ସୁଶାନ୍ତଙ୍କ ମୃତ୍ୟୁର ଦୁଇ ମାସ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ଏହି ନିର୍ଦ୍ଦେଶକ, ଶେୟାର କଲେ ଏଭଳି ପୋଷ୍ଟ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସରୁ ଅଧିକ ସମୟ ବିତିସାରିଛି। ଜୁନ୍‌ ୧୪ରେ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅପରପକ୍ଷେ ଅଭିନେତାଙ୍କ ମୃତ୍ୟୁର କାରଣ ନପୋଟିଜିମ୍‌(ବଂଶବାଦ) ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଷ୍ଟାର କିଡ୍ସଙ୍କ ସମେତ ନିର୍ଦ୍ଦେଶକ କରନ୍‌ ଜୋହର ଟ୍ରୋଲ ହୋଇଥିଲେ। ଲଗାତାର ଟ୍ରୋଲ ହେବା ପରେ ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିବା ବେଳେ ଏବେ ପୁଣି ସେ ଫେରିଛନ୍ତି।

ଶନିବାର କରନ୍‌ ନିଜର ଇନ୍‌ଷ୍ଟା ପୃଷ୍ଠାରେ ସ୍ବାଧୀନତା ଦିବସକୁ ନେଇ ଏକ ପୋଷ୍ଟ କରିଛନ୍ତି। ତ୍ରିରଙ୍ଗା ଫଟୋ ଶେୟାର କରି ସେ କହିଛନ୍ତି, ‘ଆମ ମହାନ ଦେଶ.. ସଂସ୍କୃତି, ଇତିହାସର ଗନ୍ତାଘର। ସମସ୍ତଙ୍କୁ ଏହି ଦିବସର ଶୁଭକାମନା। ଜୟ ହିନ୍ଦ।’ ଏହା ପରେ ଅଭିନେତାମାନେ ପୋଷ୍ଟରେ କମେଣ୍ଟ ଦେଇଛନ୍ତି।

କହିରଖୁଛୁ ସୁଶାନ୍ତଙ୍କ ମୃତ୍ୟୁ ପରେ କରନ୍‌ ଉଭୟଙ୍କ ଫଟୋ ପୋଷ୍ଟ କରି ଏକ ଭାବବିହ୍ବଳ ପୋଷ୍ଟ ଲେଖିଥିଲେ। ହେଲେ ଟ୍ରୋଲ ହେବା ପରେ ସେ ଦୁଃଖିତ ଥିବା କରନଙ୍କ ଜଣେ ବନ୍ଧୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri