Posted inଖେଳ

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଆଝାର ମେହମୁଦ୍‌: ଇଂଲଣ୍ଡ ଟି୨୦ ଦଳ ଘୋଷିତ

ଲଣ୍ଡନ,୨୦।୮(ପି.ଟି.): ଆସନ୍ତା ୨୮ତାରିଖରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଆୟୋଜକ ଇଂଲଣ୍ଡ ଏକ ଭିନ୍ନ ପ୍ରକାର ରଣନୀତି ଆପଣାଇଛି। ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅଝାର ମେହମୁଦ୍‌ଙ୍କୁ ଇଂଲଣ୍ଡ ତା’ର କୋଚିଂ ଷ୍ଟାଫ୍‌ରେ ସାମିଲ କରିଛି। ଏଥି ସହିତ ଇଂଲଣ୍ଡ ମଧ୍ୟ ଏହି ସିରିଜ ପାଇଁ ଏକ ୧୪ ଜଣିଆ ଦଳ ଘୋଷଣା କରିଛି।
ମେହମୁଦ୍‌ ଏବେ ଜଣେ ବ୍ରିଟିଶ ନାଗରିକ। ଗତବର୍ଷ ସେ କୋଚ୍‌ ମକି ଆର୍ଥରଙ୍କ ତତ୍ତ୍ୱାବଧାନରେ ପାକିସ୍ତାନ କୋଚିଂ ଷ୍ଟାଫ୍‌ର ସଦସ୍ୟ ଥିଲେ। ଇଂଲଣ୍ଡ ଆସିଷ୍ଟାଣ୍ଟ କୋଚ୍‌ ଗ୍ରାହାମ ଥୋର୍ପେ ଏହି ସିରିଜରେ କ୍ରିସ୍‌ ସିଲଭରଉଡ୍‌ଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ର ଦାୟିତ୍ୱ ତୁଲାଇବେ। ସିଲଭରଉଡ୍‌ଙ୍କୁ ଏବେ ବିଶ୍ରାମ ଦିଆଯାଇଛି। ପଲ କଲିଂଉଡ୍‌ ଆସିଷ୍ଟାଣ୍ଟ କୋଚ୍‌ ଭାବେ ତାଙ୍କ ସହଯୋଗ କରିବେ। ତେବେ ୪୫ ବର୍ଷୀୟ ଆଝାର ମେହମୁଦ୍‌ ଇଂଲଣ୍ଡ ବୋଲିଂ କୋଚ୍‌ ଜନ ଲୁଇସ୍‌ଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ ମଙ୍ଗଳବାର ସୂଚନା ଦିଆଯାଇଛି। ପୂର୍ବତନ ଓପନର ମାର୍କସ ଟ୍ରେସ୍କୋଥିକ୍‌ ବ୍ୟାଟିଂ କୋଚ୍‌ର ଦାୟିତ୍ୱ ତୁଲାଇବେ। ପୂର୍ବତନ ଏସେକ୍ସ ଉଇକେଟକିପର ଜେମ୍ସ ଫୋଷ୍ଟର ସିରିଜ୍‌ରେ ଉଇକେଟକିପିଂ କୋଚ୍‌ ଭାବେ ଦାୟିତ୍ୱ ନିର୍ବାହ କରିବେ।
ଏହି ସିରିଜ ପାଇଁ ଇଂଲଣ୍ଡ ଇଅନ ମୋର୍ଗାନ୍‌ଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ୧୪ ଜଣିଆ ଦଳ ଘୋଷଣା କରିଛି। ଆୟର୍ଲାଣ୍ଡ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳରୁ ଜେମ୍ସ ଭିନ୍ସଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଡେଭିଡ ମଲାନଙ୍କୁ ସାମିଲ କରାଯାଇଛି। ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଜୈବ ସୁରକ୍ଷିତ ପରିବେଶରେ ଥିବା ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇ ନାହିଁ ବୋଲି ଇଂଲଣ୍ଡ ଜାତୀୟ ଚୟନକର୍ତ୍ତା ଏଡ୍‌ ସ୍ମିଥ୍‌ କହିଛନ୍ତି। ଏକାଧିକ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଅଧିକ ସୁଯୋଗ ଦେବାକୁ ଚାହୁଁଛୁ ଓ ପ୍ରତ୍ୟେକ ସିରିଜ ପାଇଁ ଏକ ଶକ୍ତିଶାଳୀ ଦଳ ଚୟନ ଉପରେ ଗୁରୁତ୍ୱ ଦେଉଛୁ । ଆଗକୁ ଖେଳାଯିବକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ପରେ ଦଳ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟି୨୦ ମ୍ୟାଚ୍‌ ଯଥାକ୍ରମେ ଅଗଷ୍ଟ ୨୮, ୩୦ ଓ ସେପ୍ଟେମ୍ବର ୧ରେ ଖେଳାଯିବ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜୋନଥନ ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ୍‌ ବିଲିଙ୍ଗ୍ସ, ଟମ୍‌ କୁରାନ, ଜୋନ ଡେନ୍‌ଲି, ଲୁଇସ୍‌ ଗ୍ରେଗୋରି, କ୍ରିସ୍‌ ଜୋର୍ଡାନ, ସାକିବ୍‌ ମେହମୁଦ, ଡଓ୍ବେିଡ୍‌ ମଲାନ, ଆଦିଲ ରସିଦ୍‌, ଜାସନ ରଏ ଓ ଡେଭିଡ୍‌ ଓ୍ବିଲି।
ରିଜର୍ଭ ଖେଳାଳି: ପ୍ୟାଟ୍‌ ବ୍ରାଉନ୍‌, ଲିଆମ ଲିଭିଙ୍ଗଉଡ୍‌, ରିସି ଟପ୍‌ଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri