Posted inଖେଳ

ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ:ସେମିଫାଇନାଲରେ ଭାରତ

ହିରୋଶୀମା,୧୮।୬(ପିଟି)- ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍ସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ବୃହତ୍‌ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗୁର୍‌ଜୀତ କୌରଙ୍କ ୪ ଗୋଲ ବଳରେ ଭାରତୀୟ ଦଳ ୧୧-୦ ବ୍ୟବଧାନରେ ଫିଜିକୁ ହରାଇ ଦେଇଛି। ଗୁର୍‌ଜୀତଙ୍କ ବ୍ୟତୀତ ମୋନିକା ଡବଲ୍ସ ଗୋଲ ଦେଇଥିବାବେଳେ ଲାଲରେମ୍‌ସିଆମି, ଅଧିନାୟିକା ରାଣୀ ରାମ୍‌ପାଲ, ବନ୍ଦନା କାଟାରିଆ, ଲିଲିମା ମିଞ୍ଜ ଓ ନବନୀତ କୌର ଗୋଟିଏ କରି ଗୋଲ ସ୍କୋର କରିଥିଲେ। ବିଶ୍ୱର ୯ମ ର଼୍ୟାଙ୍କ ଦଳ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିମ୍ନ ର଼୍ୟାଙ୍କଧାରୀ ଦଳ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ୬୦ ମିନିଟ ବିଶିଷ୍ଟ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଦଳର ସ୍କୋରିଂ ଅଞ୍ଚଳରେ ୭୪ ଥର ପ୍ରବେଶ କରିଥିଲା। ପ୍ରଥମ କ୍ୱାର୍ଟରର ୪ର୍ଥ ମିନିଟ୍‌ରେ ଲାଲରେମ୍‌ସିଆମିଙ୍କ ଫିଲ୍ଡ ଗୋଲ ଜରିଆରେ ଦଳର ଖାତା ଖୋଲିଥିଲେ। ଅଧିନାୟିକା ରାଣୀ ଦଳ ପାଇଁ ଦ୍ୱିତୀୟ ସଫଳତା ଆଣି ଦେଇଥିଲେ। ୧୦ମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ସେ ଗୋଲରେ ପରିଣତ କରିଥିଲେ। ଏହାର ପର ମିନିଟ୍‌ରେ ମୋନିକା (୧୧ତମ ମିନିଟ୍‌) ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୩-୦ ବୃଦ୍ଧି କରାଇଥିଲେ। ଫରଓ୍ବାର୍ଡ ବନ୍ଦନା କାଟାରିୟା (୧୨ତମ) ଫିଲ୍ଡ ଗୋଲ ଦେଇଥିବାବେଳେ ଗୁର୍‌ଜୀତ (୧୪ତମ) ପେନାଲ୍ଟି କର୍ନର ଜରିଆରେ ସ୍କୋର କରିଥିଲେ। ଫଳରେ ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୫-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା। ଏହାପରେ ୧୯ , ୨୧ ଓ ୨୨ ତମ ମିନିଟ୍‌ରେ କ୍ରମାଗତ ୩ ଗୋଲ ଦେଇ ଗୁର୍‌ଜୀତ ବ୍ୟକ୍ତିଗତ ହ୍ୟାଟ୍ରିକ ପୂରଣ କରିଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭରୁ ମିଡ୍‌ଫିଲ୍ଡର ମୋନିକା (୩୩ତମ) ଦଳ ଲାଗି ୯ମ ଗୋଲ ଦେଇଥିଲେ। ଏହି ଧାରାରେ ୫୧ତମ ମିନିଟ୍‌ରେ ଗୋଲ ଦେଇ ଓଡ଼ିଆ ଖେଳାଳି ଲିଲିମା ସାମିଲ ହୋଇଥିଲେ। ଏହାର ୬ମ ମିନିଟ୍‌ ପରେ ନବନୀତ ମ୍ୟାଚ୍‌ର ଅନ୍ତିମ ଗୋଲ ଦେଇଥିଲେ। ଭାରତୀୟ ଦଳ ଶନିବାର ତା’ର ସେମିଫାଇନାଲ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri