ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ ଫିଲ୍ମ ‘ଦ ଲାୟନ ଅଫ୍‌ କିଙ୍ଗ’ର ନୂଆ ସଂସ୍କରଣ ଆସନ୍ତା ମାସ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ଶାହରୁଖ ଓ ଆର୍ୟନ ବାପ ପୁଅ ଚରିତ୍ର ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ ଦେବେ ବୋଲି ଜଣାପଡ଼ିଛି। ଆଉ ଏଥିପାଇଁ ସେମାନେ ରାଜି ମଧ୍ୟ ହୋଇଯାଇଛନ୍ତି। ‘ଦ ଲାୟନ ଅଫ୍‌ କିଙ୍ଗ’ ପ୍ରଥମ ଥର ୧୯୯୪ରେ ରିଲିଜ୍‌ ହୋଇଥିଲା। ୨୫ ବର୍ଷ ପୁରା ହେବା ପରେ ଡିଜନୀ ଚଳିତ ଥର ଏହି ଫିଲ୍ମରେ ଆନିମେଶନ୍‌ର ନୂଆ ଆଧୁନୀକିକରଣର ବ୍ୟବହାର କରିଛି। ଏହି ଫିଲ୍ମରେ ଜଙ୍ଗଲର ରାଜା ମୁଫାସା ଓ ତାଙ୍କର ପୁଅ ସିମ୍ବାକୁ ନେଇ କାହାଣୀଟି ଗତିଶୀଳ ହୋଇଛି। ମୁଫାସା ଚରିତ୍ରରେ ଶାହରୁଖ କଣ୍ଠଦାନ କରୁଥିବା ବେଳେ ସିମ୍ବା ଚରିତ୍ର ପାଇଁ ଆର୍ୟନ କଣ୍ଠଦାନ କରିବେ। ଜନ୍‌ ଫଓ୍ବେର୍ୟୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଇଂରାଜୀ, ହିନ୍ଦୀ ସମେତ ତାମିଲ ଓ ତେଲଗୁ ଭାଷାରେ ରିଲିଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri