ଅନ୍ଧାରରେ ରଖିଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୮: ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କାଲିଫର୍ନିଆ ସିନେଟର କମଲା ହାରିସ୍‌ ନିଜ ନିଜ ପ୍ରାର୍ଥତ୍ତ୍ୱକୁ ଗ୍ରହଣ କରିଛନ୍ତି। ଡେମୋକ୍ରାଟିକ୍‌ ନ୍ୟାଶନାଲ କନ୍‌ଭେନଶନ (ଡିଏନ୍‌ସି)ର ଚତୁର୍ଥ ଦିନରେ ବିଡେନ୍‌ ତାଙ୍କ ରନିଂ ମେଟ୍‌ ହାରିସ୍‌ଙ୍କୁ ‘ଶକ୍ତିଶାଳୀ ସ୍ବର’ ଭାବେ ଅଭିହିତ କରି ପ୍ରଶଂସା କରିଛନ୍ତି। ଏହାସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାକୁ ଅନ୍ଧକାର ମଧ୍ୟରେ ବାନ୍ଧି ଦେଇଥିବା ବିଡେନ ସମାଲୋଚନା କରିଛନ୍ତି।
ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଡେମୋକ୍ରାଟିକ୍‌ ଓ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‌ଦାର କରାଯାଇଛି। ଗୁରୁବାର ରାତିରେ ଏନ୍‌ଡିସି ଉଦ୍‌ଯାପନ ଅବସରରେ ୭୭ ବର୍ଷୀୟ ବିଡେନ ଆନୁଷ୍ଠାନିକ ଭାବେ ପ୍ରାର୍ଥିତ୍ୱ ସ୍ବୀକାର କରି ଭାଷଣ ଦେଇଥିଲେ। କହିଥିଲେ, ଆମେରିକାରେ ସମସ୍ତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୁନଃ ଅବସ୍ଥାପିତ କରିବା ପରବର୍ତ୍ତୀ ରାଷ୍ଟ୍ରପତିଙ୍କ କାର୍ଯ୍ୟ ହେବ। ଏହାକୁ ସେ ଏକୁଟିଆ କରିପାରିବେ ନାହିଁ। ତାଙ୍କ ସାଙ୍ଗରେ ଜଣେ ମହାନ୍‌ ଉପରାଷ୍ଟ୍ରପତି ରହିବେ। ହାରିସ୍‌ଙ୍କ ପାରିବାରିକ ଐତିହ୍ୟର ବିବିଧତା ରହିଛି। ତାଙ୍କ ମା’ ଭାରତୀୟ ଓ ବାପା ଜାମାଇକାର। ତାଙ୍କ ଦୃଢ଼ତା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ବଳ ଯୋଗାଇଛି ବୋଲି ବିଡେନ୍‌ କହିଥିଲେ। ସେ ଆମେରିକାକୁ ଭଲ ଭାବେ ଜାଣନ୍ତି। ତାଙ୍କ କାହାଣୀ ହେଉଛି ଆମେରିକାର କାହାଣୀ। ମହିଳା, କୃଷ୍ଣକାୟ ମହିଳା, କୃଷ୍ଣକାୟ ଆମେରିକୀୟ, ଦକ୍ଷିଣ ଏସୀୟ ଆମେରିକୀୟ ଓ ପ୍ରବାସୀ। ଏମାନଙ୍କ ସହ ଅବହେଳିତ ଓ ପଛୁଆବର୍ଗର ଲୋକଙ୍କ ପାଇଁ ସେ କାର୍ଯ୍ୟ କରିବେ।
ଗତ ମେ’ରେ ମିନିଆପଲିସରେ ଜଣେ ପୋଲିସ ଅଧିକାରୀଙ୍କ ହାତରେ ପ୍ରାଣ ହରାଇଥିବା କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ କଥାକୁ ବିଡେନ ମନେପକାଇଥିଲେ। ଜର୍ଜ ଫ୍ଲୟଡ୍‌ଙ୍କ ୬ ବର୍ଷୀୟା ଝିଅ ଜିଆନ୍ନାଙ୍କ ‘ବାପା ବିଶ୍ୱକୁ ବଦଳାଇଦେଲେ’ ଉକ୍ତି ତାଙ୍କ ହୃଦୟକୁ ଆନ୍ଦୋଳିତ କରିଛି କହି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ଆମେରିକୀୟଙ୍କୁ ସେ ଆହ୍ବାନ ଦେଇଥିଲେ। ଡେମୋକ୍ରାଟିକ୍‌ ପାର୍ଟିରୁ ପୂର୍ବରୁ ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କ ସହ ପ୍ରାୟ ୮ ବର୍ଷ କାମ କରିବାର ସୁଯୋଗ ପାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ।
ସେ ଜଣେ ମହାନ୍‌ ରାଷ୍ଟ୍ରପତି ଥିଲେ, ଯାହାଙ୍କ ସମ୍ପର୍କରେ ପିଲାମାନେ ଅନେକ କିଛି ଜାଣିବାକୁ ଚାହାନ୍ତି। କିନ୍ତୁ ବର୍ତ୍ତମାନ ହ୍ବାଇଟ୍‌ ହାଉସ୍‌ରେ ଥିବା ଟ୍ରମ୍ପ୍‌ଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳେନାହିଁ। ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ଆଉ ୪ ବର୍ଷ ଦିଆଗଲେ ସେ ବିଗତ ୪ ବର୍ଷ ଯେମିତି ଶାସନ କଲେ ସେମିତି କରିବେ। ଟ୍ରମ୍ପ୍‌ ଏପରି ଜଣେ ରାଷ୍ଟ୍ରପତି, ଯିଏକି କୌଣସି କାମ ପାଇଁ ଉତ୍ତରଦାୟୀ ହୁଅନ୍ତି ନାହିଁ, ନେତୃତ୍ୱ ନେବାକୁ ମନାକରନ୍ତି, ଅନ୍ୟମାନଙ୍କ ଉପରେ ଦୋଷ ଲଦନ୍ତି, ଏକଚ୍ଛତ୍ରବାଦୀଙ୍କ ଭଳି ବ୍ୟବହାର କରନ୍ତି ଏବଂ ଘୃଣା ଓ ବିଭାଜନକୁ ପ୍ରୋତ୍ସାହନ ଦେଇଥାଆନ୍ତି। ଟ୍ରମ୍ପ୍‌ ପୁଣିଥରେ ଜିତିଲେ କେବଳ ନିଜ କଥା ଚିନ୍ତା କରିବେ। ସେ ଅନ୍ୟ କାହାକୁ ପଚାରିବେ ନାହିଁ ବୋଲି ବିଡେନ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri