କର୍ମଚାରୀ ବୋଝ ନେବାକୁ ଅମଙ୍ଗ ଟିପିସିଏଲ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇଦେବାକୁ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରୁଛନ୍ତି। ହେଲେ ଘରୋଇ କମ୍ପାନୀ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାରୁ ଲାଭବାନ ହେଉଥିବାବେଳେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍‌ ସେବା ମିଳିବା ବଦଳରେ ରାଜକୋଷ ଉପରେ ଋଣର ପାହାଡ଼ ଛିଡ଼ା ହୋଇଯାଉଛି। କେବଳ ସେତିକି ନୁହେଁ, ଦୁର୍ବଳ ଭିତ୍ତିଭୂମି ଯୋଗୁ ବୈଷୟିକ ଓ ବାଣିଜି୍ୟକ କ୍ଷତି ମଧ୍ୟ ବଢିଯାଉଛି। ଗ୍ରୀଡ୍‌କୋ ଏବଂ ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌)ର ବକେୟା ବିଦ୍ୟୁତ୍‌ ଦେୟକୁ ରାଜ୍ୟର ୪ ବିଦ୍ୟୁତ୍‌ ବିତରଣ କମ୍ପାନୀ ସେସୁ, ନେସ୍‌କୋ, ସାଉଥ୍‌କୋ ଏବଂ ୱେସ୍‌କୋ ପଇଠ କରୁନାହାନ୍ତି। ଏପରି ସ୍ଥଳେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ସେସୁ ସମ୍ପତ୍ତିକୁ ମାତ୍ର ୩୫୦ କୋଟି ଟଙ୍କାରେ ଆକଳନ କରି ପୁଣି ଏକ ଘରୋଇ କମ୍ପାନୀ ଟାଟା ପାୱାର କମ୍ପାନୀ ଲିମିଟେଡ୍‌(ଟିପିସିଏଲ) ହାତକୁ ଟେକି ଦେବା ଘଟଣାକୁ ନେଇ ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ପ୍ରଶ୍ନ ଉଠାଇଛି। ସେସୁ ଉପରେ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ର ପ୍ରାୟ ୨୦୧୧ କୋଟି ଟଙ୍କା ବକେୟା ପଡ଼ିଛି। ବକେୟା ଟଙ୍କା ପାଇବା ପାଇଁ ଓପିଟିସିଏଲ ଓଇଆରସିକୁ ଚିଠି ଲେଖିଛି। ଅପରପକ୍ଷରେ ଟିପିସିଏଲ୍‌ ସେସୁର ପରିଚାଳନା ଭାର ନେବା ପରେ ଏବେ ସେସୁ କର୍ମଚାରୀଙ୍କ ବୋଝ ବୋହିବାକୁ କମ୍ପାନୀ ଅମଙ୍ଗ ହୋଇଛି। ଚୁକ୍ତିରେ ସଂଶୋଧନ ଆଣିବା ପାଇଁ ଓଇଆର୍‌ସି ନିକଟରେ ଏକ ରିଭ୍ୟୁ ପିଟିଶନ ଦାଏର କରିଛି, ଯାହାର ଶୁଣାଣି ଜୁଲାଇ ୨୮ ମଙ୍ଗଳବାର ହେବା ସମ୍ଭାବନା ରହିଛି।
ଉପଭୋକ୍ତାଙ୍କୁ ଉତ୍ତମ ବିଦ୍ୟୁତ୍‌ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୧୯୯୯ରେ ରାଜ୍ୟ ବିଦ୍ୟୁତ୍‌ ବୋର୍ଡକୁ ଭାଙ୍ଗି ସମଗ୍ର ବିଦ୍ୟୁତ ବ୍ୟବସ୍ଥାକୁ ଘରୋଇକରଣ କରିଥିଲେ। ତତ୍କାଳୀନ ସେସ୍‌କୋକୁ ଆମେରିକାସ୍ଥିତ କମ୍ପାନୀ ଏଇଏସ୍‌ ହାତରେ ଟେକି ଦିଆଯାଇଥିଲା। ଉକ୍ତ କମ୍ପାନୀ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପରିବର୍ତ୍ତେ ଦେବାଳିଆ କରି ୨୦୦୨ରେ ଛାଡ଼ି ଚାଲି ଯାଇଥିଲା। ସେବେଠାରୁ ଓଇଆର୍‌ସି ପ୍ରଶାସକ ନିଯୁକ୍ତ କରି ସେସୁକୁ ଚଳାଇ ଆସୁଥିଲେ। ଦୀର୍ଘ ଦୁଇ ଦଶନ୍ଧିକାଳ ଚଳାଇବାପରେ ୨୦୨୦ଜୁନ୍‌ ପହିଲାରୁ ସେସୁର ପରିଚାଳନା ଭାର ଟାଟା ପାୱାର ଟିପିସିଏଲ୍‌କୁ ହସ୍ତାନ୍ତର କରାଯାଇଛି। ଏହି କମ୍ପାନୀ ଏବେ ସେସୁ ବଦଳରେ ଟାଟା ପାଓ୍ବାର ସେଣ୍ଟ୍ରାଲ୍‌ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ୍‌) ନାମରେ ପରିଚାଳନା କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଡ୍‌କୋ ଏବଂ ଟିପିସିଏଲ୍‌ ମଧ୍ୟରେ ଏ ନେଇ ଚୁକ୍ତି ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ୪୯ ପ୍ରତିଶତ ଅଂଶଧନ ଥିବାବେଳେ ଟିପିସିଏଲର ୫୧ପ୍ରତିଶତ ଅଂଶଧନ ରହିଛି। ଚୁକ୍ତି ଅନୁଯାୟୀ ଟାଟା ପାୱାର ସେସୁକୁ ପରିଚାଳନା କରିବା ସହ ଉନ୍ନତ ସେବା, ବୈଷୟିକ ଓ ବାଣିଜି୍ୟକ କ୍ଷତି କମାଇବା, ନୂତନ ପ୍ରକଳ୍ପ ପାଇଁ ପୁଞ୍ଜିନିବେଶ ଇତ୍ୟାଦି କରିବ। ଏଥିସହିତ ସେସୁରେ ଥିବା ୪,୯୧୭ ସ୍ଥାୟୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ରକ୍ଷା କରିବା ସହ ୪୩୫ଠିକା କର୍ମଚାରୀଙ୍କୁ ମଧ୍ୟ ରଖିବାକୁ ଚୁକ୍ତିରେ ଉଲ୍ଲେଖ ରହିଥିଲା। ଏପରି କି ସେସୁର କାୈଣସି ବକେୟା ବୋଝକୁ ଟିପିସିଏଲ ବହନ କରିବ ନାହିଁ। କେବଳ ଆସନ୍ତା ୫ବର୍ଷ ମଧ୍ୟରେ ଉପଭୋକ୍ତାଙ୍କ ଉପରେ ବକେୟା ଥିବା ୨୦୦ କୋଟି ବିଦ୍ୟୁତ ବିଲ୍‌ ପଇଠ କରିବ ବୋଲି ଚୁକ୍ତିରେ ଉଲ୍ଲେଖ କରାଯାଇଛି। ହେଲେ ଏବେ ସେସୁ
କର୍ମଚାରୀଙ୍କ ବୋଝ ବୋହିବାକୁ କମ୍ପାନୀ ଅମଙ୍ଗ ହୋଇଛି। କର୍ମଚାରୀଙ୍କ ପୁରୁଣା ଚାକିରି ସର୍ତ୍ତାବଳୀକୁ ଟିପିସିଏଲ୍‌ ମାନିବାକୁ ନାରାଜ। କମ୍ପାନୀ ନିଜ ଅଧୀନରେ ରଖି କର୍ମଚାରୀଙ୍କୁ ପରିଚାଳନା କରିବାକୁ ଚାହୁଁଛି। ଏପରି କି ଉକ୍ତ ସର୍ତ୍ତାବଳୀକୁ ସଂଶୋଧନ କରିବା ଏବଂ ବୈଷୟିକ ଓ ବାଣିଜି୍ୟକ କ୍ଷତି ହ୍ରାସ ପାଇଁ ଥିବା ନିୟମକୁ ପରିବର୍ତ୍ତନ କରିବା ପାଇଁ ଟିପିସିଏଲ ଓଇଆରସି ନିକଟରେ ଗତ ମାସରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିଛି, ଯାହାକି ଓଇଆର୍‌ସି ମାମଲା ନଂ.୨୭/୨୦୨୦ରେ ପଞ୍ଜୀକୃତ ହୋଇଛି।
ସୂଚନାଯୋଗ୍ୟ ଯେ ବିଦ୍ୟୁତ୍‌ କିଣା ବାବଦରେ ଗ୍ରୀଡ୍‌କୋର ସେସୁ ଉପରେ ୨ହଜାର କୋଟି ଟଙ୍କା ବକେୟା ଥିବାବେଳେ ଓପିଟିସିଏଲ୍‌ର ୧୧କୋଟି ବକେୟା ରହିଛି। ଏହି ଅର୍ଥ କିପରି ଆଦାୟ ହେବ ଓ ଗ୍ରୀଡ୍‌କୋକୁ ପଇଠ କରାଯିବ ସେ ନେଇ ଚୁକ୍ତିରେ କିଛି ଉଲ୍ଲେଖ କରାଯାଇନାହିଁ। ଚୁକ୍ତି ପୂର୍ବରୁ ରାଜ୍ୟ ସରକାର, ଗ୍ରୀଡ୍‌କୋ କିମ୍ବା ଓପିଟିସିଏଲର ମତାମତ ଲୋଡ଼ାଯାଇଥିଲା। ତେବେ ଉକ୍ତ ଦୁଇ କମ୍ପାନୀ ନିଜର ବକେୟା ଅର୍ଥ ପଇଠ କରିବା ନେଇ ପଦକ୍ଷେପ ନେବାକୁ ଓଇଆର୍‌ସିକୁ ନିବେଦନ କରିଥିଲେ। ତେବେ ସେନେଇ ଚୁକ୍ତିରେ କିଛି ଉଲ୍ଲେଖ କରାଯାଇ ନାହିଁ। ବକେୟା ଅର୍ଥ କିପରି ମିଳିବ ସେନେଇ ଉଭୟ ସଂସ୍ଥା ସନ୍ଦୀହାନ ହୋଇ ପଡ଼ିଛନ୍ତି। କାୈଣସି ଜନଶୁଣାଣି ନ କରି କାହା ସ୍ବାର୍ଥରେ ୫ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ତରବରିଆ ଭାବେ ଟେକିଦିଆଗଲା ବୋଲି ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି।
ବକେୟା ସମ୍ପର୍କରେ ଗ୍ରୀଡ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବକେୟା ବିଷୟରେ ଓଇଆର୍‌ସିଙ୍କୁ ଜଣାଇ ଦିଆଯାଇଛି। ଉପଭୋକ୍ତାଙ୍କ ଠାରୁ ଟିପିସିଏଲ ଅର୍ଥ ଆଦାୟ କରି ପଇଠ କରିବା ନେଇ ବ୍ୟବସ୍ଥା ହେବ ବୋଲି କହିଛନ୍ତି। ସେହିପରି ଓପିଟିସିଲ୍‌ ଅଧିକାରୀଙ୍କ କହିବା ହେଲା, ସେସୁ ଉପରେ ଆମର ପ୍ରାୟ ୧୨କୋଟି ଟଙ୍କା ବକେୟା ରହିଛି। ଘରୋଇକରଣ ପୂର୍ବରୁ ଆମକୁ ଏନେଇ କିଛି ପଚରାଯାଇ ନାହିଁ। ଟଙ୍କା ପାଇବା ପାଇଁ ଆମେ ଓଇଆର୍‌ସିଙ୍କୁ ଚିଠି ଲେଖି ଜଣାଇଛୁ। ଗ୍ରୀଡ୍‌କୋ ସିଏମ୍‌ଡି ସୌରଭ ଗର୍ଗ ଗ୍ରୀଡ୍‌କୋ ବକେୟା ବିଷୟରେ ଶକ୍ତି ବିଭାଗ ସଚିବ କହିପାରିବେ ବୋଲି କହିଥିବାବେଳେ ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri