ମୃତଦେହ ମେଳରେ ମହୋତ୍ସବ

ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ ବାହାର କରାଯାଏ ଏବଂ ଏହାପରେ ଆରମ୍ଭ ହୋଇଥାଏ ମହୋତ୍ସବ ‘ମାନେନେ’। ସାଧାରଣତଃ ମୃତଦେହକୁ ନେଇ ହିନ୍ଦୁ ସମ୍ପ୍ରଦାୟରେ ଭିନ୍ନ ପ୍ରଥା ପ୍ରଚଳିତ ଥିବାବେଳେ ‘ମାନେନେ’ ଫେଷ୍ଟିଭାଲ ପାଇଁ ଅପେକ୍ଷା କରିରହିଥାନ୍ତି ଇଣ୍ଡୋନେସିଆର ‘ଟୋରାଜନ’ ସମ୍ପ୍ରଦାୟର ଲୋକେ।
‘ମାନେନେ’ ଫେଷ୍ଟିଭାଲ୍‌ ବିଷୟରେ ଜାଣିବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ୧୦୦ବର୍ଷ ତଳକୁ। ଏପରି ବିଚିତ୍ର ମହୋତ୍ସବ ପାଳନ ପଛରେ ‘ବରପ୍ପୁ’ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କଠାରୁ ଅନେକ କଥା ଶୁଣିବାକୁ ମିଳେ। ସେମାନଙ୍କ କହିବା କଥା, ଶହେ ବର୍ଷ ତଳେ ଗ୍ରାମର ଟୋରାଜନ ଜନଜାତିର ‘ପୋଙ୍ଗ୍‌ ରୁମାସେକ୍‌’ ନାମକ ଜଣେ ଶିକାରୀ ଶିକାର କରିବାକୁ ବାହାରିଥିଲେ। ଶିକାର ଖୋଜିଖୋଜି ସେ ଚାଲିଯାଇଥିଲେ ଘଞ୍ଚ ଜଙ୍ଗଲ ଭିତରକୁ। ଶିକାର ତ ମିଳିଲାନି ହେଲେ ‘ପୋଙ୍ଗ୍‌ ରୁମାସେକ୍‌’ଙ୍କ ନଜରରେ ପଡ଼ିଲା ଏକ ଗଳିତ ମୃତଦେହ। ଏହାପରେ ନିଜେ ପିନ୍ଧିଥିବା ପୋଷାକ ବାହାର କରି ସେହି ମୃତଦେହକୁ ପିନ୍ଧାଇ ଦେଲେ ଏବଂ ସେଠାରେ ମୃତଦେହର ଅନ୍ତିମ ସଂସ୍କାର କରିଦେଲେ। ଏହାପରେ ‘ପୋଙ୍ଗ୍‌ ରୁମାସେକ୍‌’ଙ୍କ ଜୀବନ ବଦଳିଗଲା। କଷ୍ଟକର ସମୟ ଶେଷ ହୋଇଯିବା ସହ ଭଲ ଦିନ ଆସିଲା। ଏହାପରେ ସେ ବେଶ୍‌ ହସଖୁସିରେ ପରିବାର ସହ ଦିନ କାଟିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ‘ଟୋରାଜନ’ ଜନଜାତିରେ ମୃତକଙ୍କ ସମ୍ମାନ ଏବଂ ପରିବାରର ମଙ୍ଗଳ ଲାଗି ଆରମ୍ଭ ହୋଇଥିଲା ‘ମାନେନେ’। ପୂର୍ବଜଙ୍କ ସ୍ମୃତିକୁ ମନେ ପକାଇ ସେମାନେ ଫେଷ୍ଟିଭାଲ୍‌କୁ ଅତି ଜାକ୍‌ଜମକର ସହ ପାଳିଥାନ୍ତି।
ଏହି ପର୍ବର ଆରମ୍ଭ ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥାଏ। ପରିବାରରେ କାହାରି ମୃତ୍ୟୁ ଘଟିଲେ ତାଙ୍କୁ ତୁରନ୍ତ କବର ଦିଆଯାଏ ନାହିଁ, ବରଂ ମୃତଶରୀରକୁ ନେଇ ଶୋଭାଯାତ୍ରା ବାହାର କରିବା ସହ ସମସ୍ତେ ଉତ୍ସବରେ ସାମିଲ ହୋଇଥାନ୍ତି। ଉତ୍ସବର ଆରମ୍ଭରେ ବଳଦ, ମଇଁଷି ଭଳି ଏକ ଜନ୍ତୁକୁ ଶିକାର କରିବାର ବିଧି ରହିଛି। ଉକ୍ତ ଜନ୍ତୁର ଶିଙ୍ଗରେ ମୃତକଙ୍କ ଘରେ ସଜାଯାଏ। ଯେଉଁ ବ୍ୟକ୍ତିଙ୍କ ଘରେ ଯେତେ ଅଧିକ ଶିଙ୍ଗ ଲାଗିଥାଏ ତାଙ୍କୁ ସେତିକି ବେଶି ସମ୍ମାନ ଦିଆଯାଇଥାଏ। ସପ୍ତାହରୁ ମାସାଧିକ କାଳ ଯାଏ ଚାଲୁଥିବା ଲମ୍ବା ଅବଧିର ଏହି ଯାତ୍ରା ବେଶ୍‌ ବ୍ୟୟବହୁଳ। ତେଣୁ ମୃତଦେହଙ୍କୁ ସଂସ୍କାର ନ କରି ଦୀର୍ଘଦିନ ଯାଏ ରଖାଯାଇଥାଏ। ଏହି ସମୟ ମଧ୍ୟରେ ମୃତକଙ୍କ ପରିଜନ ଖର୍ଚ୍ଚ ହେବାକୁ ଥିବା ଟଙ୍କା ସଂଗ୍ରହ କରିବାକୁ ସମୟ ପାଇଥାନ୍ତି।
‘ଟୋରାଜନ’ ସମ୍ପ୍ରଦାୟରେ ନିଆରା ଢଙ୍ଗରେ ମୃତଦେହକୁ କବର ଦିଆଯାଇଥାଏ। ମାଟି ଖୋଳି ମୃତଦେହ ପୋତିବା ବଦଳରେ ଏକ କାଠବାକ୍ସରେ ଅବରୁଦ୍ଧ କରି ଗୁମ୍ଫାରେ ରଖାଯାଇଥାଏ। ମୃତକଙ୍କ ବୟସ ୧୦ବର୍ଷରୁ କମ୍‌ ହୋଇଥିଲେ ମୃତଦେହକୁ ଗଛ କୋରଡ଼ରେ ରଖିଦିଆଯାଏ। ମୃତଦେହକୁ ଦୀର୍ଘଦିନ ଧରି ସୁରକ୍ଷିତ ରଖିବାକୁ ମରଶରୀରରେ କପଡ଼ାର ପରସ୍ତ ଗୁଡ଼ାଯାଇଥାଏ। ଆଜିକାଲି ‘ମାନେନେ’ରେ ଫ୍ୟାଶନ ପଶିଲାଣି। ଏବେ ମୃତକଙ୍କ ଶରୀରରେ ମୂଲ୍ୟବାନ ଅଳଙ୍କାର, କଳା ଚଷମା, ଘଡ଼ି ପିନ୍ଧାଯାଇ ସଜ୍ଜିତ କରାଯାଉଛି। ତେବେ ଏହା ମୃତକଙ୍କ ପରିଜନଙ୍କ ସାମର୍ଥ୍ୟ ଉପରେ ନିର୍ଭର କରେ। ଏହାପରେ ଏକ କାଠବାକ୍ସରେ ଆବଦ୍ଧ କରି ମୃତଦେହକୁ ଗୁମ୍ଫାରେ ରଖିଦିଆଯାଏ। ପ୍ରତି ତିନିବର୍ଷରେ ଏହାକୁ ବାହାର କରାଯାଇ ପୁନର୍ବାର ନୂଆ କପଡ଼ା ପିନ୍ଧାଯାଏ। ଶବରେ ଗୁଡ଼ା ଯାଇଥିବା ପୁରୁଣା କପଡ଼ାକୁ ବାହାର କରି ପରିଜନମାନେ ପିନ୍ଧିଥାନ୍ତି। ମରଶରୀର କଙ୍କାଳରେ ପରିଣତ ନ ହେବା ଯାଏ ପ୍ରତି ୩ ବର୍ଷରେ ଥରେ ମୃତଦେହ ବାହାର କରାଯାଇଥାଏ। କଙ୍କାଳରେ ପରିଣତ ହୋଇଯାଇଥିବା ମୃତଦେହକୁ ଦାହସଂସ୍କାର କରି ଦିଆଯାଇଥାଏ। ଏପରି କରିବା ଦ୍ୱାରା ମୃତକଙ୍କ ଆତ୍ମାଠାରୁ ଆଶୀର୍ବାଦ ମିଳିଥାଏ ବୋଲି ‘ଟୋରାଜନ’ ଜନଜାତିରେ ପ୍ରଚଳିତ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri