‘ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ’ ଫିନାଲେରେ ଓଡ଼ିଆ ପୁଅ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗ୍ଲୋବାଲ୍‌ ପ୍ଲାଟ୍‌ଫର୍ମରେ କରିସ୍ମା ଦେଖାଇଛନ୍ତି ପୁଣିଜଣେ ଓଡ଼ିଆ। ରାୟଗଡ଼ା ଜିଲାର ୨୧ବର୍ଷୀୟ ଯୁବକ ମାରାଜୁ ସୁମନ୍ତ ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ ସିଜନ-୧୫ର ଫିନାଲେରେ ପହଞ୍ଚତ୍ବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜ ଡ୍ୟାନ୍ସ ପାର୍ଟନର ତଥା କୋଲକାତାର ୧୫ବର୍ଷୀୟ ସୋନାଲି ମଜୁମଦାରଙ୍କ ସହ ମିଶି ସେ ସଫଳତାର ସହ ବିଦେଶୀ ମଞ୍ଚରେ ନିଜ ପ୍ରତିଭା ଦେଖାଇଛନ୍ତି। ‘ବ୍ୟାଡ୍‌ ସାଲ୍‌ସା’ ନାମରେ ପରିଚିତ ସୁମନ୍ତ ଓ ସୋନାଲିଙ୍କ ଡ୍ୟାନ୍ସ ଯୋଡ଼ି ପୂର୍ବରୁ ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ ଏବଂ ‘ଝଲକ୍‌ ଦିଖ୍‌ଲାଜା’ ଭଳି ମଞ୍ଚରେ ସମସ୍ତଙ୍କ ମନ ଜିଣିଥିଲା। ଏମ୍‌. ଜଗଦୀଶ ରାଓ ଏବଂ ଏମ୍‌. ରାଧାକୁମାରୀଙ୍କ ପୁଅ ସୁମନ୍ତ ରାଜ୍ୟ ଏବଂ ଦେଶ ବାହାରର ବହୁ ମଞ୍ଚରେ ନିଜ ନୃତ୍ୟକଳା ଦେଖାଇ ସାରିଛନ୍ତି। ତେବେ ‘ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ’ ସେମିଫିନାଲେ ମଞ୍ଚରେ ଉଭୟ ଦକ୍ଷିଣ ଭାରତୀୟ ହିଟ୍‌ ‘ଟପ୍‌ ଲେସି ପୋଡି’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ଶୋ’ର ବିଚାରକଙ୍କୁ ଚକିତ କରିଥିଲେ। ବିଚାରକମାନେ ଆମେରିକୀୟ ଗ୍ରୁପ୍‌କୁ ପଛରେ ପକାଇ ସୋନାଲି ଏବଂ ସୁମନ୍ତଙ୍କୁ ଫାଇନାଲକୁ ଉନ୍ନୀତ କରିଥିଲେ। ଖୁବ୍‌ଶୀଘ୍ର ଶୋ’ ଫାଇନାଲ ଟେଲିଭିଜନରେ ପ୍ରସାରିତ ହେବାକୁ ଥିବାବେଳେ ସୁମନ୍ତ ଓଡ଼ିଶାକୁ ଅନ୍ତର୍ଜାତୀୟ ମଞ୍ଚରେ ପୁଣିଥରେ ଗର୍ବିତ କରିବେ ବୋଲି କୁହାଯାଉଛି। ପୂର୍ବରୁ ଏହି ଯୋଡ଼ି ବ୍ରିଟେନ୍‌ସ ଗଟ୍‌ ଟ୍ୟାଲେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri