କରୋନା ରୋଗୀଙ୍କୁ ସୁସ୍ଥ କରିବ କଙ୍କଡ଼ା ରକ୍ତ: ୧ ଲିଟରର ଦାମ ୧୧ ଲକ୍ଷ!

ଓ୍ବାଶିଂଟନ,୧୦।୭: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତ ବିକାଶଶୀଳ ଦେଶ ପ୍ରୟାସ ଜାରି ରଖିଛନ୍ତି। ପ୍ରଥମେ ଏହାର ଭ୍ୟାକ୍ସିନ ମୂଷା ଓ ମାଙ୍କଡଙ୍କଠାରେ ପରୀକ୍ଷା କରାଯାଉଥିବା ବେଳେ ଏବେ ଏହା ମାନବ ଶରୀରରେ ପରୀକ୍ଷା କରାଯିବାକୁ ଯୋଜନା ଚାଲିଛି। ଏବେ ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର କଙ୍କଡାକୁ କରୋନା ଚିକିତ୍ସା ପାଇଁ ବ୍ୟବହାର କରିବା କଥା ଚିନ୍ତା କରିଛନ୍ତି। ହର୍ଷସୁ କ୍ରାବର ରକ୍ତ(blood of horseshoe crab)ରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବାକୁ ଯୋଜନା ଚାଲିଛି। ଏହା ପୂର୍ବରୁ ମେଡିକାଲ ସାଇନ୍ସରେ ଉପଯୋଗ ହୋଇ ସାରିଥିବା ବେଳେ ଏବେ ଏହା କରୋନା ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ଚେଷ୍ଟା କରାଯାଉଛି। ତେବେ ଏହି କଙ୍କଡାର ରକ୍ତକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମେଡିକାଲ ଉପକରଣ ସବୁ ବ୍ୟାକ୍ଟେରିଆ ଫ୍ରି ହେବା ଜରୁରୀ। ନଚେତ୍‌ ଏହାଦ୍ୱାର ସମସ୍ତ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଅଧିକ ଥାଏ। ବିଶ୍ୱର ବହୁ ପୁରତନ ଜୀବମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଏହି ହର୍ଷସୁ କ୍ରାବ। ଡାଏନାସୋର ପୂର୍ବରୁ ଏହି କଙ୍କଡା ପୃଥିବୀରେ ଦେଖାଯାଉଥିବା କୁହାଯାଏ। ତେବେ ୨୦୧୯ରେ ହୋଇଥିବା ଏକ ମେଡିକାଲ ଆନାଲିସିସରେ ଜଣାପଡିଥିଲା କି ଏହି କଙ୍କଡା ୩୦କୋଟି ବର୍ଷରୁ ଅଧିକ ସମୟ ହେବ ପୃଥିବୀରେ ଅଛନ୍ତି। ତେଣୁ ଏମାନଙ୍କୁ ଲିଭିଙ୍ଗ ଫାସିଲ୍ସ ଶ୍ରେଣୀରେ ରଖାଯାଇଛି। ପ୍ରତିକୂଳ ପରିବେଶରେ ବି ଏମାନେ ବଞ୍ଚି ରହିଥାଆନ୍ତି ବୋଲି କୁହାଯାଏ। ଏହି କଙ୍କଡ଼ାର ରକ୍ତ ନୀଳ ରଙ୍ଗର। ଏମାନଙ୍କ ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ସହ ହେମୋସିଆନିନ(hemocyanin) ନାମକ ଏକ ରାସାୟନିକ ଥିବା କାରଣରୁ ଏମାନଙ୍କ ରକ୍ତର ରଙ୍ଗ ନୀଳ ହୋଇଥାଏ। ଏହି ରଙ୍ଗରେ ଥିବା ତତ୍ତ୍ୱ ସହଜରେ ବିଷାକ୍ତ ପଦାର୍ଥକୁ ଚିହ୍ନଟ କରିପାରିଥାଏ। ଏହାକୁ limulus amebocyte lysate (LAL) ବୋଲି କୁହାଯାଇଥାଏ। ବିଶେଷ କରି ଏହା ଏଣ୍ଡୋଟକ୍ସିନକୁ ସହଜରେ ଚିହ୍ନି ପାରିଥାଏ। ବ୍ୟାକ୍ଟେରିଆ ଶେଷ ହେବା ପରେ ଏହି ଏଣ୍ଡୋଟକ୍ସିନ ଶରୀରରୁ ନିର୍ଗତ ହୋଇଥାଏ। ଏହା ଏତେ ମାରାତ୍ମକ ଯେ ଯଦି ହସ୍ପିଟାଲର କୌଣସି ସର୍ଜରୀ ଉପକରଣ ଅବା ଇଞ୍ଜେକଶନରେ ଏହାର ସୁକ୍ଷ୍ମ ମାତ୍ରା ଥାଏ ତେବେ ଏହା ରୋଗୀର ଜୀବନ ପାଇଁ ବଡ ବିପଦ ସୃଷ୍ଟି କରିଥାଏ। ଏହି ନୀଳ ରଙ୍ଗର ରକ୍ତ ଏଣ୍ଡୋଟକ୍ସିନକୁ ଚିହ୍ନଟ କରିଥାଏ। ଏହାପରେ ଉକ୍ତ କଙ୍କଡା ଦେହରୁ ଏକ ରାସାୟନିକ ନିର୍ଗତ ହୋଇଥାଏ ଯାହା ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିଥିବା ରକ୍ତକୁ ଏକାଠି କରିଥାଏ ଓ ତା’ରି ଭିତରେହିଁ ସେ ସେହି ବ୍ୟାକ୍ଟେରିଆକୁ ମାରି ଦେଇଥାଏ। ତେଣୁ ଏବେ କରୋନା ପାଇଁ ପ୍ରସ୍ତୁତ କରାଯାଇଥିବା ବହୁତ ଗୁଡିଏ ଭ୍ୟାକ୍ସିନକୁ ଏହି ନୀଳ ରକ୍ତ ସହ ମିଶ୍ରଣ କରାଯାଇ ଏହା ବିଷାକ୍ତ କି ନା ପରୀକ୍ଷା କରାଯିବ ବୋଲି ଜଣାପଡିଛି। ତେବେ ଏହି କଙ୍କଡାର ନୀଳ ରକ୍ତର ଗୋଟିଏ ଲିଟରର ଦାମ ପାଖାପାଖି ୧୧ ଲକ୍ଷ ଟଙ୍କା ବୋଲି କୁହାଯାଏ। ୧୯୭୦ରୁ ମେଡିକାଲ ଏକ୍ସପର୍ଟ ଏହି ହର୍ଷସୁ କ୍ରାବର ରକ୍ତକୁ ବ୍ୟବହାର କରି ଆସୁଛନ୍ତି। ଏହାଦ୍ୱାର ମେଡିକାଲ ଉପକରଣ ଓ ଔଷଧ ସମ୍ପୂର୍ଣ୍ଣ ଭାବେ ବ୍ୟାକ୍ଟେରିଆ ମୁକ୍ତ କି ନା ତାହା ପରୀକ୍ଷା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri