଉପରେ ନିଜର ସାମର୍ଥ୍ୟ ବଜାଇ ରଖିବା ଚାଇନା ରଣନୀତିର ଗୁରୁତ୍ୱପୂର୍ଣ୍ଣ ଦିଗ। ଏଲ୍‌ଏସିରେ ଆଡଭାନ୍ସଡ୍‌ ଲ୍ୟାଣ୍ଡିଂ ଗ୍ରାଉଣ୍ଡ(ଏଏଲ୍‌ଜି) ସ୍ଥାପନ କରିବା ନେଇ ଭାରତୀୟ ସେନା ପକ୍ଷରୁ ପ୍ରୟାସ ଜାରି ରହିଛି। ଏସବୁ ସ୍ଥାନରେ ବାୟୁସେନା ଦ୍ୱାରା ସ୍ଥଳସେନାଙ୍କୁ ପହଞ୍ଚାଯାଇଥାଏ। ସେହିପରି ଚାଇନା ମଧ୍ୟ ଏଲ୍‌ଏସି ନିକଟରେ ଏଏଲ୍‌ଜି ନିର୍ମାଣ କରୁଛି। ଅପରପକ୍ଷରେ ଭାରତ ମଧ୍ୟ ଗତ ୭-୮ବର୍ଷ ମଧ୍ୟରେ ଟୁଟିଙ୍ଗ, ଏଲାଙ୍ଗ୍‌, ପାସିଘାଟ, ବିଜୟ ନଗର ଏବଂ ମେଚୁକାରେ ଏଏଲ୍‌ଜି ନିର୍ମାଣ କରିସାରିଛି। ବାୟୁସେନାର ପୂର୍ବତନ ଅଧିକାରୀ ଏୟାର ମାର୍ଶଲ କେ.କେ.ନୋହଓ୍ବାରଙ୍କ ଅନୁସାରେ ଚାଇନା ୧୯୬୨ରେ ସର୍ପାଇଜ୍‌ ଆଟାକ୍‌ ରଣନୀତି ଆପଣେଇଥିଲା। ତେଣୁ ଚାଇନାର ଆଣବିକ, କେମିକାଲ, ସାଇବର ଏବଂ ବାୟୋଲୋଜିକାଲ ସମରସଜ୍ଜାକୁ ଦୃଷ୍ଟିରେ ରଖି ଭାରତୀୟ ଯବାନ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri