ଜାଣନ୍ତୁ କାହିଁକି ବଢ଼ୁଛି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସପ୍ତାହକ ମଧ୍ୟରେ ୨୦୩୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରେ ଜିଲାରେ ଆଜିର ୫୪୦ ପଜିଟିଭ୍‌ ରହିଛନ୍ତି। ଯାହା ଏଯାବତ୍‌ ଦିନକରେ ସର୍ବାଧିକ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ଡାକ୍ତରୀ ଟିମ୍‌ ପ୍ରତି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଉଛନ୍ତି। ଲକ୍ଷଣ ଥିବା ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ ପରେ ପଜିଟିଭ ବାହାରୁଛି। ଏଥିପାଇଁ ଗତ ୩ ଦିନ ହେଲା ପଜିଟିଭ୍‌ ସଂଖ୍ୟା ଅଧିକ ରହୁଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଟୁଇଟ କରି ଜଣାଇଛନ୍ତି। ଜୀବନ ରକ୍ଷା ପାଇଁ ଏହି ଆଗୁଆ ପଦକ୍ଷେପ ନିଆଯାଇଛି ଏବଂ ଏଥିପାଇଁ କୌଣସି ଭୟ କରିବାର ନାହିଁ । କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍‌ରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ଼ ରହିଛି। କେହି ଲକ୍ଷଣ ଲୁଚାନ୍ତୁନି ଏବଂ ଟିମକୁ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା

ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ...

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri