Posted inଫୁରସତ

୭ଘଣ୍ଟାରେ ଯୋଡ଼ିହେଲା କଟାହାତ

ନଏଡ଼ା: ଆଧୁନିକ ଚିକିତ୍ସା ପ୍ରଣାଳୀରେ ଏବେ କଟା ହାତକୁ ବି ମଣିଷ ଦେହରେ ଯୋଡ଼ିବା ସମ୍ଭବ ହୋଇପାରୁଛି। ଏମିତି ଏକ ଦୁର୍ଲଭ ଅପରେଶନ କରି ଏବେ ଭଗବାନ ପାଲଟି ଯାଇଛନ୍ତି ନଏଡ଼ାର ଜେପି ହସ୍‌ପିଟାଲର ଡାକ୍ତରମାନେ। ଜେପି ହସପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କର ହାତ କଟି ତଳେ ପଡ଼ିଯାଇଥିଲେ ବି ଏହାକୁ ଅପରେଶନ କରି ଯୋଡ଼ି ପାରିଛନ୍ତି। ୭ ଘଣ୍ଟାର ପରିଶ୍ରମ ପରେ ଡାକ୍ତରମାନେ ଅପରେଶନରେ ସଫଳତା ହାସଲ କରିଥିଲେ। ଡାକ୍ତରମାନଙ୍କର ଏହି ସଫଳତା ପରେ ଏବେ ଚିକିତ୍ସା ବିଜ୍ଞାନ ଉପରେ ଲୋକଙ୍କର ଆସ୍ଥା ବଢ଼ିବାରେ ଲାଗିଛି।
ଏବେ ଗ୍ରେଟର ନଏଡ଼ାର କାସନା ଥାନା ଅଧୀନରେ ଥିବା ନିୟାନା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇଥିଲା। ଏଥିରେ ଗାଁର ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କର ହାତ କଟି ତଳେ ପଡ଼ି ଯାଇଥିଲା। ତାଙ୍କ ଜେଜେଙ୍କୁ ଗୁଳି କରି ହତ୍ୟା କରି ଦିଆଯାଇଥିଲା। ତେବେ ଘଟଣା ପରେ ଦେବେନ୍ଦ୍ରଙ୍କ କଟାହାତକୁ ଏକ ବାକ୍ସରେ ଭର୍ତ୍ତି କରି ତାଙ୍କର ସମ୍ପର୍କୀୟମାନେ ସଙ୍ଗେ ସଙ୍ଗେ ଜେପି ହସ୍‌ପିଟାଲକୁ ନେଇ ଯାଇଥିଲେ। ଡାକ୍ତରମାନେ ଦେବେନ୍ଦ୍ରଙ୍କର ଏପରି ଅବସ୍ଥା ଦେଖି ପ୍ଲାଷ୍ଟିକ୍‌ ସର୍ଜନମାନଙ୍କର ଏକ ୫ଜଣିଆ ଟିମ୍‌ ଗଠନ ହୋଇଥିଲା। ଏହାପରେ ଅପରେଶନ ଆରମ୍ଭ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୫ଜଣିଆ ଡାକ୍ତରୀ ଟିମ୍‌ ୭ ଘଣ୍ଟା ପରିଶ୍ରମ କରିବା ପରେ କଟା ହାତକୁ ଯୋଡ଼ିବାରେ ସକ୍ଷମ ହୋଇ ପାରିଥିଲେ। ଫଳରେ ଦେବେନ୍ଦ୍ର ଏବେ ନୂଆ ଜୀବନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri