ବାଘଛାଲ ଚାଲାଣରେ ଭାରତ ଆଗୁଆ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ ବିଦେଶକୁ ବାଘର ଅଙ୍ଗପ୍ରତ୍ୟଙ୍ଗ ସର୍ବାଧିକ ଚୋରା ଚାଲାଣ ହୋଇ ଯାଉଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ପ୍ରକାଶିତ ଜାତିସଂଘ ବନ୍ୟପ୍ରାଣୀ ଅପରାଧ ରିପୋର୍ଟରେ ଏହା ଦର୍ଶାଯାଇଛି। ୟୁନାଇଟେଡ୍‌ ନେଶନ୍ସ ଓ୍ବାଲର୍‌ଡ କ୍ରାଇମ୍‌ ରିପୋର୍ଟରେ ୨୦୦୭ରୁ ୨୦୧୮ ମଧ୍ୟରେ ବିଭିନ୍ନ ଦେଶକୁ ଚାଲାଣ ହୋଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗର ପରିମାଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଶ୍ୱର ବିଭିନ୍ନ ଭାଗକୁ ଚାଲାଣ ହୋଇଯାଇଥିବା ବାଘ ଅଙ୍ଗପ୍ରତ୍ୟଙ୍ଗର ୮୨% କେବଳ କେବଳ ଭାରତ ଓ ଥାଇଲାଣ୍ଡକୁ ଯାଇଛି।
ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଇବା ଉଦ୍‌ବେଗର କାରଣ ପାଲଟିଛି। ୨୦୧୦ରେ ବିଶ୍ୱରେ ମାତ୍ର ୩,୨୦୦ ବାଘ ଥିଲେ। ସେଣ୍ଟ ପିଟର୍ସବର୍ଗ ଟାଇଗର ସମିଟ୍‌ ପରଠାରୁ ଜୁଲାଇ ୨୯କୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ଜୈବ ବିବିଧତାରେ ସନ୍ତୁଳନ ଆଣିବା ଲାଗି ୨୦୨୨ (ଚାଇନିଜ୍‌ ଇୟର ଅଫ୍‌ ଦି ଟାଇଗର) ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣ ବୃଦ୍ଧି କରିବା ପାଇଁ ୧୩ଟି ଦେଶ ଏହି ସମ୍ମିଳନୀରେ ଐତିହାସିକ ନିଷ୍ପତ୍ତି ନେଇଥିଲେ। ସେହି ଦେଶଗୁଡ଼ିକ ହେଲା ଭାରତ, ବାଂଲାଦେଶ, ଭୁଟାନ, କାମ୍ବୋଡିଆ, ଚାଇନା, ଇଣ୍ଡୋନେସିଆ, ଲାଓ ପିଡିଆର୍‌, ମାଲେସିଆ, ମ୍ୟାନ୍‌ମାର, ନେପାଳ, ରୁଷିଆ, ଥାଇଲାଣ୍ଡ ଓ ଭିଏତ୍‌ନାମ। ବାଘ ବଂଶ ବୃଦ୍ଧି ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଜୁଲାଇ ୨୯ରେ ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଥିଲେ ହେଁ ଅଧିକାଂଶ ଦେଶ ଲକ୍ଷ୍ୟ ହାସଲରେ ବିଫଳ ହୋଇଛନ୍ତି। ୨୦୧୫ରେ ବିଶ୍ୱର ବାଘ ସଂଖ୍ୟା ୩,୦୬୨ରୁ ୩,୯୪୮ ମଧ୍ୟରେ ରହିଥଲା। ଜଙ୍ଗଲ ଧ୍ୱଂସ ପାଇବା, ବାଘ ଶିକାର, ମଣିଷ-ପ୍ରାଣୀ ଲଢ଼େଇ ଆଦିକୁ ବାଘ ବଂଶ ହ୍ରାସ ପାଇବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏବେ ମଧ୍ୟ ବାଘର ଛାଲ, ନଖ ଓ ହାଡ଼କୁ ଔଷଧୀୟ କାର୍ଯ୍ୟରେ ଲଗାଇବା ପାଇଁ ଏହି ପ୍ରାଣୀକୁ ହତ୍ୟା କରାଯାଉଥିବା ସାମ୍ନାକୁ ଆସୁଛି। ବ୍ୟାଘ୍ର ସାମଗ୍ରୀ ଚାଲାଣକାରୀ ଦେଶ ଭାବେ ଚାଇନା ଓ ଭାରତ ଶୀର୍ଷରେ ରହିଛି। ଚାଲାଣ ବେଳେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୮% ଭାରତୀୟ ହୋଇଥିତ୍ବାବେଳେ ଭିଏତ୍‌ନାମର ୧୪% ଓ ଇଣ୍ଡୋନେସିଆ ୮% ନାଗରିକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ। ସେହିପରି ୨୯% ଚାଲାଣକାରୀ ଚାଇନାର ବୋଲି ବିଶ୍ୱବ୍ୟାପୀ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଶ୍ୱର ପ୍ରାୟ ୭୦% ବାଘ ଭାରତରେ ରହିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ବିଶ୍ୱ ବ୍ୟାଘ୍ର ଦିବସ ପାଳନ ପୂର୍ବରୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଜାଭଡେକର ଟାଇଗର ଗଣନା ରିପୋର୍ଟ ଜାରି କରିଛନ୍ତି। ସେ କହିଛନ୍ତି, ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ନିର୍ଦ୍ଧାରିତ ସମୟର ୪ ବର୍ଷ ପୂର୍ବରୁ ଲକ୍ଷ୍ୟ ହାସଲ କରିଛି, ଯାହାକି ଆମ ପାଇଁ ଗର୍ବର ବିଷୟ। ସୂଚନାଯୋଗ୍ୟ, ୨୦୧୪ରେ ଭାରତରେ ୨୨୨୬ ବାଘ ଥିବାବେଳେ ୨୦୧୮ର ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୨୯୬୭ରେ ପହଞ୍ଚତ୍ଥିଲା। ଦେଶରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଏମ୍‌-ଷ୍ଟ୍ରାଇପ୍‌ ନାମରେ ଏକ ଆପ୍‌ ମଧ୍ୟ ବିକଶିତ କରାଯାଇଛି, ଯାହା ଭାରତର ୫୦% ଟାଇଗର ରିଜର୍ଭ ଉପରେ ନଜର ରଖିଥାଏ। ଶିକାରୀମାନଙ୍କୁ ଧରିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri