Posted inଖେଳ

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ତେବେ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଘରୋଇ ଇଂଲଣ୍ଡ। ଦ୍ୱିତୀୟ ସନ୍ତାନର ଜନକ ହୋଇଥିବା ଅଧିନାୟକ ଜୋ ରୁଟ୍‌ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ। ସେ ଦ୍ୱିତୀୟ ଟେଷ୍ଟରେ ଖେଳିବେ। ତେଣୁ ଜୋ ଡେନ୍‌ଲି ବାଦ୍‌ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ଡେନ୍‌ଲି ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ବିଫଳ ହେବାଯୋଗୁ ସମାଲୋଚିତ ହୋଇଥିବା ଉଇକେଟ କିପର ଜୋସ୍‌ ବଟଲର ଆଉ ଏକ ସୁଯୋଗ ପାଇପାରନ୍ତି। କାରଣ ମୁଖ୍ୟ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ସେ ଦଳରେ ଅଧିକ ପରିବର୍ତ୍ତନ ଚାହୁଁନାହାନ୍ତି। ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଡେନ୍‌ଲି ଇତିମଧ୍ୟରେ ୧୫ଟି ଟେଷ୍ଟ ଖେଳିଛନ୍ତି। ମାତ୍ର ଏବେ ତାଙ୍କ ଆଭରେଜ ୩୦ ତଳକୁ ଖସି ଆସିଛି। ଅନ୍ୟପକ୍ଷରେ ତାଙ୍କଠାରୁ ୧୨ ବର୍ଷ ସାନ କେଣ୍ଟ ଟିମ୍‌-ମେଟ୍‌ ଜ୍ୟାକ କ୍ରାଓଲେ ଦ୍ୱିତୀୟ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୭୬ ରନ ସ୍କୋର କରି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି।
ରୁଟ୍‌ଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଇଥିବା ବଟଲର ଦୁଇ ଇନିଂସରେ ଯଥାକ୍ରମେ ୩୫ ଓ ୯ ରନ କରିଥିଲେ। ଏକଦିବସୀୟରେ ସେ ଯେପରି ଖେଳୁଛନ୍ତି ତାହାକୁ ଟେଷ୍ଟରେ ରୂପାନ୍ତରିତ କରିପାରୁ ନାହାନ୍ତି। ସେ ଦିନିକିଆରେ ୧୪୨ ମ୍ୟାଚରେ ୪୦.୮୮ ଆଭରେଜ ରଖିଥିବାବେଳେ ଟେଷ୍ଟରେ ୪୨ ମ୍ୟାଚରେ ତାଙ୍କର ଆଭରେଜ ମାତ୍ର ୩୧.୪୬। ଫଳରେ ଚଳିତ ମାସ ଶେଷ ଭାଗରେ ଆୟର୍ଲାଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ପାଇଁ ଉଇକେଟ କିପର ଭାବେ ଜନି ବେୟାରଷ୍ଟୋଙ୍କୁ ଚୟନ କରାଯାଇଛି। ମାତ୍ର ଦ୍ୱିତୀୟ ଟେଷ୍ଟରେ ବଟଲରଙ୍କୁ ଆଉ ଏକ ସୁଯୋଗ ଦିଆଯିବା ସପକ୍ଷରେ ରହିଛନ୍ତି କୋଚ୍‌ ସିଲଭରଉଡ୍‌। ପ୍ରଥମ ଟେଷ୍ଟରେ ପରାଜୟ ସତ୍ତ୍ୱେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିବା ଦୃଷ୍ଟାନ୍ତ ରହିଛି। ତେଣୁ ସେହି ସ୍ପିରିଟ୍‌ ଏଠାରେ ଦେଖିବାକୁ ମିଳିବ ବୋଲି ସିଲଭରଉଡ୍‌ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଲଢ଼ୁଆ ପ୍ରଦର୍ଶନ ଜାରିରଖି ଦ୍ୱିତୀୟ ଟେଷ୍ଟ ସହ ସିରିଜ ବିଜୟ ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri