Posted inଫୁରସତ

ଚନ୍ଦ୍ରଗ୍ରହଣର ପ୍ରଭାବ ବିଭିନ୍ନ ରାଶି ଉପରେ: ଜାଣନ୍ତୁ ଶୁଭ ସଂଖ୍ୟା, ରଙ୍ଗ ବିଷୟରେ

ନୂଆଦିଲ୍ଲୀ, ୪।୭: ଜୁଲାଇ ୫ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଭାରତରେ ଚନ୍ଦ୍ରଗ୍ରହଣ ଯୋଗୁ ସୂତକ ଳାଗୁ ହେବ ନାହିଁ। ତେବେ ଗ୍ରହଣ ହେଉଥିବାରୁ ଏହି ସମୟରେ ଧାର୍ମିକ ଏବଂ ଶୁଭ କାର୍ଯ୍ୟ ବର୍ଜନ କରିବା ବିଧେୟ ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଛନ୍ତି।
ଚନ୍ଦ୍ରଗ୍ରହଣ ରବିବାର ସକାଳ ୮ଟା ୩୮ରେ ଆରମ୍ଭ ହେବ। ଏହାର ମୋଟ ଅବଧି ୨ ଘଣ୍ଟା ୪୩ ମିନିଟ ୨୪ ସେକେଣ୍ଡ। ଗ୍ରହଣ ୧୧ଟା ୨୧ରେ ମୋକ୍ଷ ହେବ। ଏହି ଚନ୍ଦ୍ରଗ୍ରହଣ ଦକ୍ଷିଣ ଏସିଆ, ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆର କେତେକ ସ୍ଥାନରେ ଦେଖାଯିବ। ଗ୍ରହଣ ଗୁରୁ ପୂର୍ଣ୍ଣିମାରେ ହେଉଥିବାରୁ ବିଭିନ୍ନ ରାଶି ଉପରେ ଏହାର ପ୍ରଭାବ କ’ଣ ହେବ ସେ ନେଇ ଗଣେଶ ଶର୍ମା ସୂଚନା ଦେଇଛନ୍ତି।

ମେଷ:-ବ୍ୟବସାୟ ବ୍ୟବସାୟ ଭଲ ହେବ। ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି କରିବେ। ଯାନବାହନ ଚଳାଇବା ସମୟରେ ସତର୍କ ରହିବା ଆବଶ୍ୟକ। ଗ୍ରହଣ ଦିନ ସକାଳେ ଉଷୁମ ପାଣି ପିଇବା ଦ୍ୱାରା ଦିନଟି ଶୁଭ ହେବ। ଏହି ରାଶିର ଶୁଭ ସଂଖ୍ୟା ୩ ଏବଂ ବାଇଗଣୀ ରଙ୍ଗ ମେଷ ରାଶି ପାଇଁ ଶୁଭ।

ବୃଷ:- ଭ୍ରମଣ ଲାଭଦାୟକ ହେବ। ଶିକ୍ଷାର୍ଥୀମାନେ ନୂତନ କ୍ୟାରିୟର ପାଇବେ। ବିବାଦରୁ ଦୂରେଇ ରହିବା ଆବଶ୍ୟକ। ଶୁଭ ସଂଖ୍ୟା ୫ ଏବଂ ରଙ୍ଗ ଫିକା ନୀଳ ।

ମିଥୁନ:- ପେଟ ସମସ୍ୟା ଦେଖାଦେଇପାରେ। ବାହାର ଖାଦ୍ୟ ନ ଖାଇବା ଉଚିତ। ବ୍ୟବସାୟରେ କ୍ଷତି ହୋଇପାରେ। ହନୁମାନ ଅଷ୍ଟକ ପାଠ କଲେ ଶୁଭଫଳ ମିଳିବ। ଶୁଭ ସଂଖ୍ୟା ୮ ଏବଂ ରଙ୍ଗ ଲାଲ।

କର୍କଟ:- ନଦୀ ଅବା ପୋଖରୀକୁ ଯାଆନ୍ତୁ ନାହିଁ। ଅନ୍ୟ କାହାକୁ ମତାମତ ଦିଅନ୍ତୁ ନାହିଁ। ଭୟ, ଚିନ୍ତା, ପେଟ ଜନିତ ରୋଗ ଏବଂ ଯନ୍ତ୍ରଣା ସୃଷ୍ଟି ହୋଇପାରେ। ରଙ୍ଗ କମଳା ଶୁଭ ଏବଂ ୨ ସଂଖ୍ୟା ଶୁଭ।

ସିଂହ:- ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବ, ଆଖି ଫୁଲିଯିବାର ଆଶଙ୍କା ରହିଛି। ଚନ୍ଦ୍ରଗ୍ରହଣକୁ ଦେଖିବା ମନା। ବିଷ୍ଣୁଙ୍କୁ ପୂଜା କଲେ ସୁଫଳ ମିଳିବ। ଶୁଭ ସଂଖ୍ୟା ଏକ ଏବଂ ରଙ୍ଗ ନୀଳ।

କନ୍ୟା:- ବ୍ୟବସାୟରେ କ୍ଷତି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଘନିଷ୍ଠ ବନ୍ଧୁମାନଙ୍କ ସହିତ ବିବାଦ ସୃଷ୍ଟି ହୋଇପାରେ। ବୁଝି ବିଚାରି କାମ କରନ୍ତୁ। ଶୁଭ ରଙ୍ଗ ସବୁଜ ଏବଂ ସଂଖ୍ୟା ୬।

ତୁଳା:- ନୂତନ ଯୋଜନାରେ ସଫଳ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଦୁର୍ଗା ଚାଳିଶା ପାଠ କଲେ ସୁଫଳ ମିଳିବ। ଶୁଭ ସଂଖ୍ୟା ହେଉଛି ୩ ଏବଂ ଶୁଭ ରଙ୍ଗ ବାଇଗଣୀ।

ବିଛା:-ଧନ ନଷ୍ଟ ହେବାର ଆଶଙ୍କା ଅଛି। ନୂତନ ବ୍ୟବସାୟ ପାଇଁ ଜମି ସମ୍ବନ୍ଧୀୟ କାର୍ଯ୍ୟ ଯୋଜନା କରାଯାଇପାରିବ ଏବଂ ନୂତନ ବ୍ୟବସାୟ ଆରମ୍ଭ ହୋଇପାରିବ। ନକାରାତ୍ମକ ବୁଦ୍ଧି ଥିବା ବ୍ୟକ୍ତିଙ୍କଠାରୁ ଦୂରତା ରକ୍ଷା କରନ୍ତୁ। ଶୁଭ ସଂଖ୍ୟା ୭ ଏବଂ ରଙ୍ଗ ହଳଦିଆ।

ଧନୁ:- ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ଗଳାରେ ଯନ୍ତ୍ରଣା ହୋଇପାରେ। ମା ବୈଷ୍ଣୋ ଦେବୀଙ୍କୁ ପୂଜା କଲେ ସୁଫଳ ମିଳିବ। ଶୁଭ ସଂଖ୍ୟା ୨ ଏବଂ ରଙ୍ଗ କଳା।

ମକର:- ଉଚ୍ଚ ସ୍ଥାନକୁ ଯାଆନ୍ତୁ ନାହିଁ, ଦୁର୍ଘଟଣାର ସମ୍ଭାବନା ଅଛି । ଘରର ମହିଳାମାନେ କୌଣସି ଜିନିଷ କାଟିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଲୁହା ଜିନିଷଠାରୁ ଦୂରଇ ରୁହନ୍ତୁ । ଶନି ଦେବଙ୍କୁ ପୂଜା କରନ୍ତୁ। ଶୁଭ ସଂଖ୍ୟା ୧ ଏବଂ ରଙ୍ଗ କମଳା ।

କୁମ୍ଭ:- ପୁରୁଣା ବନ୍ଧୁଙ୍କୁ ଭେଟିବେ। ପୁରାତନ ସମ୍ପତ୍ତିରୁ ଲାଭ ପାଇପାରିବ। ଭଗବାନ ସୂର୍ଯ୍ୟଙ୍କୁ ଉପାସନା କରିବା ବିଧେୟ। ଶୁଭ ସଂଖ୍ୟା ୯ ଏବଂ ରଙ୍ଗ ଗୋଲାପୀ ।

ମୀନ:- ପିତାମାତାଙ୍କଠାରୁ ଆଶୀର୍ବାଦ ନିଅନ୍ତୁ। ଶୁଭ ଖବର ପାଇବେ। ପୁରାତନ ରୋଗ ଏବଂ ସମସ୍ୟାର ଅନ୍ତ ଘଟିବ।ଶିକ୍ଷାଗତ ଲାଭ, ବାଣିଜ୍ୟ ସମ୍ବନ୍ଧୀୟ ଲାଭ ଏବଂ ପଦୋନ୍ନତି ହୋଇପାରେ। ଭଗବାନ ନରସିଂହଙ୍କୁ ପୂଜା କରନ୍ତୁ। ଶୁଭ ସଂଖ୍ୟା ୧୦ ଏବଂ ଶୁଭ ରଙ୍ଗ ବାଦାମୀ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri