Posted inଖେଳ

କ୍ୱାରାଣ୍ଟାଇନ୍‌ ପିରିୟଡ ହ୍ରାସ ପାଇଁ ନିବେଦନ

ନୂଆଦିଲ୍ଲୀ, ୧୬ା୯ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଥିବା ଅଷ୍ଟ୍ରେଲିଆ ଓ ଇଂଲିଶ ଷ୍ଟାର ଖେଳାଳିମାନେ କ୍ୱାରାଣ୍ଟାଇନ୍‌ ପିରିୟଡ ହ୍ରାସ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନିବେଦନ କରିଛନ୍ତି। ୬ ଦିନ ପରିବର୍ତ୍ତେ ୩ ଦିନ କରାଗଲେ ସେମାନେ ଟୁର୍ନାମେଣ୍ଟ ଆରମ୍ଭରୁ ଖେଳିପାରିବେ ବୋଲି କହିଛନ୍ତି। ବର୍ତ୍ତମାନ ଇଂଲଣ୍ଡ-ଅଷ୍ଟ୍ରେଲିଆ ହ୍ବାଇଟ୍‌ ବଲ୍‌ ସିରିଜରେ ସାମିଲ ଥିବା ୨୧ଜଣ ଖେଳାଳି ଏକ ସ୍ବତନ୍ତ୍ର ବିମାନରେ ମାଞ୍ଚେଷ୍ଟରରୁ ଆସି ସେପ୍ଟେମ୍ବର ୧୭ରେ ଦୁବାଇରେ ପହଞ୍ଚତ୍ବାକୁ ଥିବାବେଳେ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି। ଖେଳାଳିମାନେ ଗୋଟିଏ ହେଲେ ମ୍ୟାଚ୍‌ ମିସ୍‌ କରିବାକୁ ଚାହୁଁନାହାନ୍ତି। କ୍ୱାରାଣ୍ଟାଇନ୍‌ ପିରିୟଡ ୩ ଦିନକୁ ହ୍ରାସ କରିବା ଲାଗି ଉଭୟ ଦେଶର ଖେଳାଳିଙ୍କ ତରଫରୁ ଜଣେ ବିଗ୍‌ ହିଟିଂ ଷ୍ଟାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅନୁରୋଧ କରିଛନ୍ତି। ଟୁର୍ନାମେଣ୍ଟର ପ୍ରସ୍ତୁତି କାର୍ଯ୍ୟ ତଦାରଖ ପାଇଁ ଗାଙ୍ଗୁଲି ଅନ୍ୟକର୍ମକର୍ତ୍ତାଙ୍କ ସହ ଏବେ ୟୁଏଇରେ ଅଛନ୍ତି। ସେ କିନ୍ତୁ ଏହା ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଖେଳାଳିମାନଙ୍କ ଯୁକ୍ତି ହେଲା ସେମାନେ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ୟୁକେରେ ଏକ ବାୟୋ-ବବଲ ମଧ୍ୟରେ ରହି ଆସିଛନ୍ତି। ସେମାନେ ବହୁଦିନ ହେଲା ବାହାର ସଂସ୍ପର୍ଶରେ ଆସି ନ ଥିବାରୁ ଗୋଟିଏ ବାୟୋ-ବବଲରୁ ଅନ୍ୟଟିରେ ପ୍ରବେଶ ପାଇଁ ଅନୁମତି ଦିଆଯିବା ଉଚିତ୍‌। ଉଭୟ ସାଉଥାମ୍ପଟନ ଓ ମାଞ୍ଚେଷ୍ଟରରେ ସେମାନଙ୍କୁ ହିଲ୍‌ଟନ ହୋଟେଲରେ ଅବସ୍ଥାନ କରିବାକୁ ହୋଇଥିଲା, ଯାହାକି ଷ୍ଟାଡିୟମର ଅଂଶବିଶେଷ ଥିଲା। ପ୍ରତି ୫ମ ଦିବସରେ ସେମାନଙ୍କର ଟେଷ୍ଟ ହେଉଥିଲା। ଏପରିକି ୟୁକେ ଛାଡ଼ିବା ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ ହେବ। ୟୁଏଇରେ ପହଞ୍ଚତ୍ବାର ପ୍ରଥମ ଓ ତୃତୀୟ ଦିବସରେ ମଧ୍ୟ ସେମାନଙ୍କର ଟେଷ୍ଟ ହେବ। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ସୃଷ୍ଟି ହୋଇଥିବା ସେଫ୍ଟି ବବଲରେ ଖେଳାଳିମାନଙ୍କ ରୁମ୍‌କୁ ଏପରିକି ହାଉସ୍‌କିପିଂଙ୍କୁ ଅନୁମତି ନ ଥିଲା। ସେମାନେ କମର୍ସିଆଲ ବିମାନ ପରିବର୍ତ୍ତେ ଚାର୍ଟାର୍ଡ ବିମାନରେ ୟୁଏଇ ଯିବେ। ୬ଦିନିଆ କ୍ୱାରାଣ୍ଟାଇନ୍‌ରେ ପ୍ରଭାବିତ ହେବାକୁ ନ ଥିବା ଏକମାତ୍ର ଦଳ ହେଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। କାରଣ ଏହି ଦଳ ସେପ୍ଟେମ୍ବର ୨୩ରେ ଏହାର ଉଦ୍‌ଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। କେକେଆର୍‌ର ରୋଷ୍ଟରରେ ଟମ୍‌ ବାଣ୍ଟନ, ଇଅନ ମୋର୍ଗାନ ଓ ପ୍ୟାଟ୍‌ କୁମିନ୍ସ ରହିଛନ୍ତି। ତେବେ ଦଳର ପ୍ରଥମ ଏକାଦଶରେ ଅତି କମ୍‌ରେ ଦୁଇ ଖେଳାଳି ସ୍ଥାନ ପାଇବେ। ସେମାନେ ହେଲେ ଆନ୍ଦ୍ରେ ରସେଲ ଓ ସୁନିଲ ନାରିନ୍‌। ତେବେ ଓପନିଂ ଗେମ୍‌ ପାଇଁ ଯଦି ଜୋଫ୍ରା ଆର୍ଚର, ଜୋସ୍‌ ବଟଲର ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଦ୍ୱାରା ରାଜସ୍ଥାନ ରୟାଲ୍ସ କ୍ଷତିଗ୍ରସ୍ତ ହେବ। ପିତାଙ୍କ ଅସୁୁସ୍ଥତା ଯୋଗ ବେନ୍‌ ଷ୍ଟୋକ୍ସ ଅତିକମ୍‌ରେ ଟୁର୍ନାମେଣ୍ଟର ପ୍ରଥମାର୍ଦ୍ଧ ଖେଳିପାରିବେ ନାହିଁ। ସନରାଇଜର୍ସ ହାଇଦ୍ରାବାଦ ଏହାର ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଏବଂ ତାଙ୍କ ଓପନିଂ ପାର୍ଟନର ଜନି ବେୟାରଷ୍ଟୋ ଅତିକମ୍‌ରେ ପ୍ରଥମ ଗେମ୍‌ ମିସ୍‌ କରିବେ। ନିୟମାନୁସାରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିଲେ ଚେନ୍ନାଇ ସୁପର କିଙ୍ଗ୍ସ ଏହାର ପ୍ରଥମ ଦୁଇଟି ଗେମ୍‌ ଜୋସ୍‌ ହାଜ୍‌ଲେଉଡ୍‌ ଓ ସାମ୍‌ କୁରାନ୍‌ଙ୍କ ବିନା ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri