Posted inଫୁରସତ

କାମେଗୌଡ଼ାଙ୍କୁ ଆଜୀବନ ମାଗଣା ବସ୍‌ସେବା

ବାଙ୍ଗାଲୁରୁ(କର୍ନାଟକ): ବଞ୍ଜର ପାହାଡ଼ ଅଞ୍ଚଳରେ ୧୬ ପୋଖରୀ ଖୋଳି ପୋଖରୀ ମାନବଭାବେ ଚର୍ଚ୍ଚାର ପରିସରକୁ ଆସିଥିବା କର୍ନାଟକର ୮୪ ବର୍ଷୀୟ କାମେଗୌଡ଼ା(ମେଣ୍ଢା ଚରାଳି)ଙ୍କୁ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ(କେଏସ୍‌ଆର୍‌ଟିସି) ଆଜୀବନ ମାଗଣା ବସ୍‌ ପାସ୍‌ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରାପ୍ପାଙ୍କ ନିର୍ଦ୍ଦେଶକ୍ରମେ ଏହା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, କର୍ନାଟକର ମାଣ୍ଡ୍ୟ ଜିଲା ଅନ୍ତର୍ଗତ ଦାଶନଦୋଦ୍ଦି ଗ୍ରାମର କାମେଗୌଡ଼ାଙ୍କ ପରିବେଶ ପ୍ରତି ଚିନ୍ତା ଓ ୪୦ବର୍ଷର ଅବଦାନକୁ ଗତ ରବିବାର ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ। ଏହାର କିଛି ସମୟ ପୂର୍ବରୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ କାମେଗୌଡ଼ାଙ୍କ ସହ ଭିଡିଓ କଲ୍‌ ମାଧ୍ୟମରେ ଆଲୋଚନା କରି ଜଳ ସଂରକ୍ଷଣ ଦିଗରେ ତାଙ୍କ ମହତ୍‌ କାର୍ଯ୍ୟର ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କାମେଗୌଡ଼ାଙ୍କ ନିଃସ୍ବାର୍ଥପର କାର୍ଯ୍ୟକୁ ସମ୍ମାନ ଜଣାଇ ମାଗଣା ପାସ୍‌ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ କେଏସ୍‌ଆର୍‌ଟିସିର ପରିଚାଳନା ନିର୍ଦ୍ଦେଶକ ଶିବୟୋଗୀ କଲାଶଦ୍‌ କହିଛନ୍ତି, କାମେଗୌଡ଼ାଙ୍କ ଅବଦାନ ଆଶ୍ଚର୍ଯ୍ୟଜନକ ଏବଂ ଅନୁକରଣୀୟ। ସେ ନିଗମର ସମସ୍ତ ଶ୍ରେଣୀର ବସ୍‌ସେବା ମାଗଣାରେ ପାଇବେ। ଏହା ଜାଣିବା ପରେ କାମେଗୌଡ଼ା ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ଏଥିସହ ସେ ମେଲ ମହାଦେଶ୍ୱର ମନ୍ଦିର ଏବଂ କେଙ୍ଗଲ ହନୁମନ୍ତ ମନ୍ଦିର ଦର୍ଶନ କରିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ଆଉ ଟଙ୍କାର ଚିନ୍ତା ନାହିଁ। ମାଗଣା ପାସ୍‌ ସାହାଯ୍ୟରେ ସେ ବସ୍‌ ଯୋଗେ ଯେକୌଣସି ମନ୍ଦିର ଦର୍ଶନ କରିବାର ସୁଯୋଗ ପାଇପାରିବେ। ସେହିପରି ସେ ସୁଯୋଗ ମିଳିଲେ ଥିମ୍ମାପ୍ପାଙ୍କ ଦର୍ଶନ କରିବାକୁ ଆଶା ରଖିଥିବା କହିବା ସହ ତାଙ୍କ କୃପାରୁ ବସ୍‌ ପାସ୍‌ ମିଳିଛି ବୋଲି କହିଛନ୍ତି। ଅଞ୍ଚଳବାସୀ ଏହି ପୋଖରୀ ମାନବଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଦାବି କରୁଛନ୍ତି। ଏଥିସହ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ଜଳ ଯୋଦ୍ଧା ସମ୍ମାନ ପାଇଁ ମଧ୍ୟ ତାଙ୍କୁ ମନୋନୀତ କରିବାକୁ ନିବେଦନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା କାମେଗୌଡ଼ାଙ୍କୁ ଫୋନ୍‌ ଯୋଗେ ଅଧିକ ପୋଖରୀ ଖୋଳିବା ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇ କହିଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏକ ଜମି ଏବଂ ଘର ମିଳିବା ସମ୍ଭାବନା ମଧ୍ୟ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri