ଅଜଣା ବ୍ୟାଧି

ଅଜଣା ବ୍ୟାଧି ଗ୍ରାସ କରିଛି ଜିଲାକୁ। ସଚେତନତା ହେଉଛି ଏହାର ଏକମାତ୍ର ମହୌଷଧି। ହେଲେ ଏହା ପହଞ୍ଚିପାରୁନି ଦୁର୍ନୀତି କବଳିତ ବ୍ୟକ୍ତିବିଶେଷଙ୍କ ପାଖରେ। ଫଳସ୍ବରୂପ ଡିଅଁ।ରୋଗ ପରି ମାଡ଼ିଚାଲିଛି ଏହି ବ୍ୟାଧି। ତାହା ଦେହସୁହା ହୋଇଯିବାରୁ ସବୁ କିଛି ଅବ୍ୟବସ୍ଥାରେ ଚାଲିଛି। ସରକାରଙ୍କ ସମୀକ୍ଷା ବି ବ୍ୟାଧିର କାରଣକୁ ବୁଝିପାରୁନି। ଏଣୁ ଖୋଜାପଡ଼ିଛି ସେହି ସଫଳ ବ୍ୟକ୍ତିତ୍ୱମାନଙ୍କୁ, ଯେଉଁମାନେ ବ୍ୟାଧିର କାରଣ ବୁଝିପାରି ଏହାର ନିରାକରଣ କରିପାରିବେ। ହେଲେ ସେଭଳି ବ୍ୟକ୍ତିତ୍ୱ ଅଭାବ ନ ଥିଲେ ବି ସେମାନଙ୍କୁ ଏହାର ନିରାକରଣର ସୁଯୋଗ ମିଳୁନି। ଏଣୁ ସରକାର ବିକାଶ ନଁାରେ କରୁଥିବା ଯୋଜନା ପରେ ଯୋଜନା ବାଟବଣା ହେଉଛି। ଜିଲାର ସଦର ମହକୁମାରେ ଆରଡିସିି, ବିଭିନ୍ନ ବିଭାଗର ସଚିବ, ମନ୍ତ୍ରୀ, ବିଧାୟକ, ଏମ୍‌ପି, ବିଧାନସଭାର ବିଭିନ୍ନ କମିଟି ଓ ଜିଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସମୀକ୍ଷା ବୈଠକର ସୁଫଳ ମିଳୁନି। ଅଧିକାରୀମାନଙ୍କୁ ମିଳୁଥିବା ପରାମର୍ଶ ଓ ତାଗିଦ୍‌ କାର୍ଯ୍ୟରେ ଲାଗୁନି। କାରଣ ବ୍ୟାଧିର ପ୍ରକୋପରୁ ବୈଠକ ଶେଷ ପରେ ଅଫିସରମାନେ ସବୁକିଛି ଭୁଲି ଯାଉଛନ୍ତି। ଅନେକ କ୍ଷେତ୍ରରେ ତାଗିଦ୍‌ ଓ ପରାମର୍ଶ ଦେଇଥିବା ବ୍ୟକ୍ତି ପରବର୍ତ୍ତୀ ସମୀକ୍ଷା ବୈଠକକୁ ଆସିବାକୁ ସୁଯୋଗ ପାଇନଥାନ୍ତି। ଯିଏବି ପାଇଥାନ୍ତି ତୁ ତ ମୂତୁରୀ ମୁଁ ତ ମୂତୁରୀ ନ୍ୟାୟରେ ପୁରୁଣା ବିଷୟକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି ସମୀକ୍ଷା କରୁଥିବା ବ୍ୟକ୍ତି ଯୋଜନା କାର୍ଯ୍ୟକାରୀ ହେଉଥିବା ସ୍ଥାନକୁ ନଯାଇ ଜିଲା ସଦର ମହକୁମାରେ ବସି ସମୀକ୍ଷା କରିଥାନ୍ତି। ଏଣୁ କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟେ ନାହିଁ। କେବଳ କାଗଜପତ୍ରରେ ସୀମିତ ରହିଯାଏ ସମୀକ୍ଷା ବୈଠକ। ଫଳସ୍ବରୂପ ଜିଲାରେ ପ୍ରଚଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଜଳ ବିଭାଜିକା କାର୍ଯ୍ୟକ୍ରମ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ସ୍ବାସ୍ଥ୍ୟସେବା, ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ, ଉଦ୍ୟାନ ମିଶନ ଜରିଆରେ ଫଳ ଓ ଫୁଲ ଚାଷ, କୃଷି ଋଣ ଯୋଜନା ଓ ସମନ୍ବି୍ବିତ ଶିଶୁ ବିକାଶ ଆଦି ଅନେକ ଯୋଜନା ଦିଗହରା ଏବଂ ପଥଭ୍ରଷ୍ଟ ହୋଇପଡିଛି। ସେହିପରି ମଧ୍ୟାହ୍ନଭୋଜନ ଯୋଜନା ଅଧିକାଂଶ ସ୍ଥାନରେ ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିପାରିନାହିଁ। କେଉଁଠି ଅଧିକ ପିଲା ଦେଖାଇ ତ କେଉଁଠି ଆଦୌ ରୋଷେଇ ନ ହୋଇ ମଧ୍ୟାହ୍ନଭୋଜନ ସାମଗ୍ରୀ ହରିଲୁଟ୍‌ ଚାଲିଛି। ପୁଣି କେଉଁଠି ପୋକରା ଡାଲି ଓ ଚାଉଳରେ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯାଉଛି। ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଜରିଆରେ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ପରିପୂରକ ପୁଷ୍ଟିଭୋଜନ, ପ୍ରତିଷେଧକ ବ୍ୟବସ୍ଥା, ସ୍ବାସ୍ଥ୍ୟ ପରୀକ୍ଷା, ପରାମର୍ଶ ସେବା, ସ୍ବାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା ଦେବା ପାଇଁ ଅନୁରୂପ ବ୍ୟବସ୍ଥା ରହିଛି। ସରକାରଙ୍କର ଲକ୍ଷ୍ୟ ଯାହା ଥାଉନା କାହିଁକି, ଜିଲାରେ ଏହି ଯୋଜନା ନାନା ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। କେଉଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ୪ରୁ ୫ ଜଣ ପିଲା ଆସୁଛନ୍ତି ତ ଆଉ କେଉଁଠି ପିଲା ଆସିଲେ ବି ପାଠପଢ଼ା ହେଉନାହିଁ। କେଉଁଠି ଖାଦ୍ୟସାମଗ୍ରୀ ଠିକ୍‌ ଭାବରେ ବଣ୍ଟନ ହେଉନିି ତ କେଉଁଠି ଦିଆଯାଉନାହିଁ ରନ୍ଧାଖାଦ୍ୟ। କେତେକ ସ୍ଥାନରେ ଶିଶୁଙ୍କ ନାମ ଜାଲ ରେକର୍ଡ କରାଯାଇ ହଡପ ହେଉଛି ଖାଦ୍ୟ ଓ ଅନ୍ୟାନ୍ୟ ଉପକରଣ। ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜବକାର୍ଡଧାରୀମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ବଦଳରେ ସେମାନଙ୍କୁ ଦାଦନାଭିମୁଖୀ କରୁଛି। ଏହାର ସୁଫଳ ଜେସିବ୍‌, ଟ୍ରାକ୍ଟର ମାଲିକମାନେ ନେଉଛନ୍ତି। ଏଣୁ କାଗଜପତ୍ରରେ ଜବକାର୍ଡଧାରୀ ଉପକୃତ ହେଉଛନ୍ତି। ଆପତ୍ତି ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି। ଏପରି ଅନେକ ଯୋଜନା ଜିଲାରେ କାର୍ଯ୍ୟକାରୀ ନ ହୋଇ ପଡିରହିଛି। ଦେଖାଯାଉ ପ୍ରଶାସନ ଓ ସରକାର ଏହି ଅଜଣା ବ୍ୟାଧିର ନିରାକରଣ ପନ୍ଥା କେବେ ବାହାର କରୁଛନ୍ତି।

– ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri