Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି

ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଏହି ଟେଷ୍ଟ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ପକ୍ଷରେ ଇଂଲଣ୍ଡ ବିଜୟଧାରା ଜାରି ରଖି ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏକଦା ଖରାପ ସ୍ଥିତିରେ ଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ବଢ଼ିଯାଇଛି।
ଇଂଲଣ୍ଡ ଦଳରେ ବେନ୍‌ ଷ୍ଟୋକ୍ସଙ୍କ ସ୍ଥାନରେ ଓଲି ରବିନସନଙ୍କୁ ସାମିଲ କରାଯାଇଛି। ପାରିବାରିକ କାରଣରୁ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଯାଇଛନ୍ତି। ଫଳରେ ଜ୍ୟାକ କ୍ରଲି ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିବେ। ବୋଲିଂ ଲାଇନ୍‌ଅପ୍‌ରେ ଇଂଲଣ୍ଡ ରୋଟେଶନ ପଦ୍ଧତି ଅବଲମ୍ବନ କରୁଛି। ତେଣୁ ଆଗାମୀ ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ ହୋଇପାରେ। ଜେମ୍ସ ଆଣ୍ଡରସନଙ୍କ ଫର୍ମ ଭଲ ନାହିଁ। ତେଣୁ ତାଙ୍କୁ ବିଶ୍ରାମ ଦିଆଯାଇ ସାମ୍‌ କୁରାନ କିମ୍ବା ରବିନସନଙ୍କୁ ସାମିଲ କରାଯାଇପାରେ। ସେହିପରି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପରେ ମାର୍କ ଉଡ୍‌ ଆଉ ଖେଳିବା ସୁଯୋଗ ପାଇ ନାହାନ୍ତି। ଆଗାମୀ ମ୍ୟାଚରେ ସେ ଜୋଫ୍ରା ଆର୍ଚରଙ୍କ ସ୍ଥାନ ନେଇପାରନ୍ତି। ରବିନସନ, କୁରାନ ଓ ଉଡ୍‌ ବୁଧବାର ଦୀର୍ଘସମୟଧରି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।


ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ପରି ପାକିସ୍ତାନ ଅଧିନାୟକ ଆଝାର ଅଲୀ ଦକ୍ଷତା ଅନୁସାରେ ଖେଳିପାରି ନାହାନ୍ତି। ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଆଗାମୀ ଟେଷ୍ଟ ଜିତିବା ଜରୁରୀ ଥିବାରୁ ଭ୍ରମଣକାରୀ ଦଳ ଅଧିନାୟକଙ୍କ ବ୍ୟାଟ୍‌ରୁ ଏକ ବଡ଼ ଇନିଂସ ନିଶ୍ଚିତ ଆଶା କରିବ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ପାକିସ୍ତାନ ୨ ସ୍ପିନରଙ୍କୁ ନେଇ ଖେଳିଥିଲା। ରୋଜ ବାଓଲରେ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନା ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବ ତାହା ବିଚାର୍ଯ୍ୟ। ଅତିରିକ୍ତ ବ୍ୟାଟ୍ସମ୍ୟାନ ରଣନୀତି ଅବଲମ୍ବନ କଲେ ଫଓ୍ବଦ ଆଲମ ୧୧ ବର୍ଷ ବ୍ୟବଧାନରେ ପ୍ରଥମ ଟେଷ୍ଟ ଖେଳିବା ସୁଯୋଗ ପାଇବେ। ଫାଷ୍ଟ ବୋଲିଂ ଲାଇନ୍‌ଅପ୍‌ରେ ମଧ୍ୟ ଦଳ ପରିବର୍ତ୍ତନ କରିପାରେ। ଓ୍ବାର୍ମଅପ୍‌ ମ୍ୟାଚରେ ସୋହେଲ ଖାଁ ୨ ଥର ୫ ଉଇକେଟ ସଫଳତା ପାଇଥିଲେ। ଫାହିମ ଅଶ୍ରଫ୍‌ଙ୍କ ରୂପରେ ମଧ୍ୟ ବିକଳ୍ପ ଉପଲବ୍ଧ। ତେଣୁ ଏ କ୍ଷେତ୍ରରେ ଟିମ୍‌ ମ୍ୟାନେଜମେଣ୍ଟ କେଉଁ ପ୍ରକାର ରଣନୀତି ଅବଲମ୍ବନ କରୁଛି ତା ଉପରେ ନଜର ରହିଛି।
ସାଉଥାମ୍ପଟନ ସର୍ଫେସ ଚଳିତ ସିଜନରେ ସ୍ଲୋ ରହୁଥିବାରୁ ବ୍ୟାଟିଂ ପାଇଁ ସହଜ ହେଉନାହିଁ। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରୁ ହିଁ ଏହା ପ୍ରତୀୟମାନ ହୋଇଥିଲା। ଏହି ଟେଷ୍ଟ ଅବସରରେ ପାଗ ଖରାପ ରହିବା ପୂର୍ବାନୁମାନ କରାଯାଉଛି। ଘଡ଼ଘଡ଼ି ବିଜୁଳି ସହ ଦ୍ୱିତୀୟ ଏବଂ ତୃତୀୟ ଦିବସରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା କମିବ ଏବଂ ଖେଳିବା ସହଜ ହେବନାହିଁ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡୋମିନିକ୍‌ ସିବ୍‌ଲେ, ଜ୍ୟାକ୍‌ କ୍ରଲି, ଓଲି ପୋପ୍‌, ଜେସ୍‌ ବଟଲର, କ୍ରିସ୍‌ ଓ୍ବକ୍ସ, ଡୋମିନିକ୍‌ ବେସ୍‌, ମାର୍କ ଉଡ୍‌, ଷ୍ଟୁଆର୍ଟ ବ୍ରଡ୍‌, ସାମ୍‌ କୁରାନ।
ସମ୍ଭାବ୍ୟ ପାକିସ୍ତାନ ଦଳ: ଆଝାର ଅଲୀ(ଅଧିନାୟକ), ଶାନ ମାସୁଦ, ଆବିଦ ଅଲୀ, ବାବର ଆଜମ, ଅସଦ ସଫିକ୍‌, ଫଓ୍ବତ ଆଲମ, ମହମ୍ମଦ ରିଜଓ୍ବାନ, ୟାସିର ଶାହା, ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ, ନଇମ ଶାହା।
ଖେଳ ଆରମ୍ଭ: ଅପରାହ୍ନ ୩ଟା ୩୦
ପ୍ରସାରଣ: ସୋନି ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri