ନିରାପଦ ମାତୃତ୍ୱ ଅତ୍ୟାଧୁନିକ ଆଇଭିଏଫ୍‌ ପ୍ରଣାଳୀ

ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଗର୍ଭଧାରଣ କରିବାକୁ ଚେଷ୍ଟା କରି ବିଫଳ ହେଉଥିବା ମହିଳାମାନେ ନିରାଶା ସହିତ ନିଜକୁ ମୂଲ୍ୟହୀନ ମନେକରନ୍ତିି। ଏଥିପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପରେ ମହିଳାଙ୍କୁ ଦାୟୀ କରିବା
ଫଳରେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ…

ମାତୃତ୍ୱ ଏଭଳି କିଛି ଅନୁଭବ, ଯାହାକୁ ପ୍ରତ୍ୟେକ ମହିଳା ପାଇବା ପାଇଁ ସ୍ବପ୍ନ ଦେଖନ୍ତି, କିନ୍ତୁ ଯଦି ମାତୃତ୍ୱ ଲାଭ କରିବାରେ କିଛି ବାଧା ସୃଷ୍ଟି ହୁଏ, ତେବେ କ’ଣ ହେବ। ଯେତେବେଳେ ଜଣେ ଦମ୍ପତି ଗର୍ଭଧାରଣ କରିବାରେ ବିଫଳ ହୋଇଥାନ୍ତି, ସେତେବେଳେ ଅଧିକାଂଶରେ କେବଳ ମହିଳାଙ୍କୁ ଦାୟୀ କରାଯାଇଥାଏ। ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଗର୍ଭଧାରଣ କରିବାକୁ ଚେଷ୍ଟା କରି ବିଫଳ ହେଉଥିବା ମହିଳାମାନେ ନିରାଶା ସହିତ ନିଜକୁ ମୂଲ୍ୟହୀନ ମନେକରନ୍ତିି। ଏଥିପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପରେ ମହିଳାଙ୍କୁ ଦାୟୀ କରିବା ଫଳରେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ।
ଏ ସମ୍ପର୍କରେ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହ କଥା ହେବା ନିଶ୍ଚିତ ରୂପେ ସାହାଯ୍ୟ କରିଥାଏ ଏବଂ ଯେଉଁମାନଙ୍କ ପାଖରେ ବିଶ୍ୱସ୍ତ ଲୋକ ନ ଥାନ୍ତି ସେଭଳି ମହିଳାମାନେ ସାମାଜିକ ଚାପର ସମ୍ମୁଖୀନ ହୋଇଥାନ୍ତି, ତେଣୁ ସାମାଜିକ ଅବସରଗୁଡିକରୁ ଦୂରେଇ ରୁହନ୍ତୁ, କାରଣ କେବଳ ଜଣେ ଗର୍ଭବତୀ କିମ୍ବା ଶିଶୁଙ୍କୁ ଦେଖିବା ଦ୍ୱାରା ତାହା ମାନସିକ ଅବସାଦକୁ ନିମନ୍ତ୍ରଣ କରିପାରେ।
ଚଳିତ ମାସ ୨୫ରେ ପାଳିତ ହେବାକୁ ଯାଉଛି ବିଶ୍ୱ ଆଇଭିଏଫ୍‌ ଦିବସ। ଏହି ଅବସରରେ, ଆସନ୍ତୁ ମହିଳାଙ୍କ ବନ୍ଧ୍ୟାପଣ ସହ ଜଡିତ ସାମାଜିକ ଅପବାଦକୁ ଦୂର କରିବା ଓ ସେମାନଙ୍କୁ ମାତୃତ୍ୱର ଉପହାର ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା। ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍‌ ଟେକ୍‌ନିକ୍ସ (ଏଆର୍‌ଟି) କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସହିତ ବନ୍ଧ୍ୟାପଣ ସହ ଜଡିତ ଅନେକ ସମସ୍ୟାର ଏବେ ଚିକିତ୍ସା କରାଯାଇ ପାରୁଛି, ଯାହାଫଳରେ ଅନେକ ମହିଳା ମାତୃତ୍ୱର ସୁଖ ଉପଭୋଗ କରି ପାରୁଛନ୍ତି।
ମାତୃତ୍ୱକୁ ପ୍ରଭାବିତ କରୁଥିବା କାରଣ : ଜଣେ ବ୍ୟକ୍ତିଙ୍କ ପ୍ରଜନନ କ୍ଷମତା ଏକାଧିକ କାରଣ ଯୋଗୁଁ ପ୍ରଭାବିତ ହେଉଥିବା ବେଳେ ସେଥିରୁ ନିମ୍ନରେ କିଛି କାରଣ ଉଲ୍ଲେଖ କରାଯାଇଛି, ଯେଉଁଗୁଡିକୁ ନାଟକୀୟ ଭାବେ ଗତ କିଛି ବର୍ଷ ମଧ୍ୟରେ ଅନେକଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଛି।
-ପେଲ୍‌ଭିକ୍‌ ପାଥୋଲୋଜି (ଓଭାରିଆନ୍‌, ଟ୍ୟୁବାଲ, ୟୁଟେରାଇନ୍‌)ରେ ତ୍ରୁଟି ସମେତ ୟୁଟେରାଇନ୍‌ ଫିବ୍ରଏଡ୍‌ସ, ଆଡେନୋମିୟୋସିସ୍‌, କନିଟାଲ ୟୁଟେରାଇନ୍‌ ଆନୋମାଲିସ୍‌, ୟୁଟେରାଇନ୍‌ ଆଡ୍‌ହେସନ୍ସ, ୟୁଟେରାଇନ୍‌ ପଲିପ୍ସ, କ୍ରୋନିକ୍‌ ଏଣ୍ଡୋମେଟ୍ରାଇଟିସ୍‌, ଟ୍ୟୁବାଲ ବ୍ଲକେଜ୍‌, ଓଭ୍ୟୁଲେଟୋରୀ ଡିସ୍‌ଫଙ୍କ୍‌ସନ, ପିସିଓଏସ୍‌ ଆଦି ରୋଗ।
-ମହିଳାଙ୍କ ବୟସ ଡିମ୍ବାଶୟ ସଂରକ୍ଷଣ (ଗୁଣାତ୍ମକ ଡିମ୍ବାଣୁ) ହ୍ରାସ ପାଇଁ ଏହା ଏକ କାରଣ।
-କ୍ୟାରିୟରକୁ ଗୁରୁତ୍ୱ ଦେଉଥିବା ମହିଳାମାନେ ଗର୍ଭଧାରଣକୁ ସ୍ଥଗିତ ରଖିଥାନ୍ତି। (ସମାଜ ଏହାକୁ ଗର୍ଭଧାରଣ ପାଇଁ ଅକ୍ଷମ ବୋଲି ଆକଳନ କରିଥାଏ)।
-ଧୂମପାନ, ମଦ୍ୟପାନ, ତମାଖୁ ସେବନ, କମ୍‌ ବ୍ୟାୟାମ ଓ କମ୍‌ ନିଦ୍ରା, ଭୁଲ ଖାଦ୍ୟାଭ୍ୟାସ ଆଦି ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତା ଓ ଚାପ ସୃଷ୍ଟି କରିଥାଏ, ଯାହାକି ଶେଷରେ ବନ୍ଧ୍ୟାପଣର କାରଣ ସାଜିଥାଏ।
-ବୃତ୍ତିି ସମ୍ବନ୍ଧୀୟ ବିପଦ ଓ ପରିବେଶ ପ୍ରଦୂଷଣ।
-ବଂଶାନୁଗତ ବ୍ୟାଧି ଯଥା କ୍ରୋମୋଜୋମାଲ ଅସ୍ବାଭାବିକତା, ଅସ୍ପଷ୍ଟ ବନ୍ଧ୍ୟାପଣ, ପୁରୁଷ ସମସ୍ୟା, ଜଣେ କିମ୍ବା ଉଭୟ ସାଥୀଙ୍କ ଆନୁବଂଶିକ ତ୍ରୁଟି, ଅସାଧାରଣ ସମସ୍ୟା।
-ଏଆର୍‌ଟି : ଅନେକ ମହିଳାଙ୍କ ପାଇଁ ମାତୃତ୍ୱର ଆର୍ଶୀବାଦ।
ଆଇଭିଏଫ୍‌ ହେଉଛି ଏକ ଆର୍ଟ, ଯାହାକି ନିୟନ୍ତ୍ରିତ ଓଭାରିଆନ୍‌ ହାଇପର୍‌ଷ୍ଟିମୁଲେସନ, ଏହାପରେ ଓଭାରିରୁ ଡିମ୍ବାଣୁଗୁଡିକର ପୁନରୁଦ୍ଧାର, ଲାବରେଟୋରୀରେ ଶୁକ୍ରାଣୁ ସହିତ ଫର୍ଟିଲାଇଜେସନ ବା ଗର୍ଭାଧାନ,ଗର୍ଭାଶୟ ଭିତରେ ସୃଷ୍ଟି ହୋଇଥିବା ଭ୍ରୂଣଗୁଡିକର ପରବର୍ତ୍ତୀ ସ୍ଥାନାନ୍ତର ଆଦି ପ୍ରକ୍ରିୟାକୁ ନେଇ ଗଠିତ। ଭ୍ରୂଣଗୁଡିକୁ ଲାବରେଟୋରୀରେ ୩ରୁ ୫ ଦିନ ପର୍ଯ୍ୟନ୍ତ କଲ୍‌ଚର କରାଯାଇଥାଏ। ଆଇଭିଏଫ ଚିକିତ୍ସା ପଦ୍ଧତି ଏବେ ଆଇସିଏସ୍‌ଆଇ (ଇଣ୍ଟ୍ରା ସାଇଟୋପ୍ଲାଜ୍‌ମିକ୍‌ ସ୍ପର୍ମ ଇକ୍ସେନ), ବ୍ଲାଷ୍ଟୋସିଷ୍ଟ କଲ୍ଚର, ଲେଜର ଆସିଷ୍ଟେଡ୍‌ ହ୍ୟାଚିଙ୍ଗ୍‌, ଟିଇଏସ୍‌ଇ (ଟେଷ୍ଟିକୁଲାର ସ୍ପର୍ମ ଏକ୍ସଟ୍ରାକ୍ସନ) ଆଦି ପ୍ରୟୋଗ ସହିତ ଉନ୍ନତ ଭାବେ ପରିଶୋଧିତ ହେଉଛି।
ଆଇଭିଏଫ୍‌ ବ୍ଲକ୍‌ ବା ବନ୍ଦ ଥିବା ଫାଲୋପିଆନ୍‌ ଟ୍ୟୁବ୍‌ଗୁଡିକ କ୍ଷେତ୍ରରେ ଉପଯୋଗୀ ହେବା ସହିତ ଦୁର୍ବଳ କିମ୍ବା ହ୍ରାସ ପାଇଥିବା ଡିମ୍ବାଶୟ ସଂରକ୍ଷଣ, ପିସିଓଏସ୍‌, ପିଓଏଫ୍‌, ଏଣ୍ଡୋମେଟ୍ରିଓସିସ୍‌, ୟୁଟେରାଇନ୍‌ ଫିବ୍ରଏଡ୍‌ସ, ଆଡେନୋମିୟୋସିସ୍‌, ଆବ୍‌ନର୍ମାଲ ସେମେନ୍‌ ପାରାମିଟର୍‌ ଭଳି ସମସ୍ୟା ଭୋଗୁଥିବା ମହିଳା, ପ୍ରାଥମିକ ଓ ମାଧ୍ୟମିକ ବନ୍ଧ୍ୟାପଣ ସହିତ ଦୀର୍ଘଦିନ ହେବ ବିବାହିତ ଦମ୍ପତି, ଅସ୍ପଷ୍ଟ ବନ୍ଧ୍ୟାପଣ ଓ ଅଣ ଏଆର୍‌ଟି ଚକ୍ରର ବିଫଳତା ଥିବା ଦମ୍ପତିଙ୍କ ପାଇଁ ମଧ୍ୟ ଖୁବ୍‌ ଉପଯୋଗୀ ଅଟେ।
ଅନ୍ୟପକ୍ଷରେ ଦମ୍ପତିଙ୍କ ମଧ୍ୟରେ ପରସ୍ପରକୁ ଦୋଷ ଦେବା ସମସ୍ୟାକୁ ରୋକିବା ପାଇଁ ଏଭଳି ମାମଲାରେ କାଉନ୍‌ସେଲିଙ୍ଗ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦମ୍ପତିଙ୍କୁ ବୁଝାନ୍ତୁ ବା ପରାମର୍ଶ ଦିଅନ୍ତୁ ଯେ, ବନ୍ଧ୍ୟାପଣର କାରଣ ପୁରୁଷ କିମ୍ବା ମହିଳା ସାଥୀ, ଉଭୟ ହୋଇପାରନ୍ତି କିମ୍ବା କେହି ନ ହୋଇପାରନ୍ତି ଏବଂ ସେମାନଙ୍କୁ ଅନୁଭବ କରାନ୍ତୁ ଯେ, ପରସ୍ପରକୁ ବୁଝିବା ଓ ସମର୍ଥନ କରିବା ଦ୍ୱାରା ଚିକିତ୍ସା ସହିତ ଅଗ୍ରଗତି କରିବାରେ ଉନ୍ନତ ଶକ୍ତି ଆଣିବା ସହ ସାହାଯ୍ୟ କରିପାରିବ। ସବୁବେଳେ ଦେଖାଯାଇଛି ଯେ, ଡାକ୍ତରଙ୍କ ସହ ପ୍ରଥମ ସାକ୍ଷାତ୍‌କାର ସମୟରେ ଜଣେ ମହିଳା ଏକାକୀ କିମ୍ବା ନିଜର ଜଣେ ପରିବାର ସଦସ୍ୟଙ୍କ ସହ ଆସିଥାନ୍ତି। ସମାନ ଭାବେ, ଏହା ମଧ୍ୟ ଦେଖାଯାଇଛି ଯେ, ଜଣେ ପୁରୁଷ ମଧ୍ୟ ନିଜର ଦୁର୍ବଳ ସେମେନ୍‌ କ୍ୱାଲିଟି କିମ୍ବା ଆଜୁସ୍ପର୍ମିଆର ରିପୋର୍ଟକୁ ଦେଖାଇବା ପାଇଁ ଏକା ଆସିଥାନ୍ତି ଓ ନିଜ ସାଥୀଙ୍କୁ ଏସମ୍ପର୍କରେ କିଛି ନ ଜଣାଇ ସୁଧାର ପାଇଁ ଆଶା ରଖିଥାନ୍ତି।
ତେଣୁ ଉଭୟ ସାଥୀଙ୍କ ଯାଞ୍ଚ କରାଇବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏକ ଆଇଭିଏଫ୍‌ କେନ୍ଦ୍ର କେବଳ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ଉପରେ ଗୁରୁତ୍ୱ ଦେଇଥାଏ, ଯାହାଫଳରେ ଆଇଭିଏଫ୍‌ ଏକ ଖର୍ଚ୍ଚବହୁଳ ବ୍ୟାପାରରେ ପରିଣତ ହେବନାହିଁ, ଏହା ଜଣେ ରୋଗୀ ଓ ସୁଲଭ ମୂଲ୍ୟ ଦୃଷ୍ଟିକୋଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ ଏବଂ ବିଶ୍ୱାସ କରେ ଯେ, ଆଇଭିଏଫ୍‌ ଭଳି ଏକ ମାନସିକ ଓ ଭାବନାତ୍ମକ ନିବେଶ ଏକ ଆର୍ଥିକ ନିବେଶରେ ପରିଣତ ହେବା ଉଚିତ ନୁହେଁ।
ଆବଶ୍ୟକ ପରୀକ୍ଷଣଗୁଡିକ ବନ୍ଧ୍ୟାପଣର କାରଣକୁ ସୂଚାଇଥାନ୍ତି ଓ ମନରେ ସଫଳତାର ସମ୍ଭାବନାକୁ ବଜାୟ ରଖିବା ପାଇଁ ସର୍ବୋତ୍ତମ ଚିକିତ୍ସାର ଯୋଜନା କରିବାରେ ସହଯୋଗ କରିଥାନ୍ତି। ଏଥିରେ ରକ୍ତ ପରୀକ୍ଷା ଓ ଅଲ୍‌ଟ୍ରାସାଉଣ୍ଡ ସ୍କାନ୍‌ ଦ୍ୱାରା ଓଭାରିଆନ୍‌ ରିଜର୍ଭ ବା ଡିମ୍ବାଶୟ ସଂରକ୍ଷଣ ପାଇଁ ପରୀକ୍ଷଣ, ଅଲ୍‌ଟ୍ରାସାଉଣ୍ଡ/ କିମ୍ବଳ ହିଷ୍ଟେରୋସ୍କୋପି ଦ୍ୱାରା ୟୁଟେରାଇନ୍‌ କାଭିଟି ଏବଂ ସିମେନ୍‌ ପାରାମିଟର୍‌ର ବିଶ୍ଳେଷଣ କରିବା ଆଦି ସାମିଲ ରହିଛି।
ଡା. ସସ୍ମିତା ନାୟକ

-ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଆଇଭିଏଫ୍‌ ବିଶେଷଜ୍ଞା
ଇନ୍ଦିରା ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri