Posted inଫୁରସତ

ଗୋଡ଼ାଇକି ନୁହେଁ ଉଡ଼ିକି କାମୁଡ଼େ ଏହି ସାପ: ଦେହରୁ ଝଡ଼ାଇ ଦିଏ ମାଂସ

ଆମ ବିଶ୍ୱରେ ଅନେକ ସ୍ଥାନ ଅଛି, ଯାହା ରହସ୍ୟ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଏପରି କେତେକ ସ୍ଥାନ ଅଛି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତ ଆଉ କେତେକ ବିପଦରେ। ଆପଣ କେବେ ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି ଯେଉଁଠାରେ ମଣିଷ ନୁହେଁ ସାପଙ୍କ ରାଜୁତି ଚାଲେ। ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଯିବା ବିପଦ। ଏହି ସ୍ଥାନରେ ଏତେଗୁଡ଼ିଏ ସାପ ଅଛି ଯେ, ଯଦି ଜଣେ ବ୍ୟକ୍ତି ଭୁଲରେ ସେଠାକୁ ଯାଆନ୍ତି, ତେବେ ସେ ଜୀବନ୍ତ ଫେରି ଆସିବେ ବୋଲି ଆଶା କରାଯାଇପାରିବ ନାହିଁ ।

ବାସ୍ତବରେ, ଏହି ବିପଦପୂର୍ଣ୍ଣ ସ୍ଥାନ ବ୍ରାଜିଲରେ ଅଛି, ଯାହାକୁ ‘ସାପ ଦ୍ୱୀପ’ କୁହାଯାଏ। ଏହି ଦ୍ୱୀପର ପ୍ରକୃତ ନାମ ହେଉଛି ’ଇଲାହା କାଏମାଡା’ । ଯଦିଓ ଏହି ଦ୍ୱୀପ ବହୁତ ଦୂରରୁ ସୁନ୍ଦର ଦେଖାଯାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଦ୍ୱୀପରେ ଦୁନିଆର ସବୁଠାରୁ ବିପଜ୍ଜନକ ସାପ ଦେଖିବାକୁ ମିଳେ।

ସାପର ଦ୍ୱୀପରେ ବିଭିନ୍ନ ପ୍ରଜାତିର ସାପ ମଧ୍ୟ ଦେଖିବାକୁ ମିଳେ। ଏହି ପ୍ରଜାତିର ସାପମାନଙ୍କର ମଧ୍ୟ ଉଡ଼ିବାର କ୍ଷମତା ଅଛି। କୁହାଯାଏ ଯେ, ଏହି ସାପର ବିଷ ଏତେ ବିପଜ୍ଜନକ ଯେ ମନୁଷ୍ୟ ଦେହରୁ ମାଂସ ଝଡିପଡ଼େ।

ଏହି ଦ୍ୱୀପରେ ବିଭିନ୍ନ ପ୍ରଜାତିର ୪୦୦୦ରୁ ଅଧିକ ସାପ ଅଛନ୍ତି। ବ୍ରାଜିଲର ନୌସେନା ସାଧାରଣ ଲୋକଙ୍କୁ ଏହି ସ୍ଥାନ ପରିଦର୍ଶନ କରିବାକୁ ବାରଣ କରିଥାନ୍ତି। କେବଳ ସାପ ସମ୍ବନ୍ଧୀୟ ବିଶେଷଜ୍ଞମାନଙ୍କୁ ଏହି ଦ୍ୱୀପରେ ଅନୁସନ୍ଧାନ କରିବାକୁ ଅନୁମତି ଦିଆଯାଇଥାଏ। ତଥାପି, ସେମାନେ କେବଳ ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁସନ୍ଧାନ କରି ଫେରନ୍ତି। ସେମାନେ ଦ୍ୱୀପ ଭିତରକୁ ଅଧିକ ଯିବାକୁ ସାହସ କରନ୍ତି ନାହିଁ।

ତେବେ କେତେକ ଶିକାରୀ ଲୁଚିକି ଦ୍ୱୀପ ଭିତରକୁ ଯାଇ ବେଆଇନ ଭାବେ ସାପ ଧରିବା ବିକନ୍ତି। ଏଠାରେ ମିଳୁଥିବା ସୁବର୍ଣ୍ଣ ଲାନ୍ସହେଡ ୱିପରର ସାପର ଅନ୍ତର୍ଜାତୀୟ ବଜାର ଦର ୧୮ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri